ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ, ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ

The Sakala Picture
Published On

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଗତଥର ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ସେହିଭଳି ହିମାଚଳ ପ୍ରଦେଶର ନିର୍ବାଚନର ଫଳାଫଳ ଘୋଷଣା ଦିନ ଅର୍ଥାତ ଡିସେମ୍ବର ୮ ତାରିଖରେ ନିର୍ବାଚନ ଫଳାଫଳର […]

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଗତଥର ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ସେହିଭଳି ହିମାଚଳ ପ୍ରଦେଶର ନିର୍ବାଚନର ଫଳାଫଳ ଘୋଷଣା ଦିନ ଅର୍ଥାତ ଡିସେମ୍ବର ୮ ତାରିଖରେ ନିର୍ବାଚନ ଫଳାଫଳର ଘୋଷଣା କରାଯିବ।

ଆହୁରି ପଢ଼ନ୍ତୁ: ମୁଜାଫରପୁରରେ 'ଡିଜିଟାଲ୍ ଆରେଷ୍ଟ' ସାଇବର ଠକେଇର ପର୍ଦ୍ଦାଫାଶ: ୨୦୦ କୋଟିର ସନ୍ଦିଗ୍ଧ କାରବାର, ଅବସରପ୍ରାପ୍ତ ଅଧିକାରୀ ଓ ପୁଅ ଗିରଫ

ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଯାହା ସୂଚନା ଦେଇଛନ୍ତି ତାହା ହେଲା ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୪ ନାମାଙ୍କନର ଶେଷ ଦିନ ରହିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୧୭ ନାମାଙ୍କନର ଶେଷ ଦିନ ରହିଛି । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ମତଦାନ ହେବ ।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ଗୁଜରାଟରେ ସବୁ ୧୮୩ ବିଧାନସଭା ସିଟ୍‌ରେ ନିର୍ବାଚନ ହେବ। ମୋଟ୍‌ ୪.୯କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଭୋଟ୍‌ ଗ୍ରହଣ ପାଇଁ ୫୧ ହଜାର ୭୮୨ ମତଦାନ କେନ୍ଦ୍ର କରାଯିବ। ଏଥି ମଧ୍ୟରୁ ୧୨୭୪ଟି ମତଦାନ କେନ୍ଦ୍ର କେବଳ ମଳିଳାମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୮୨ଟି ମତଦାନ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଚଳିତ ବର୍ଷ ୪.୯ କୋଟି ଭୋଟରେ ସେମାନଙ୍କର ମତ ସାବ୍ୟସ୍ତ କରୁଥିବାବେଳେ ୩.୨୪ ଲକ୍ଷ ନୂଆ ଭୋଟର ରହିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୧୪୨ ମଡେଲ ପୋଲିଂ ଷ୍ଟେସନ। ୧୨୭୪ ପୋଲିଂ ଷ୍ଟେସନ କେବଳ ମହିଳା ନିୟୋଜିତ ହେବେ।

ଆହୁରି ପଢ଼ନ୍ତୁ: ମେ’ ପହିଲାରୁ ପୁଣି ମହଙ୍ଗା ହୋଇପାରେ ଏଲ୍‌ପିଜି ସିଲିଣ୍ଡର, ବଦଳିପାରେ ବୁକିଂ ନିୟମ

ଗୁଜରାଟ ବିଧାନସଭାକୁ ନେଇ ସବୁ ରାଜନୀତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଗୁଜରାଟରେ ସବୁ ୧୮୩ ବିଧାନସଭା ସିଟ୍‌ରେ ନିର୍ବାଚନ ହେବ। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୯ ସିଟ୍‌ରେ ଜିତିଥିଲା ଏବଂ କଂଗ୍ରେସ ୭୭ ସିଟ୍‌ରେ ଜିତିଥିଲା। ଗତ ୨୫ ବର୍ଷରୁ ଅଧିକ ସମୟ ଧରି ବିଜେପି ଏଠାରେ ସରକାରରେ ରହିଛି । ଚଳିତ ଥର ନିର୍ବାଚନ ପାଇଁ କଂଗ୍ରେସ ସହ ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ଥିବା ଆପ୍ ମଇଦାନରେ ରହିଛନ୍ତି । ଚଳିତ ଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।

03 Nov 2022 By The Sakala

ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ, ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଗତଥର ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ସେହିଭଳି ହିମାଚଳ ପ୍ରଦେଶର ନିର୍ବାଚନର ଫଳାଫଳ ଘୋଷଣା ଦିନ ଅର୍ଥାତ ଡିସେମ୍ବର ୮ ତାରିଖରେ ନିର୍ବାଚନ ଫଳାଫଳର ଘୋଷଣା କରାଯିବ।

ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଯାହା ସୂଚନା ଦେଇଛନ୍ତି ତାହା ହେଲା ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୪ ନାମାଙ୍କନର ଶେଷ ଦିନ ରହିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୧୭ ନାମାଙ୍କନର ଶେଷ ଦିନ ରହିଛି । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ମତଦାନ ହେବ ।

ଗୁଜରାଟରେ ସବୁ ୧୮୩ ବିଧାନସଭା ସିଟ୍‌ରେ ନିର୍ବାଚନ ହେବ। ମୋଟ୍‌ ୪.୯କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଭୋଟ୍‌ ଗ୍ରହଣ ପାଇଁ ୫୧ ହଜାର ୭୮୨ ମତଦାନ କେନ୍ଦ୍ର କରାଯିବ। ଏଥି ମଧ୍ୟରୁ ୧୨୭୪ଟି ମତଦାନ କେନ୍ଦ୍ର କେବଳ ମଳିଳାମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୮୨ଟି ମତଦାନ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଚଳିତ ବର୍ଷ ୪.୯ କୋଟି ଭୋଟରେ ସେମାନଙ୍କର ମତ ସାବ୍ୟସ୍ତ କରୁଥିବାବେଳେ ୩.୨୪ ଲକ୍ଷ ନୂଆ ଭୋଟର ରହିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୧୪୨ ମଡେଲ ପୋଲିଂ ଷ୍ଟେସନ। ୧୨୭୪ ପୋଲିଂ ଷ୍ଟେସନ କେବଳ ମହିଳା ନିୟୋଜିତ ହେବେ।

ଗୁଜରାଟ ବିଧାନସଭାକୁ ନେଇ ସବୁ ରାଜନୀତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଗୁଜରାଟରେ ସବୁ ୧୮୩ ବିଧାନସଭା ସିଟ୍‌ରେ ନିର୍ବାଚନ ହେବ। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୯ ସିଟ୍‌ରେ ଜିତିଥିଲା ଏବଂ କଂଗ୍ରେସ ୭୭ ସିଟ୍‌ରେ ଜିତିଥିଲା। ଗତ ୨୫ ବର୍ଷରୁ ଅଧିକ ସମୟ ଧରି ବିଜେପି ଏଠାରେ ସରକାରରେ ରହିଛି । ଚଳିତ ଥର ନିର୍ବାଚନ ପାଇଁ କଂଗ୍ରେସ ସହ ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ଥିବା ଆପ୍ ମଇଦାନରେ ରହିଛନ୍ତି । ଚଳିତ ଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର