ଡିଜିଟାଲ୍‌ ମିଡିଆକୁ ନିୟନ୍ତ୍ରଣକୁ ଆଣିବେ କେନ୍ଦ୍ର ସରକାର : ଏଣିକି ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ଡିଜିଟାଲ୍‌ ମିଡିଆର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଯିଏ ନାହିଁ ସିଏ ଏକ ୱେବ୍‌ ମିଡିଆ ଖୋଲି ତାହାକୁ ନିଜସ୍ବ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଯାହାକୁ ନେଇ ଦେଶରେ ବିଭିନ୍ନ ସମୟରେ ଜନତା ବିରୋଧ କରିଛନ୍ତି। ଏବେ ଏହା ଉପରେ ଲଗାମ୍‌ ଲଗାଇବା ପାଇଁ ସରକାର ପ୍ରୟାସ କରୁଥିବା ଜଣାପଡ଼ିଛି । ଖୁବ୍‌ ଶୀଘ୍ର ଏଥିପାଇଁ ଆଇନ୍‌ ପ୍ରଣୟନ କରିବାକୁ ଯୋଜନା କରୁଛନ୍ତି ସରକାର । […]

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ଡିଜିଟାଲ୍‌ ମିଡିଆର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଯିଏ ନାହିଁ ସିଏ ଏକ ୱେବ୍‌ ମିଡିଆ ଖୋଲି ତାହାକୁ ନିଜସ୍ବ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଯାହାକୁ ନେଇ ଦେଶରେ ବିଭିନ୍ନ ସମୟରେ ଜନତା ବିରୋଧ କରିଛନ୍ତି। ଏବେ ଏହା ଉପରେ ଲଗାମ୍‌ ଲଗାଇବା ପାଇଁ ସରକାର ପ୍ରୟାସ କରୁଥିବା ଜଣାପଡ଼ିଛି । ଖୁବ୍‌ ଶୀଘ୍ର ଏଥିପାଇଁ ଆଇନ୍‌ ପ୍ରଣୟନ କରିବାକୁ ଯୋଜନା କରୁଛନ୍ତି ସରକାର ।

ଆହୁରି ପଢ଼ନ୍ତୁ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ତଥ୍ୟ ଲିକ୍ କରୁଥିଲେ ଦିଲ୍ଲୀ ଦମ୍ପତି, ସିମ୍ କାର୍ଡ ସପ୍ଲାଏ ଅଭିଯୋଗରେ ଗିରଫ

ଭାରତରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ରେଜିଷ୍ଟ୍ରେସନ ସମ୍ବନ୍ଧୀୟ ଆଇନରେ ଡିଜିଟାଲ ମିଡିଆକୁ ସାମିଲ କରାଯାଇଛି । ପୂର୍ବରୁ ଡିଜିଟାଲ ମିଡିଆ ଉପରେ କୌଣସି ସରକାରୀ ନିୟନ୍ତ୍ରଣ ନଥିଲା । କିନ୍ତୁ ଏବେ ଏକ ନୂଆ ଚିଠା ବିଲ୍ ପ୍ରସ୍ତୁତ କରାଯାଇଛି । ଯଦି ଏହା ଅନୁମୋଦନ ଲାଭ କରେ, ତେବେ ଡିଜିଟାଲ ନ୍ୟୁଜ୍ ସାଇଟ୍ ଗୁଡ଼ିକ ବିରୋଧରେ ମଧ୍ୟ ନିୟମ ‘ଉଲ୍ଲଂଘନ’ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘ପ୍ରେସ ଏବଂ ପିରିୟଡିକାଲ୍ସ ବିଲ୍’ ରେଜିଷ୍ଟ୍ରେସନରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛି । ଯେକୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ମାଧ୍ୟମରେ ଡିଜିଟାଲ୍ ମିଡିଆରେ ଖବର ମଧ୍ୟ ଏହି ଆଇନର ପରିସରଭୁକ୍ତ ହେବ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଏଣିକି ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକମାନେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିବାକୁ ପଡ଼ିବ ଏବଂ ଆଇନ ଲାଗୁ ହେବାର ୯୦ ଦିନ ମଧ୍ୟରେ ଏହା କରିବା ଆବଶ୍ୟକ। ଏହା ସହିତ ଡିଜିଟାଲ ନ୍ୟୁଜ୍ ପ୍ରକାଶକମାନଙ୍କୁ ପ୍ରେସ ରେଜିଷ୍ଟ୍ରାର ଜେନେରାଲଙ୍କ ସହିତ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ, ଯାହାଙ୍କ ପାଖରେ ଉଲ୍ଲଂଘନ ମାମଲାରେ ବିଭିନ୍ନ ପ୍ରକାଶନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରହିବ । ପ୍ରେସ ରେଜିଷ୍ଟ୍ରାର ଜେନେରାଲ ରେଜିଷ୍ଟ୍ରେସନ ସ୍ଥଗିତ କିମ୍ବା ବାତିଲ କରିପାରିବେ ଏବଂ ଜରିମାନା ମଧ୍ୟ ଲଗାଇ ପାରିବେ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନା ଅନୁଯାୟୀ, ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ସହ ଏକ ଆପିଲେଟ୍ ବୋର୍ଡ ଯୋଜନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଡିଜିଟାଲ୍ ମିଡିଆ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଇନ କିମ୍ବା ନିୟମ ପରିସରକୁ ଆସିନାହିଁ । କିନ୍ତୁ ‘ପ୍ରେସ ଏବଂ ପିରିୟଡିକାଲ୍ସ ବିଲ୍’ ସଂଶୋଧନ ପରେ ଡିଜିଟାଲ୍ ମିଡିଆ ମଧ୍ୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିୟନ୍ତ୍ରଣକୁ ଆସିବ ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ ଏହି ବିଲକୁ ଏପର୍ଯ୍ୟନ୍ତ ‘ଅନୁମୋଦନ’ କରିନାହାଁନ୍ତି। ୨୦୧୯ରେ ସରକାର ଏକ ଡ୍ରାଫ୍ଟ ବିଲ୍ ଉପସ୍ଥାପନ କରିଥିଲେ । ଏଥିରେ ଡିଜିଟାଲ୍ ମିଡିଆରେ ଖବର ପ୍ରସାରଣକୁ ଡିଜିଟାଲ୍ ଫର୍ମାଟରେ ନ୍ୟୁଜ ଭାବରେ ବ୍ୟାଖ୍ୟା କରାଯାଇଥିଲା ​​ଯାହା ଇଣ୍ଟରନେଟ୍, କମ୍ପ୍ୟୁଟର କିମ୍ବା ମୋବାଇଲ୍ ନେଟୱାର୍କରେ ପ୍ରସାରିତ ହୋଇପାରିବ । ଏଥିରେ ଭିଡିଓ, ଟେକ୍ସଟ୍, ଅଡିଓ ଏବଂ ଗ୍ରାଫିକ୍ସକୁ ମଧ୍ୟ ନ୍ୟୁଜ୍ ଭାବେ ବର୍ଗୀକରଣ କରାଯାଇଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ​​ଏବଂ ଏହା ଡିଜିଟାଲ ନ୍ୟୁଜ୍ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ଏକ ପ୍ରୟାସ ବୋଲି ଅଭିଯୋଗ ହୋଇଥିଲା । ରେଜିଷ୍ଟ୍ରେସନ୍ ଅଫ୍ ପ୍ରେସ୍ ଏବଂ ପିରିୟଡିକାଲ୍ ବିଲ୍ ବ୍ରିଟିଶ୍ ଅମଳର ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ ଆକ୍ଟ ୧୮୬୭ର ସ୍ଥାନ ନେବ, ଯାହା ଦେଶରେ ଖବରକାଗଜ ଏବଂ ପ୍ରିଣ୍ଟିଂ ପ୍ରେସକୁ ନିୟନ୍ତ୍ରଣ କରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର