ତାରିଖ ପରେ ତାରିଖ ଦେଇ ଚାଲିଛି ତାଲିବାନ, ସରକାର ଗଠନ ପୂର୍ବରୁ ସଂଗଠନରେ କେଁ

The Sakala Picture
Published On

କାବୁଲ: ଆଫଗାନିସ୍ତାନ କବ୍‌ଜା କରିବାର ୧୮ ଦିନ ପରେ ମଧ୍ୟ ତାଲିବାନ ସରକାର ଗଠନ କରିପାରି ନାହିଁ । ଗତ କିଛି ଦିନ ହେଲା ଏଥିପାଇଁ ତାଲିବାନ ତାରିଖ ପରେ ତାରିଖ ଦେଇ ଚାଲିଛି। ଆଫଗାନ କବ୍‌ଜା ପରେ ତାଲିବାନ ଖୁବଶୀଘ୍ର ସରକାର ଗଠନ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାଲିବାନ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାହାରକୁ ଅପେକ୍ଷା କରିଥିବା କୁହାଗଲା। ପରେ ଶୁକ୍ରବାର, ଶନିବାର ଏବଂ ଏବେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ […]

କାବୁଲ: ଆଫଗାନିସ୍ତାନ କବ୍‌ଜା କରିବାର ୧୮ ଦିନ ପରେ ମଧ୍ୟ ତାଲିବାନ ସରକାର ଗଠନ କରିପାରି ନାହିଁ । ଗତ କିଛି ଦିନ ହେଲା ଏଥିପାଇଁ ତାଲିବାନ ତାରିଖ ପରେ ତାରିଖ ଦେଇ ଚାଲିଛି। ଆଫଗାନ କବ୍‌ଜା ପରେ ତାଲିବାନ ଖୁବଶୀଘ୍ର ସରକାର ଗଠନ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାଲିବାନ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାହାରକୁ ଅପେକ୍ଷା କରିଥିବା କୁହାଗଲା। ପରେ ଶୁକ୍ରବାର, ଶନିବାର ଏବଂ ଏବେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏହା ପଛରେ ତାଲିବାନରେ ଆଭ୍ୟନ୍ତରୀଣ କଳହ ଥିବା ସୂଚନା ମିଳିଛି। ଏହା ସମାଧାନ ହୋଇପାରୁ ନଥିବାରୁ ସରକାର ଗଠନ ପ୍ରକ୍ରିୟା ବିଳମ୍ବିତ ହୋଇଚାଲିଛି। ଆସନ ବୁଝାମଣାକୁ ନେଇ ହକ୍କାନି ନେଟୱର୍କ ଏବଂ ତାଲିବାନ ମଧ୍ୟରେ ବିବାଦ ଚରମରେ ପହଞ୍ଚିଛି। ଏହା ଏପରି ଉଗ୍ର ରୂପ ଧାରଣ କରିଛି ଯେ ମାମଲାର ସମାଧାନ ଲାଗି ପାକିସ୍ତାନ ନିଜ ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କୁ କାବୁଲ ପଠାଇଛି।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ତାଲିବାନ ନେତା ମୁଲ୍ଲା ବରାଦର ଏବଂ ମୁଲ୍ଲା ୟାକୁବ ସହ ହକ୍କାନି ନେଟୱର୍କର ନେତା ଅନସ ହକ୍କାନି ଏବଂ ଖଲିଲ ହକ୍କାନି ମୁହାଁମୁହିଁ ହୋଇଛନ୍ତି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇନାହିଁ। ସୂଚନା ଅନୁଯାୟୀ ହକ୍କାନି ନେଟୱର୍କ ସରକାରରେ ସିଂହ ଭାଗ ଚାହୁଁଛି ଏବଂ ପ୍ରତିରକ୍ଷା ମନ୍ତ୍ରୀ ପଦ ମାଗୁଛି। କିନ୍ତୁ ତାଲିବାନ ଏହା ଦେବାକୁ ଅମଙ୍ଗ ହେଉଛି। ଏଥିଯୋଗୁଁ ତାଲିବାନ ଏ ପର୍ଯ୍ୟନ୍ତ ସରକାର ଗଠନ କରିପାରି ନାହିଁ। ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟ ଏବଂ ହକ୍କାନି ନେଟୱର୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ମୁଲ୍ଲା ଉମର ପୁଅ ମୁଲ୍ଲା ୟାକୁବ ଶକ୍ତିଶାଳୀ ସାମରିକ ଆୟୋଗର ମୁଖ୍ୟ ହେବାକୁ ଚାହୁଁଛି। ତାଲିବାନ କମାଣ୍ଡରଙ୍କ ବିଶାଳ ନେଟୱର୍କ ତାହା ଅଧିନରେ ରହିବ। ତାଲିବାନ ସରକାରରେ ଏହି ପଦକୁ ଅଧିକ ଶକ୍ତିଶାଳୀ ଏବଂ ସମ୍ମାନଜନକ ଧରାଯାଉଛି। ତାଲିବାନର ରାଜନୈତିକ ନେତୃତ୍ବ ସରକାରରେ ହକ୍କାନି ନେଟୱର୍କକୁ କିଛି ଗୁରୁତ୍ବପୂର୍ଣ୍ଣ ପଦ ଦେବାକୁ ମଧ୍ୟ ରାଜି ହୋଇଥିଲେ। କାବୁଲ କବ୍‌ଜା ପରେ ଅନସ ହକ୍କାନିକୁ ରାଜଧାନୀର ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା। ଏହି ନିଷ୍ପତ୍ତିରେ ମୁଲ୍ଲା ୟାକୁବ ଅସନ୍ତୋଷ ପ୍ରକାଶ କରିଛି। ସେ କିଛି ଦିନ ତଳେ ଏହାକୁ ସମାଲୋଚନା କରି କହିଥିଲା ଯେ ବିଳାସମୟ ଜୀବନଯାପନ କରୁଥିବା ରାଜନୈତିକ ନେତା ତୃଣମୂଳସ୍ତରରେ ଲଢିବା ପାଇଁ ପ୍ରସ୍ତୁତ ଥିବା ଲୋକଙ୍କ ପାଇଁ ନିଷ୍ପତ୍ତି ନେଇପାରିବେ ନାହିଁ।
ବିବାଦର ଅନ୍ୟ ଏକ କାରଣ ହେଲା ତାଲିବାନ ଆଦିବାସୀ ଏବଂ ଆଞ୍ଚଳିକ ସର୍ଦ୍ଦାରଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଚାନ୍ଦା ଆକାରରେ ସଂଗ୍ରହ କରିଛି। ଆଫଗାନ ବିଜୟ ପାଇଁ ଏହି ରାଶି ବ୍ୟବହାର କରାଯାଇଥାନ୍ତା। ଏବେ କାବୁଲ ବି ତାଲିବାନ କବ୍‌ଜାରେ ରହିଛି। ତେଣୁ ହକ୍କାନି ନେଟୱର୍କ ଏହି ଅର୍ଥରୁ ଭାଗ ମାଗୁଛି। ତେବେ ମୁଲ୍ଲା ୟାକୁବ ହକ୍କାନି ନେଟୱର୍କକୁ କୌଣସି ଅର୍ଥ ଦେବାକୁ ଚାହୁଁନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର