ଇଂରେଜ ଭାରତ ଛାଡ ନାରା ଭଳି ବିହାରରୁ ‘ବିଜେପି ଭଗାଓ’ର ନୂଆ ନାରା ଶୁଣିବାକୁ ମିଳୁଛି: ଅଖିଳେଶ ଯାଦବ

The Sakala Picture
Published On

ନୂଆଦିଲ୍ଲୀ : ବିହାରରେ ଭାଙ୍ଗିଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫର ଦେବା ସହ ପୁଣିଥରେ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଏହି ମହାମେଣ୍ଟରେ ୭ଟି ରାଜନୀତିକ ଦଳ ସାମିଲ ହେବେ। ଏଥିସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶ କୁମାରଙ୍କୁ ସମର୍ଥନ କରିବେ। ମହାଗଠବନ୍ଧନରେ ଆରଜେଡି ସହ କଂଗ୍ରେସ ଓ ବାମଦଳ ରହିଛନ୍ତି। ଆସନ୍ତାକାଲି  ନୀତିଶ ବିହାରରେ ୮ମ […]

ନୂଆଦିଲ୍ଲୀ : ବିହାରରେ ଭାଙ୍ଗିଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫର ଦେବା ସହ ପୁଣିଥରେ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଏହି ମହାମେଣ୍ଟରେ ୭ଟି ରାଜନୀତିକ ଦଳ ସାମିଲ ହେବେ। ଏଥିସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶ କୁମାରଙ୍କୁ ସମର୍ଥନ କରିବେ। ମହାଗଠବନ୍ଧନରେ ଆରଜେଡି ସହ କଂଗ୍ରେସ ଓ ବାମଦଳ ରହିଛନ୍ତି। ଆସନ୍ତାକାଲି  ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ତାଙ୍କ ଡେପୁଟି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ସେହିପରି କଂଗ୍ରେସ ଖାତାକୁ ୩ଟି ମନ୍ତ୍ରୀ ପଦ ଯିବ। ବାଚସ୍ପତି କଂଗ୍ରେସରୁ ହୋଇ ପାରନ୍ତି। ଯଦି କଂଗ୍ରେସକୁ ବାଚସ୍ପତି ପଦ ନ ମିଳିବ, ତା’ହେଲେ ନୀତୀଶ ସରକାରରେ ଦଳର ୪ ଜଣ ସଦସ୍ୟ ମନ୍ତ୍ରୀ ଭାବେ କାମ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

ବିହାରରେ ବିଜେପିର ଏପରି ଅବସ୍ଥା ପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ନୀତିଶଙ୍କ ନିଷ୍ପତ୍ତି ଏକ ଗୁଡ୍ ଷ୍ଟାଟ୍ । ଖୁବ୍‌ଶୀଘ୍ର ଅନ୍ୟ ଦଳମାନେ ମଧ୍ୟ ବିଜେପି ବିରୋଧରେ ଛିଡ଼ା ହେବେ ବୋଲି ଅଖିଳେଶ କହିଛନ୍ତି। ନୀତୀଶଙ୍କ ବିଜେପି ଛାଡ଼ ନିଷ୍ପତ୍ତିକୁ ଅଖିଳେଶ ଭାରତ ଛାଡ଼ ଅଭିଯାନ ସହ ତୁଳନା କରିଛନ୍ତି। ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଯେପରି ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। ଠିକ୍ ସେହିପରି ସମାନ ସ୍ଲୋଗାନ ବିହାରରୁ ବିଜେପି ବିରୋଧରେ ଶୁଣିବାକୁ ମିଳୁଛି ବୋଲି ଅଖିଳେଶ କହିଛନ୍ତି।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଖିଳେଶ କହିଛନ୍ତି “ଏହା ଏକ ଭଲ ଆରମ୍ଭ। ଏହି ଦିନରେ ‘ଇଂରେଜ ଭାରତ ଛାଡ଼’ ନାରା ଦିଆଯାଇଥିଲା। ହେଲେ ଆଜି ବିହାରରୁ ବିଜେପି ଭଗାଓ ନାରା ଶୁଣିବାକୁ ମିଳୁଛି। ମୁଁ ଭାବୁଛି ଖୁବ୍‌ଶୀଘ୍ର ରାଜନୈତିକ ଦଳ ଓ ବିଭିନ୍ନ ରାଜ୍ୟର ଲୋକମାନେ ବିଜେପି ବିରୋଧରେ ଛିଡ଼ା ହେବେ।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର