ଯକୃତ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଭଲ ଖବର : ଲ୍ୟାବ୍‌ରେ ଯକୃତ ପ୍ରସ୍ତୁତକଲେ ବୈଜ୍ଞାନିକ

The Sakala Picture
Published On

ନୂଆଦିଲ୍ଲୀ : ଯକୃତ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଭଲ ଖବର ଆସିଛି। ସେମାନଙ୍କୁ ଆଉ ଯକୃତ ପ୍ରତିରୋପଣ ପାଇଁ ଅପେକ୍ଷା କରିବାକୁ ପଡିବନି। ବୈଜ୍ଞାନିକମାନେ ସେମାନଙ୍କ ଚିକିତ୍ସା ପାଇଁ ନୂଆ ଉପାୟ ବାହାର କରିଛନ୍ତି। ବ୍ରାଜିଲର ସାଓ ପାଓଲୋ ଇନଷ୍ଟିଚ୍ୟୁଟ ଅଫ ବାୟୋସାଇନ୍ସ ସ୍ଥିତ ହ୍ୟୁମାନ ଜେନୋମ ଆଣ୍ଡ ଷ୍ଟେମ ସେଲ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଲ୍ୟାବରେ ଲିଭରକୁ ପୁଣିଥରେ ପ୍ରସ୍ତୁତ ଏବଂ ନିର୍ମାଣ କରିବାରୁ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ […]

ନୂଆଦିଲ୍ଲୀ : ଯକୃତ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଭଲ ଖବର ଆସିଛି। ସେମାନଙ୍କୁ ଆଉ ଯକୃତ ପ୍ରତିରୋପଣ ପାଇଁ ଅପେକ୍ଷା କରିବାକୁ ପଡିବନି। ବୈଜ୍ଞାନିକମାନେ ସେମାନଙ୍କ ଚିକିତ୍ସା ପାଇଁ ନୂଆ ଉପାୟ ବାହାର କରିଛନ୍ତି। ବ୍ରାଜିଲର ସାଓ ପାଓଲୋ ଇନଷ୍ଟିଚ୍ୟୁଟ ଅଫ ବାୟୋସାଇନ୍ସ ସ୍ଥିତ ହ୍ୟୁମାନ ଜେନୋମ ଆଣ୍ଡ ଷ୍ଟେମ ସେଲ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଲ୍ୟାବରେ ଲିଭରକୁ ପୁଣିଥରେ ପ୍ରସ୍ତୁତ ଏବଂ ନିର୍ମାଣ କରିବାରୁ ଜ୍ଞାନକୌଶଳ ବିକଶିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

ଏକ ରିପୋର୍ଟରେ କୁହାଯାଇଛି ଯେ ବୈଜ୍ଞାନିକମାନେ ପ୍ରଥମେ ମୂଷାର ଯକୃତରେ ଏହାର ପରୀକ୍ଷଣ କରିଛନ୍ତି, ଯାହା ସଫଳ ରହିଛି। ଆଗାମୀ ପର୍ଯ୍ୟାୟରେ ସେମାନେ ମନୁଷ୍ୟ ଯକୃତ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ମ୍ୟାଟେରିଆଲ ସାଇନ୍ସରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଲ୍ୟାବରେ ଯକୃତ ପ୍ରସ୍ତୁତ କରିବା ଦ୍ବାରା ରୋଗୀଙ୍କ ସମସ୍ୟା କମ ହେବ ଏବଂ ପ୍ରତିରୋପଣ ହୋଇଥିବା ଅଙ୍ଗପ୍ରତ୍ୟେଙ୍ଗର ଖରାପ ହେବାକୁ ମଧ୍ୟ ରୋକା ଯାଇ ପାରିବ। ଏହି ଅଧ୍ୟୟନ ଲେଖିଥିବା ଲୁଇସ କାର୍ଲୋସ ଡେ କେୟର୍ସ ଜୁନିୟର କହିଛନ୍ତି ଯେ ଯକୃତ ଉତ୍ପାଦନ ଡିସେଲ୍ୟୁଲୋ ରାଇଜେସନ ଏବଂ ରିସେଲ୍ୟୁଲୋରାଇଜେସନ ଜ୍ଞାନକୌଶଳ ଉପରେ ଆଧାରିତ। ଏବେ ଟିସୁ ବାୟୋଇଞ୍ଜିନିୟରିଂ ଟେକ୍ନୋଲୋଜି ଉପରେ ଗବେଷଣା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ହରମୁଜ୍ ପ୍ରଣାଳୀ ଅତିକ୍ରମ କଲା ଏଲଏନଜି (LNG) ଟ୍ୟାଙ୍କର, ପହଞ୍ଚିଲା ଭାରତ ଉପକୂଳରେ

ଏହି ପ୍ରକ୍ରିୟାରେ ଲ୍ୟାବରେ ମନୁଷ୍ୟ ଯକୃତର ଟିସୁରୁ କୋଷିକାକୁ ଅଲଗା କରିବା ପାଇଁ ଅନେକ ପ୍ରକାରର ଡିଟରଜେଣ୍ଟ ଏବଂ ଏନଜାଇମରେ ତାହାକୁ ଧୁଆ ଯାଇଥାଏ। ଏହା ଦ୍ବାରା ଏକ୍ସଟ୍ରାସେଲ୍ୟୁଲାର ମ୍ୟାଟ୍ରିକ୍ସ ଅଲଗା ହୋଇଯାଇଥାଏ ଏବଂ କେବଳ ମୂଳ ସରଞ୍ଚନା ଓ ବାହାର ଆକାର ରହିଥାଏ। ପରେ ଏକ୍ସଟ୍ରାସେଲ୍ୟୁଲାର ମ୍ୟାଟ୍ରିକ୍ସକୁ ରୋଗୀଙ୍କ ଠାରୁ ନିଆଯାଇଥିବା କୋଷିକା ସହ ରଖାଯାଇଥାଏ। ଏହା ଦ୍ବାରା ପ୍ରତିରୋପଣ ସମୟରେ ରୋଗୀଙ୍କ ଶୀରର ଦ୍ବାରା ଯକୃତ ଖାରଜ ହେବାର ଭୟ ଆଉ ରହିବନି। ହଗ୍-ସେଲର ମୁଖ୍ୟ ଗବେଷକ ମୟାନା ଜେଣ୍ଟଜ କହିଛନ୍ତି ଯେ ଏହି ଜ୍ଞାନକୌଶଳ ଦ୍ବାରା ‘ରିକଣ୍ଡିସନଡ ଲିଭର’କୁ ସହଜରେ ପ୍ରତିରୋପଣ କରିଯାଇପାରିବ। ଏହା ସହିତ ଅଙ୍ଗପ୍ରତ୍ୟେଙ୍ଗ ଖାରଜ ହେବାର ହାର ମଧ୍ୟ କମ ରହିଥାଏ। କାରଣ ଏହାକୁ ରୋଗୀଙ୍କ କୋଷିକାରୁ ହିଁ ପ୍ରସ୍ତୁତ କରାଯାଇଥାଏ। ଏହା ଜ୍ଞାନକୌଶଳକୁ ବ୍ୟବହାର କରି ପ୍ରତିରୋପଣ ହେଇପାରୁନଥିବା ଅଙ୍ଗପ୍ରତ୍ୟେଙ୍ଗକୁ ମଧ୍ୟ ଠିକ୍ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ବିଶ୍ୱ ଇନ୍ଧନ ସଙ୍କଟ: ଦେଶରେ ୯୯୩ ଟଙ୍କା ମହଙ୍ଗା ହେଲା କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର

ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ
ବୈଜ୍ଞାନିକଙ୍କ ଅନୁଯାୟୀ ଅନେକ ସମୟରେ ଟ୍ରାଫିକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କର ଅଙ୍ଗପ୍ରତ୍ୟେଙ୍ଗର ପ୍ରତିରୋପଣ ହୋଇପାରେ ନାହିଁ; କିନ୍ତୁ ଏହି ନୂଆ ଜ୍ଞାନକୌଶଳରେ ସେଗୁଡିକୁ ପ୍ରତିରୋପଣ ପାଇଁ ଠିକ୍

09 Apr 2021 By The Sakala

ଯକୃତ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଭଲ ଖବର : ଲ୍ୟାବ୍‌ରେ ଯକୃତ ପ୍ରସ୍ତୁତକଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ଯକୃତ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଭଲ ଖବର ଆସିଛି। ସେମାନଙ୍କୁ ଆଉ ଯକୃତ ପ୍ରତିରୋପଣ ପାଇଁ ଅପେକ୍ଷା କରିବାକୁ ପଡିବନି। ବୈଜ୍ଞାନିକମାନେ ସେମାନଙ୍କ ଚିକିତ୍ସା ପାଇଁ ନୂଆ ଉପାୟ ବାହାର କରିଛନ୍ତି। ବ୍ରାଜିଲର ସାଓ ପାଓଲୋ ଇନଷ୍ଟିଚ୍ୟୁଟ ଅଫ ବାୟୋସାଇନ୍ସ ସ୍ଥିତ ହ୍ୟୁମାନ ଜେନୋମ ଆଣ୍ଡ ଷ୍ଟେମ ସେଲ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଲ୍ୟାବରେ ଲିଭରକୁ ପୁଣିଥରେ ପ୍ରସ୍ତୁତ ଏବଂ ନିର୍ମାଣ କରିବାରୁ ଜ୍ଞାନକୌଶଳ ବିକଶିତ କରିଛନ୍ତି।

ଏକ ରିପୋର୍ଟରେ କୁହାଯାଇଛି ଯେ ବୈଜ୍ଞାନିକମାନେ ପ୍ରଥମେ ମୂଷାର ଯକୃତରେ ଏହାର ପରୀକ୍ଷଣ କରିଛନ୍ତି, ଯାହା ସଫଳ ରହିଛି। ଆଗାମୀ ପର୍ଯ୍ୟାୟରେ ସେମାନେ ମନୁଷ୍ୟ ଯକୃତ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ମ୍ୟାଟେରିଆଲ ସାଇନ୍ସରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଲ୍ୟାବରେ ଯକୃତ ପ୍ରସ୍ତୁତ କରିବା ଦ୍ବାରା ରୋଗୀଙ୍କ ସମସ୍ୟା କମ ହେବ ଏବଂ ପ୍ରତିରୋପଣ ହୋଇଥିବା ଅଙ୍ଗପ୍ରତ୍ୟେଙ୍ଗର ଖରାପ ହେବାକୁ ମଧ୍ୟ ରୋକା ଯାଇ ପାରିବ। ଏହି ଅଧ୍ୟୟନ ଲେଖିଥିବା ଲୁଇସ କାର୍ଲୋସ ଡେ କେୟର୍ସ ଜୁନିୟର କହିଛନ୍ତି ଯେ ଯକୃତ ଉତ୍ପାଦନ ଡିସେଲ୍ୟୁଲୋ ରାଇଜେସନ ଏବଂ ରିସେଲ୍ୟୁଲୋରାଇଜେସନ ଜ୍ଞାନକୌଶଳ ଉପରେ ଆଧାରିତ। ଏବେ ଟିସୁ ବାୟୋଇଞ୍ଜିନିୟରିଂ ଟେକ୍ନୋଲୋଜି ଉପରେ ଗବେଷଣା ଜାରି ରହିଛି।

ଏହି ପ୍ରକ୍ରିୟାରେ ଲ୍ୟାବରେ ମନୁଷ୍ୟ ଯକୃତର ଟିସୁରୁ କୋଷିକାକୁ ଅଲଗା କରିବା ପାଇଁ ଅନେକ ପ୍ରକାରର ଡିଟରଜେଣ୍ଟ ଏବଂ ଏନଜାଇମରେ ତାହାକୁ ଧୁଆ ଯାଇଥାଏ। ଏହା ଦ୍ବାରା ଏକ୍ସଟ୍ରାସେଲ୍ୟୁଲାର ମ୍ୟାଟ୍ରିକ୍ସ ଅଲଗା ହୋଇଯାଇଥାଏ ଏବଂ କେବଳ ମୂଳ ସରଞ୍ଚନା ଓ ବାହାର ଆକାର ରହିଥାଏ। ପରେ ଏକ୍ସଟ୍ରାସେଲ୍ୟୁଲାର ମ୍ୟାଟ୍ରିକ୍ସକୁ ରୋଗୀଙ୍କ ଠାରୁ ନିଆଯାଇଥିବା କୋଷିକା ସହ ରଖାଯାଇଥାଏ। ଏହା ଦ୍ବାରା ପ୍ରତିରୋପଣ ସମୟରେ ରୋଗୀଙ୍କ ଶୀରର ଦ୍ବାରା ଯକୃତ ଖାରଜ ହେବାର ଭୟ ଆଉ ରହିବନି। ହଗ୍-ସେଲର ମୁଖ୍ୟ ଗବେଷକ ମୟାନା ଜେଣ୍ଟଜ କହିଛନ୍ତି ଯେ ଏହି ଜ୍ଞାନକୌଶଳ ଦ୍ବାରା ‘ରିକଣ୍ଡିସନଡ ଲିଭର’କୁ ସହଜରେ ପ୍ରତିରୋପଣ କରିଯାଇପାରିବ। ଏହା ସହିତ ଅଙ୍ଗପ୍ରତ୍ୟେଙ୍ଗ ଖାରଜ ହେବାର ହାର ମଧ୍ୟ କମ ରହିଥାଏ। କାରଣ ଏହାକୁ ରୋଗୀଙ୍କ କୋଷିକାରୁ ହିଁ ପ୍ରସ୍ତୁତ କରାଯାଇଥାଏ। ଏହା ଜ୍ଞାନକୌଶଳକୁ ବ୍ୟବହାର କରି ପ୍ରତିରୋପଣ ହେଇପାରୁନଥିବା ଅଙ୍ଗପ୍ରତ୍ୟେଙ୍ଗକୁ ମଧ୍ୟ ଠିକ୍ କରାଯାଇପାରିବ।

ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ
ବୈଜ୍ଞାନିକଙ୍କ ଅନୁଯାୟୀ ଅନେକ ସମୟରେ ଟ୍ରାଫିକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କର ଅଙ୍ଗପ୍ରତ୍ୟେଙ୍ଗର ପ୍ରତିରୋପଣ ହୋଇପାରେ ନାହିଁ; କିନ୍ତୁ ଏହି ନୂଆ ଜ୍ଞାନକୌଶଳରେ ସେଗୁଡିକୁ ପ୍ରତିରୋପଣ ପାଇଁ ଠିକ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର