ତାଲିବାନକୁ ‘ଜି-୭’ ରାଷ୍ଟ୍ରଗୋଷ୍ଠୀର ଚେତାବନୀ: ମାନବବାଦ ଭୁଲିଲେ ଫଳ ଭୋଗିବ

The Sakala Picture
Published On

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ବିଶ୍ବର ୭ ପ୍ରଭାବଶାଳୀ ରାଷ୍ଟ୍ର ସଂଗଠନ ‘ଜି-୭’ ଗୋଷ୍ଠୀ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯିବା ସହିତ ତାଲିବାନ ସଂଗଠନକୁ ଚେତାବନୀ ଜାରି କରାଯାଇଛି। ଆଫଗାନିସ୍ତାନରେ ଶାନ୍ତିପୂର୍ଣ୍ଣ ଉପାୟରେ ସରକାର ଗଠନ କରାଯାଇ ମାନବାଧିକାର ପ୍ରତିଷ୍ଠା ନ ହେଲେ ତାଲିବାନ ପ୍ରତି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜି-୭ ଗୋଷ୍ଠୀ ଧମକ ଦେଇଛି। ଆଫଗାନ ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆହ୍ବାନ କ୍ରମେ ଗତକାଲି ଏହି ଗୋଷ୍ଠୀର ଏକ […]

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ବିଶ୍ବର ୭ ପ୍ରଭାବଶାଳୀ ରାଷ୍ଟ୍ର ସଂଗଠନ ‘ଜି-୭’ ଗୋଷ୍ଠୀ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯିବା ସହିତ ତାଲିବାନ ସଂଗଠନକୁ ଚେତାବନୀ ଜାରି କରାଯାଇଛି। ଆଫଗାନିସ୍ତାନରେ ଶାନ୍ତିପୂର୍ଣ୍ଣ ଉପାୟରେ ସରକାର ଗଠନ କରାଯାଇ ମାନବାଧିକାର ପ୍ରତିଷ୍ଠା ନ ହେଲେ ତାଲିବାନ ପ୍ରତି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜି-୭ ଗୋଷ୍ଠୀ ଧମକ ଦେଇଛି। ଆଫଗାନ ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆହ୍ବାନ କ୍ରମେ ଗତକାଲି ଏହି ଗୋଷ୍ଠୀର ଏକ ଜରୁରୀକାଳୀନ ବୈଠକ ବସିଥିଲା ବେଳେ ଏଥିରେ ଆମେରିକା ସମେତ ବ୍ରିଟେନ୍‌, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ଜାପାନ ଆଦି ରାଷ୍ଟ୍ର ଯୋଗ ଦେଇଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ: ଇରାନରୁ ତେଲ କିଣିଲେ ଚୀନ୍‌କୁ ମହଙ୍ଗା ପଡ଼ିବ: ଆମେରିକାର କଡ଼ା ଚେତାବନୀ

ବିଶେଷକରି ମାନବାଧିକାର ଉଲ୍ଲଘଂନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ସାଧାରଣ ନାଗରିକଙ୍କ ଜୀବନଧାରଣ ଏବେ ନର୍କ ଆଡ଼କୁ ଗତି କରୁଥିବାରୁ ଉପସ୍ଥିତ ନେତାମାନେ ଆଶଙ୍କିତ ହୋଇପଡ଼ିଥିଲେ। ବିଶ୍ବର ସମସ୍ତ ନାଗରିକମାନଙ୍କ ପରି ଆଫଗାନବାସୀଙ୍କ ମଧ୍ୟ ସବୁ କ୍ଷେତ୍ରରେ ଅଧିକାର ରହିଛି ଏବଂ ସ୍ବଚ୍ଛନ୍ଦରେ ଜୀବନଯାପନ କରିବାର ଅଧିକାର ରହିଛି। ହେଲେ ତାଲିବାନ ଗୋଷ୍ଠୀ ହାତରେ ଆଫଗାନିସ୍ତାନ ଶାସନ କ୍ଷମତା ଯିବାର ମାତ୍ର ଏକ ସପ୍ତାହ ପରେ ସେଠାରେ ଯେଭଳି ସ୍ଥିତି ଉପୁଜିଛି ତାହା ବିଶ୍ବସମାଜକୁ ଚିନ୍ତିତ କରିଛି ବୋଲି ଏହି ବୈଠକରେ କୁହାଯାଇଛି। ବିଶେଷକରି ସାଧାରଣ ନାଗରିକମାନଙ୍କ ଠାରୁ ଆରମ୍ଭ କରିି ମହିଳା ଏବଂ ଶିଶୁମାନଙ୍କ ପ୍ରତି ତାଲିବାନୀ କ୍ରୂରତାର ରୂପରେଖ ସବୁ ମହଲକୁ ଚିନ୍ତିତ କରିଛି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଆଫଗାନିସ୍ତାନରୁ ବିଭିନ୍ନ ରାଷ୍ଟ୍ରର ନାଗରିକମାନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ମଧ୍ୟ ସମସ୍ୟା ଲାଗି ରହିଛି। କାବୁଲ ବିମାନ ବନ୍ଦରରେ ସ୍ଥିତି ଯେଭଳି ରହିଛି ତାହା ବିଦେଶୀମାନଙ୍କ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ବାଦା ସୃଷ୍ଟି କରୁଛି। ତାଲିବାନ ନିଜର ପୂର୍ବ ପ୍ରତିଶ୍ରୁତି ପୂରଣ ନକରି ଏବେ ସବୁକ୍ଷେତ୍ରରେ ନିଜର କଠୋରତା ଜାହିର କରିଥିବାରୁ ଅନେକ ଦିଗରେ ବିପଦ ସୃଷ୍ଟି ହୋଇଛି। ଆଫଗାନିସ୍ତାନରୁ ଆମେରିକା ଏବଂ ନାଟୋ ସେନା ହଟିବା ପ୍ରସଙ୍ଗରେ ପୂର୍ବରୁ କ୍ବାତାରର୍‌ ଦୋହା ଠାରେ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ବୈଠକରେ ଶାନ୍ତିପୂର୍ଣ୍ଣ ଉପାୟରେ ସରକାର ଗଠନ ସହିତ ସମାଜରେ ସ୍ବାଭାବିକ ସ୍ଥିତି ବଜାୟ ରଖିବାକୁ ତାଲିବାନୀ ନେତା ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଫଳ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି। ଯଦି ତାଲିବାନ ସରକାର ଏହାକୁ ଗୁରୁତ୍ବ ଦେଇ କାର୍ଯ୍ୟ ନ କରେ ତେବେ ଆଗାମୀ ଦିନରେ ଶକ୍ତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜି-୭ ରାଷ୍ଟ୍ର ଗୋଷ୍ଠୀ ପକ୍ଷରୁ ରୋକ୍‌ ଠୋକ୍‌ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଡାକ୍ତରଙ୍କ ସାଂଘାତିକ ଅବହେଳା: ଗୋଟିଏ ସିରିଞ୍ଜ୍ ବ୍ୟବହାର ଯୋଗୁଁ ୩୩୧ ଶିଶୁ HIV ଆକ୍ରାନ୍ତ

ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ବାଇଡେନ୍‌ ସରକାର କହିଥିବା ବେଳେ ଏହି ସମୟ ସୁଦ୍ଧା ସେନା ପ୍ରତ୍ୟାହାର କରିବାକୁ ତାଲିବାନ ଆମେରିକାକୁ ଧମକ ଦେଇଛି। ନଚେତ୍‌ ପରିଣାମ ଭୟାବହ ହେବ ବୋଲି କହିଛି। ଏହାପରେ ହିଁ ତାଲିବାନ ସରକାର ସମ୍ପର୍କରେ ବିଶ୍ବବାସୀଙ୍କୁ ଅବଗତ କରାଯିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଥିବା ବେଳେ ତାଲିବାନର ଏଭଳି ଆଭିମୁଖ୍ୟକୁ ସନ୍ଦେହ ଚକ୍ଷୁରେ ଜି-ରାଷ୍ଟ୍ର ଗୋଷ୍ଠୀ ସମୂହ ପରଖିଛି। ତେବେ ଏହାକୁ ନେଇ ଜି-୭ ଗୋଷ୍ଠୀ ମଧ୍ୟ ତାଲିବାନ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଯଦି ସରକାର ଗଠନ ପରେ ଆଫଗାନିସ୍ତାନରେ ଆତଙ୍କବାଦ ବଢେ ଏବଂ ସାଧାରଣ ନାଗରିକମାନଙ୍କ ଅଧିକାର କ୍ଷୁଣ୍ଣ ହୁଏ ତେବେ ଏଥିପାଇଁ ତାଲିବାନ ସମ୍ପୂର୍ଣ୍ଣ ଦାୟୀ ରହିବ ଏବଂ ଫଳାଫଳ ଭୋଗିବାକୁ ପଡ଼ିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏପରିକି ଅଗଷ୍ଟ ୩୧ରେ ଆମେରିକା ସେନାର ପ୍ରତ୍ୟାହାର ପରେ ମଧ୍ୟ ଆଫଗାନିସ୍ତାନରୁ ଯେଉଁମାନେ ଅନ୍ୟତ୍ର ଯିବାକୁ ଚାହିଁବେ ସେମାନଙ୍କୁ ସମସ୍ତ ଇସଲାମିକ୍‌ ଗୋଷ୍ଠୀ ଯିବାକୁ ଦେବାକୁ ଗ୍ୟାରେଣ୍ଟି ଦେବେ ବୋଲି ଜି-୭ ରାଷ୍ଟ୍ର ସମୂହ କହିଛି। ଆଫଗାନିସ୍ତାନରେ ଏବେ ମଧ୍ୟ ବିଭିନ୍ନ ରାଷ୍ଟ୍ରର ନାଗରିକମାନଙ୍କ ସହ ସ୍ବାସ୍ଥ୍ୟ କର୍ମୀ, ସମାଜସେବୀ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ବେସରକାରୀ ସଂସ୍ଥାର ସଦସ୍ୟ ରହିଛନ୍ତି। କିନ୍ତୁ ସେମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଏବେ ସମସ୍ୟା ଦେଖାଯାଇଛି। ବିଗତ ୨୦ ବର୍ଷ ଧରି ଆଫଗାନିସ୍ତାନର ବିକାଶଧାରାରେ ସାମିଲ ହୋଇଥÒବା ପ୍ରତ୍ୟେକ ନାଗରିମମାନଙ୍କୁ ସମ୍ମାନର ସହିତ ଫେରାଇ ଆଣିବାକୁ ଆମେ ଗୁରୁତ୍ବ ଦେଉଛୁ ବୋଲି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିଛନ୍ତି। ଏଥିପାଇଁ ସବୁ ରାଷ୍ଟ୍ରମାନଙ୍କ ପକ୍ଷରୁ ସମନ୍ବୟ ରକ୍ଷା କରାଯାଇ ପ୍ରତିଟି କାର୍ଯ୍ୟକୁ ତଦାରଖ କରାଯାଉଛି ଏବଂ ତାଲିବାନ ସହଯୋଗ କରିବାକୁ ହେବ। ନଚେତ୍‌ ତାଲିବାନ ବିରୋଧରେ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ପଛାଇବୁ ନାହିଁ ବୋଲି ବୋରସ୍‌ ଜନସନ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଦେଶରୁ ଚାନ୍ଦା ଆଣିପାରିବେ ଧୀରେନ୍ଦ୍ର ଶାସ୍ତ୍ରୀ: ବାଗେଶ୍ୱର ଧାମକୁ ମିଳିଲା କେନ୍ଦ୍ର ସରକାରଙ୍କ ଏଫସିଆରଏ (FCRA) ମଞ୍ଜୁରୀ

26 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର