ପ୍ରେମ-ବିବାହ ପାଇଁ ଆମେରିକାରୁ ଆନ୍ଧ୍ର ପ୍ରଦେଶ

The Sakala Picture
Published On

ନୂଆଦିଲ୍ଲୀ: ପ୍ରେମ ଶାଶ୍ବତ, ଚିରନ୍ତନ ଏବଂ ସତ୍ୟ। ଏହା ମାନେ ନାହିଁ ରଙ୍ଗ କି ଭେଦ। ଏହି ଉକ୍ତିକୁ ଜଣେ ଯୁବତୀ ସତ କରି ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରେମ ହେବା ପରେ ନିଜଠାରୁ ୯ ବର୍ଷ ସାନ ପ୍ରେମିକକୁ ପାଇବା ପାଇଁ ସେ ସାତ ଦରିଆ ପାର୍‌ ହୋଇ ଆମେରିକାରୁ ଆନ୍ଧ୍ରପ୍ରଦେଶ ଚାଲି ଆସିଛନ୍ତି। ହଜାର ହଜାର କିମି ଅତିକ୍ରମ କରି ଗାଉଁଲି ପ୍ରେମିକକୁ ବାହା ହେବା ପାଇଁ ଆନ୍ଧ୍ରର ଏକ ଉପାନ୍ତ ଗାଁରେ ପହଞ୍ଚିଛନ୍ତି। ‘ହାଏ’ରୁ ଆରମ୍ଭ […]

ନୂଆଦିଲ୍ଲୀ: ପ୍ରେମ ଶାଶ୍ବତ, ଚିରନ୍ତନ ଏବଂ ସତ୍ୟ। ଏହା ମାନେ ନାହିଁ ରଙ୍ଗ କି ଭେଦ। ଏହି ଉକ୍ତିକୁ ଜଣେ ଯୁବତୀ ସତ କରି ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରେମ ହେବା ପରେ ନିଜଠାରୁ ୯ ବର୍ଷ ସାନ ପ୍ରେମିକକୁ ପାଇବା ପାଇଁ ସେ ସାତ ଦରିଆ ପାର୍‌ ହୋଇ ଆମେରିକାରୁ ଆନ୍ଧ୍ରପ୍ରଦେଶ ଚାଲି ଆସିଛନ୍ତି। ହଜାର ହଜାର କିମି ଅତିକ୍ରମ କରି ଗାଉଁଲି ପ୍ରେମିକକୁ ବାହା ହେବା ପାଇଁ ଆନ୍ଧ୍ରର ଏକ ଉପାନ୍ତ ଗାଁରେ ପହଞ୍ଚିଛନ୍ତି। ‘ହାଏ’ରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ହାତଗଣ୍ଠିରେ ପରିଣତ ହେବାକୁ ଯାଉଛି। ଆମେରିକାର ଫଟୋଗ୍ରାଫର ଜେସଲିନ ଫୋରେରୋଙ୍କ ସହ ଏହି ଘଟଣା ଘଟିଛି। ସେ ଇନ୍‌ଷ୍ଟାଗ୍ରାମରେ ପ୍ରଥମେ ପ୍ରେମିକ ଚନ୍ଦନଙ୍କୁ ଭେଟିଥିଲେ। ତାଙ୍କ ସରଳତା ଏବଂ ସଚ୍ଚୋଟତା ଦେଖି ଜେସଲିନ ମୁଗ୍ଧ ହୋଇ ଯାଇଥିଲେ। ଦୀର୍ଘ ୧୪ ମାସ ପର୍ଯ୍ୟନ୍ତ କଥା ହେବା ପରେ ଉଭୟେ ପ୍ରେମରେ ପଡ଼ି ଯାଇଥିଲେ। ଏବେ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଫୋରେରୋ ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ସେ ୪୫ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ତାଙ୍କର ପ୍ରେମର ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନର ଦୋହରା ନୀତି ପଦାରେ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ, ପିଓକେରେ ନିଜ ଲୋକଙ୍କ ଉପରେ ଗୁଳିମାଡ଼

ଜେସଲିନ କହିଛନ୍ତି ଯେ ସେ ପ୍ରଥମେ ଚନ୍ଦନଙ୍କ ପ୍ରୋଫାଇଲ ଦେଖିଥିଲେ। ଧାର୍ମିକ ଆସ୍ଥା ଥିବା ଦେଖି ତାଙ୍କୁ ପ୍ରଥମେ ମେସେଜ କରିଥିଲେ। ପରେ ସଙ୍ଗୀତ, କଳା ଏବଂ ଫଟୋଗ୍ରାଫି ପ୍ରତି ଚନ୍ଦନଙ୍କ ରୁଚିଥିବା ଜାଣିବାକୁ ପାଇଥିଲେ। ଉଭୟଙ୍କ ପସନ୍ଦ ଏକାଥିବାରୁ କଥା ଆଗକୁ ବଢ଼ିଥିଲା। ୮ ମାସ ପର୍ଯ୍ୟନ୍ତ କଥା ହେବା ପରେ ଏବଂ ମାଆଙ୍କ ଅନୁମତି ପରେ ନୂଆ ଜୀବନ ଆରମ୍ଭ କରିବା ପାଇଁ ଜେସ୍‌ଲିନ ଭାରତ ଆସିଥିଲେ। ତେବେ ବୟସ ବ୍ୟବଧାନକୁ ନେଇ କିଛି ଲୋକ ଏହି ଯୋଡିଙ୍କୁ ସମାଲୋଚନା କରୁଛନ୍ତି। ମାତ୍ର ଈଶ୍ବର ଆମ ପାଇଁ ଦ୍ବାର ଖୋଲା କରି ଦେଇଛନ୍ତି ବୋଲି ଫୋରେରୋ କହିଛନ୍ତି। ସେ ପୂର୍ବରୁ ବିବାହ କରିଥିଲେ। ଛାଡ଼ପତ୍ର ସତ୍ତ୍ବେ ଫୋରେରଙ୍କ ସହ ତାଙ୍କ ପିଲା ରହୁଥିବା ସୂଚନା ମିଳିଛି। ଏବେ ଚନ୍ଦନଙ୍କ ଆମେରିକା ଭିସା ପାଇଁ ଆବେଦନ କରାଯାଇଛି। ଅନୁମତି ମିଳିବା ପରେ ଉଭୟେ ଆମେରିକାରେ ନୂଆ ଜୀବନ ଆରମ୍ଭ କରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସରକାରଙ୍କୁ ସୋନମ୍ ୱାଙ୍ଗଚୁକ୍‌ଙ୍କ ଚେତାବନୀ: 'ପ୍ରତିଶ୍ରୁତି ପାଳନ କରନ୍ତୁ, ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ'

10 Apr 2025 By The Sakala

ପ୍ରେମ-ବିବାହ ପାଇଁ ଆମେରିକାରୁ ଆନ୍ଧ୍ର ପ୍ରଦେଶ

ନୂଆଦିଲ୍ଲୀ: ପ୍ରେମ ଶାଶ୍ବତ, ଚିରନ୍ତନ ଏବଂ ସତ୍ୟ। ଏହା ମାନେ ନାହିଁ ରଙ୍ଗ କି ଭେଦ। ଏହି ଉକ୍ତିକୁ ଜଣେ ଯୁବତୀ ସତ କରି ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରେମ ହେବା ପରେ ନିଜଠାରୁ ୯ ବର୍ଷ ସାନ ପ୍ରେମିକକୁ ପାଇବା ପାଇଁ ସେ ସାତ ଦରିଆ ପାର୍‌ ହୋଇ ଆମେରିକାରୁ ଆନ୍ଧ୍ରପ୍ରଦେଶ ଚାଲି ଆସିଛନ୍ତି। ହଜାର ହଜାର କିମି ଅତିକ୍ରମ କରି ଗାଉଁଲି ପ୍ରେମିକକୁ ବାହା ହେବା ପାଇଁ ଆନ୍ଧ୍ରର ଏକ ଉପାନ୍ତ ଗାଁରେ ପହଞ୍ଚିଛନ୍ତି। ‘ହାଏ’ରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ହାତଗଣ୍ଠିରେ ପରିଣତ ହେବାକୁ ଯାଉଛି। ଆମେରିକାର ଫଟୋଗ୍ରାଫର ଜେସଲିନ ଫୋରେରୋଙ୍କ ସହ ଏହି ଘଟଣା ଘଟିଛି। ସେ ଇନ୍‌ଷ୍ଟାଗ୍ରାମରେ ପ୍ରଥମେ ପ୍ରେମିକ ଚନ୍ଦନଙ୍କୁ ଭେଟିଥିଲେ। ତାଙ୍କ ସରଳତା ଏବଂ ସଚ୍ଚୋଟତା ଦେଖି ଜେସଲିନ ମୁଗ୍ଧ ହୋଇ ଯାଇଥିଲେ। ଦୀର୍ଘ ୧୪ ମାସ ପର୍ଯ୍ୟନ୍ତ କଥା ହେବା ପରେ ଉଭୟେ ପ୍ରେମରେ ପଡ଼ି ଯାଇଥିଲେ। ଏବେ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଫୋରେରୋ ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ସେ ୪୫ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ତାଙ୍କର ପ୍ରେମର ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଛି।

ଜେସଲିନ କହିଛନ୍ତି ଯେ ସେ ପ୍ରଥମେ ଚନ୍ଦନଙ୍କ ପ୍ରୋଫାଇଲ ଦେଖିଥିଲେ। ଧାର୍ମିକ ଆସ୍ଥା ଥିବା ଦେଖି ତାଙ୍କୁ ପ୍ରଥମେ ମେସେଜ କରିଥିଲେ। ପରେ ସଙ୍ଗୀତ, କଳା ଏବଂ ଫଟୋଗ୍ରାଫି ପ୍ରତି ଚନ୍ଦନଙ୍କ ରୁଚିଥିବା ଜାଣିବାକୁ ପାଇଥିଲେ। ଉଭୟଙ୍କ ପସନ୍ଦ ଏକାଥିବାରୁ କଥା ଆଗକୁ ବଢ଼ିଥିଲା। ୮ ମାସ ପର୍ଯ୍ୟନ୍ତ କଥା ହେବା ପରେ ଏବଂ ମାଆଙ୍କ ଅନୁମତି ପରେ ନୂଆ ଜୀବନ ଆରମ୍ଭ କରିବା ପାଇଁ ଜେସ୍‌ଲିନ ଭାରତ ଆସିଥିଲେ। ତେବେ ବୟସ ବ୍ୟବଧାନକୁ ନେଇ କିଛି ଲୋକ ଏହି ଯୋଡିଙ୍କୁ ସମାଲୋଚନା କରୁଛନ୍ତି। ମାତ୍ର ଈଶ୍ବର ଆମ ପାଇଁ ଦ୍ବାର ଖୋଲା କରି ଦେଇଛନ୍ତି ବୋଲି ଫୋରେରୋ କହିଛନ୍ତି। ସେ ପୂର୍ବରୁ ବିବାହ କରିଥିଲେ। ଛାଡ଼ପତ୍ର ସତ୍ତ୍ବେ ଫୋରେରଙ୍କ ସହ ତାଙ୍କ ପିଲା ରହୁଥିବା ସୂଚନା ମିଳିଛି। ଏବେ ଚନ୍ଦନଙ୍କ ଆମେରିକା ଭିସା ପାଇଁ ଆବେଦନ କରାଯାଇଛି। ଅନୁମତି ମିଳିବା ପରେ ଉଭୟେ ଆମେରିକାରେ ନୂଆ ଜୀବନ ଆରମ୍ଭ କରିବେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର