ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ

Deviprasad Mohanty Picture
Published On

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ପରୋଲକ ଘଟିଛି । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ୬ଟା ୩୦ ସମୟରେ ଲାତୁରର  ଦେବରରେ ପରଲୋକ ହୋଇଥିବା ଜଣାପଡିଛି । ଶିବରାଜ ପାଟିଲ ଚାକୁରକର ଲୋକସଭାର ସଭାପତି ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ। କିଛି ଦିନ ହେବ ସେ ରୋଗରେ ପୀଡିତ ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ତାଙ୍କର ଦେହାନ୍ତକୁ ନେଇ କଂଗ୍ରେସ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା, ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବା ସମ୍ଭାବନା

ଯଦି ଶିବରାଜ ପାଟିଲଙ୍କର ରାଜନୈତିକ କ୍ୟାରିକର କଥା ଦେଖିବା ତାହେଲେ ସେ ଦେଶର ଅନେକ ପ୍ରତିଷ୍ଠିତ ପଦର ଦାୟିତ୍ବ ନେଇଥିଲେ । ମହାରାଷ୍ଟ୍ରର ବାସିନ୍ଦା ଶିବରାଜ ପାଟିଲ ଚାକୁରକର ମରାଠବାଡାର ଲାତୁରର ସାଂସଦ ଥିଲେ। ଲାତୁର ଗ୍ରାମୀଣ ସିଟରୁ ୧୯୭୩ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ ।୧୯୮୦ ମସିହା ପରେ ଲାତୁର ସଂସଦୀୟ ସିଟରୁ ଜିତି ଅନେକ ବାର ଲୋକସଭା ମଧ୍ୟ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: Kashmir Of Odisha; ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ: ୭ ଡ଼ିଗ୍ରୀରେ ଥରୁଛି ‘ଓଡ଼ିଶାର କାଶ୍ମୀର’, ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ

ଖବର ଅନୁଯାୟୀ, ୨୦୦୮ ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ସମୟରେ ଶିବରାଜ ପାଟିଲ ଦେଶର ଗୃହମନ୍ତ୍ରୀ ଥିଲେ । ତେବେ ଏହି ସମୟରେ ତାଙ୍କର କାର୍ଯ୍ୟକୁ ନେଇ ଅନେକ ଆଲୋଚନା ହେବା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ, ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ

Join Us @ WhatsApp

About The Author

Google News
Join Us @ WhatsApp