ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରିବ ଇଡି, ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଓ ପିଏସ୍ ସଞ୍ଜୀବ ପଲାଣ୍ଡେଙ୍କୁ ଇଡି ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ଉଭୟଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ନେଇଛି ଇଡି । ଆଜି ଦିନ ୧୧ଟାରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ । କୁହାଯାଇଛି ଇଡି ଅନୀଲ ଦେଶମୁଖଙ୍କ ବିରୋଧରେ ବି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରେ । ସୂଚନାଯୋଗ୍ୟ, ଅନୀଲ ଦେଶମୁଖ ୧୦୦ କୋଟିର ଚାନ୍ଦା ମାଗୁଥିବା ମୁମ୍ବାଇ ପୋଲିସର ପୂର୍ବତନ […]

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଓ ପିଏସ୍ ସଞ୍ଜୀବ ପଲାଣ୍ଡେଙ୍କୁ ଇଡି ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ଉଭୟଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ନେଇଛି ଇଡି । ଆଜି ଦିନ ୧୧ଟାରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ । କୁହାଯାଇଛି ଇଡି ଅନୀଲ ଦେଶମୁଖଙ୍କ ବିରୋଧରେ ବି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ସୂଚନାଯୋଗ୍ୟ, ଅନୀଲ ଦେଶମୁଖ ୧୦୦ କୋଟିର ଚାନ୍ଦା ମାଗୁଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ଅଭିଯୋଗ କରିଥିଲେ । ଏଥିସହ ଏହି ଚାନ୍ଦା ମାଗିବା ସମୟରେ ସେହି କକ୍ଷରେ ଦେଶମୁଖଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଏବଂ ସଞ୍ଜୀବ ପଲାଣ୍ଡେ ଉପସ୍ଥିତ ରହୁଥିବା ସେ କହିଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ଶୁକ୍ରବାର ଇଡି ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖଙ୍କ ନାଗପୁର ଓ ମୁମ୍ବାଇ ସ୍ଥିତ ଘରେ ରେଡ୍ କରିଥିଲା । ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଓ ପିଏସ୍ ସଞ୍ଜୀବ ପଲାଣ୍ଡେଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର