ଦିଲ୍ଲୀ ମୁଖାର୍ଜୀ ନଗର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, ଜୀବନ ବିକଳରେ ଝରକା ଦେଇ ତଳକୁ ଡେଇଁଲେ ବିଦ୍ୟାର୍ଥୀ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖାର୍ଜୀ ନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛତ୍ରୀ । ନିଆଁ ଲାଗିବା ପରେ ପ୍ରାଣ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଏପଟ ସେପଟ ଧାଇଁବାକୁ ଲାଗିଲେ । ଜୀବନ ବଞ୍ଚାଇବା ପାଇଁ କିଛି ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୧ଟି […]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖାର୍ଜୀ ନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛତ୍ରୀ । ନିଆଁ ଲାଗିବା ପରେ ପ୍ରାଣ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଏପଟ ସେପଟ ଧାଇଁବାକୁ ଲାଗିଲେ । ଜୀବନ ବଞ୍ଚାଇବା ପାଇଁ କିଛି ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା ।
ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍
ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୧ଟି ଦମକଳବାହିନୀ । ଘଣ୍ଟାଏ ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ରଶି ସାହାଯ୍ୟରେ ପିଲାମାନଙ୍କୁ ବାହାରକୁ ଅଣାଯାଉଛି । ବିଲ୍ଡିଂ ଭିତରେ ଫଶି ରହିଥିବା ପିଲାମାନେ ଜୀବନ ବିକଳରେ ଝରକା ଦେଇ ପିଲାମାନେ ଡେଇଁ ପଡୁଥିବା ଦେଖାଯାଇଛି । କୋଚିଂ ସେଣ୍ଟରର ୪ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।






