ସଂସଦରେ ୨୦୨୨-୨୩ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ ୨୦୨୨-୨୩ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କଲେ ବଜେଟ। କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି,୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ । ଆଗାମୀ ୨୫ ବର୍ଷକୁ […]
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ ୨୦୨୨-୨୩ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କଲେ ବଜେଟ। କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି,୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି ।
📡LIVE NOW📡
ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତFinance Minister @nsitharaman is presenting the Union Budget 2022-23 in Parliament#AatmanirbharBharatKaBudget #Budget2022
Watch here📺https://t.co/nOc0qrDBSn https://t.co/Mfors6MyRm
— PIB India (@PIB_India) February 1, 2022
ଏଥି ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି ।ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି, ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେଉଛି, ରେଲ୍, ରୋଡ୍, ଏୟାରେୱେଜ, ୱାଟରେୱେଜ୍ ପାଇଁ ଆରମ୍ଭ ହେବ ପିଏମ୍ ଗତିଶକ୍ତି, ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ। ଏଲଆଇସିର ଆଇପିଓ ଖୁବ ଶୀଘ୍ର ଆସିବ।
ଚଳିତ ବଜେଟରେ ମଧ୍ୟବର୍ଗକୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଛି । ଏହି ବଜେଟ୍ କୋରୋନା କାଳରେ ଥିବା ଚାଲେଞ୍ଜ ମୁକାବିଲା ଦିଗରେ ସହାୟକ ହେବ ।ଅର୍ଥମନ୍ତ୍ରୀ କହିଛନ୍ତି- ଆମେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ। ଆମେ ଗରିବ ଲୋକଙ୍କ ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛୁ । ଆମର ବଜେଟ୍ ଏପରି ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଚାହୁଁଛି, ଯାହା ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବ।ଆସନ୍ତା ୩ ବର୍ଷ ମଧ୍ୟରେ ୧୦୦ ପିଏମ୍ ଗାତି ଶକ୍ତି କାର୍ଗୋ ଟର୍ମିନାଲ୍ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସହରାଞ୍ଚଳରେ ପରିବହନ ରେଳ ମାର୍ଗ ଦ୍ୱାରା ସଂଯୋଗ ହେବ । ଏହା ସହିତ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ୬୦ ଲକ୍ଷ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ।
ଗୋଟିଏ ବର୍ଷରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ। ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି, ଏହାଦ୍ୱାରା ଭିତ୍ତିଭୂମିର ବିକାଶ ହେ।ଆଇଟି ଓ ଘରୋଇ ସେକ୍ଟରକୁ ପୋତ୍ସାହନ ଦିଆଯିବ,ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଗଡିବ।୩ ବର୍ଷରେ ଚାଲିବ ୪ଶହ ବନ୍ଦେ ଭାରତ ଏକ୍ସପ୍ରେସ । ଶହେଟି ପିଏମ୍ ଗତିଶକ୍ତି କାର୍ଗୋ ଟର୍ମିନାଲ ଚାଲିବ ।ପାହାଡ଼ିଆ ଅଞ୍ଚଳରେ ଚାଲିବ ପର୍ବତମାଳା ରୋପ୍ ୱେ । ୨୦୨୨-୨୩ରେ ୮ଟି ନୂଆ ରୋପ୍ ୱେ ପାଇଁ ଅର୍ଡର ଦିଆଯିବ।
ଶିକ୍ଷା କ୍ଷେତ୍ର ପାଇଁ ୨୦୨୨-୨୩ ବଜେଟରେ ବଡ଼ ବ୍ୟବସ୍ଥା, ଶିକ୍ଷା ପାଇଁ ୱାନ୍ କ୍ଲାସ୍ ୱାନ୍ ଟିଭି ଚ୍ୟାନେଲ, ଆରମ୍ଭ ହେବ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ, ଟିଭି ଜରିଆରେ ପାଠ ପଢିବେ ପ୍ରଥମରୁ ଦ୍ବାଦଶ ପିଲା। ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ୟୁନିଭର୍ସିଟି , ୨୦୦ ଚ୍ୟାନେଲରେ ‘ପିଏମ୍ ଇ-ବିଦ୍ୟା’ କାର୍ଯ୍ୟକ୍ରମ,୨ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ । ସକ୍ଷମ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ।
କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ, କୃଷି, ପୁଞ୍ଜି ବିନିବେଶ, ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି । ଏହି ବଜେଟ ଆଗାମୀ ୨୫ ବର୍ଷର ଅମୃତ କାଳ- ସ୍ବାଧୀନତାର ୭୫ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ’ ପାଇଁ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ରାଜ୍ୟଙ୍କୁ କୃଷିବିଦ୍ୟାଳୟ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ରାଜ୍ୟଙ୍କୁ ପ୍ରତ୍ସୋହିତ କରାଯିବ । କୃଷକଙ୍କ ସହାୟତା ପାଇଁ ରାଜ୍ୟ ମାନଙ୍କ ସହଯୋଗରେ କେନ୍ଦ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିବ । ଏମରଜେନ୍ସି କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ : ଏମଏସଏମଇ ଏହାର ଲାଭ ଉଠାଇ ପାରିବେ ।୩.୮ କୋଟି ପରିବାରକୁ ୨୦୨୨-୨୩ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ସହର କ୍ଷେତ୍ରରେ ମଧ୍ୟମ ଓ ସ୍ୱଳ୍ପ ଆୟବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିବେ । ଗତି ଶକ୍ତି ଯୋଜନାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ମେଟ୍ରୋ ସିଷ୍ଟମ୍ ନିର୍ମାଣ ପାଇଁ ନୂଆ ଉପାୟ ବିକଶିତ ହେବ । ଦେଶରେ ଥିବା ସମସ୍ତ ଡାକ ଘରେ ATM ସୁବିଧା ଉପଲବ୍ଧ କରାଯିବ । ଡାକ ଘରେ ବ୍ୟାଙ୍କର ସୁବିଧା ମିଳିବ । ଶିକ୍ଷା କ୍ଷେତ୍ରରେ ସଂସ୍କାର ଏବଂ ଉନ୍ନତି ଆଣିବା ପାଇଁ ମାଧ୍ୟମରେ ଦେଶର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ଯା ଯୋଜନାରେ ଯୋଡାଯିବ ।
ସଂସଦରେ ୨୦୨୨-୨୩ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ ୨୦୨୨-୨୩ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କଲେ ବଜେଟ। କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି,୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି ।
📡LIVE NOW📡
Finance Minister @nsitharaman is presenting the Union Budget 2022-23 in Parliament#AatmanirbharBharatKaBudget #Budget2022