ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଲା ଦଳବଦଳ ଭୟ : ଜନ୍ମଦିନ ନାମରେ ୩୭ ପ୍ରାର୍ଥୀ ହୋଟେଲରେ ବନ୍ଦ

The Sakala Picture
Published On

ପାନାଜୀ : ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଗୋଆ କଂଗ୍ରେସକୁ ଦଳବଦଳ ଭୟ ଘାରିଛି। ପୂର୍ବ ନିର୍ବାଚନରେ ୧୭ ଆସନ ପାଇବା ସତ୍ତ୍ବେ ସରକାର ଗଠନ କରିପାରି ନଥିବା କଂଗ୍ରେସ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ବିଭିନ୍ନ ଏକଜିଟ୍‌ ପୋଲ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜଣେ ପ୍ରାର୍ଥୀଙ୍କ ଜନ୍ମଦିନ ଆଳରେ କଂଗ୍ରେସ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ହୋଟେଲରେ ବନ୍ଦ କରିଛି। ତେବେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ଏହି ଖବରକୁ […]

ପାନାଜୀ : ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଗୋଆ କଂଗ୍ରେସକୁ ଦଳବଦଳ ଭୟ ଘାରିଛି। ପୂର୍ବ ନିର୍ବାଚନରେ ୧୭ ଆସନ ପାଇବା ସତ୍ତ୍ବେ ସରକାର ଗଠନ କରିପାରି ନଥିବା କଂଗ୍ରେସ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ବିଭିନ୍ନ ଏକଜିଟ୍‌ ପୋଲ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜଣେ ପ୍ରାର୍ଥୀଙ୍କ ଜନ୍ମଦିନ ଆଳରେ କଂଗ୍ରେସ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ହୋଟେଲରେ ବନ୍ଦ କରିଛି। ତେବେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ଏହି ଖବରକୁ ଖଣ୍ଡନ କରିଦେଇଛନ୍ତି। ସେ କହିଛନ୍ତି ଯେ ଆଜି ଜଣେ ନେତାଙ୍କ ଜନ୍ମଦିନ। ସେ ହୋଟେଲରେ ଜନ୍ମଦିନ ପାଳନ କରୁଥିବାରୁ ସମସ୍ତ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ବିଧାୟକଙ୍କୁ ହୋଟେଲରେ ବନ୍ଦ କରିବାର କୌଣସି କାରଣ ନାହିଁ। ପୂର୍ବଥର ଭଳି ଚଳିତ ଥର କିଛି ଘଟିବ ନାହିଁ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ସମସ୍ତ ପ୍ରାର୍ଥୀ ଜିତିବେ। ଚଳିତ ଥର କେହି ବିଧାୟକଙ୍କୁ ଲୋଭ ଦେଖାଇ ନେଇପାରିବେ ନାହିଁ। ଗୁରୁବାର ବିଜୟୀ ହେବାପରେ ସମସ୍ତ ବିଧାୟକ ନିଜ ନେତା ନିର୍ଦ୍ଧାରଣ କରିବେ ଏବଂ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ସୋମବାର ଆସିଥିବା ଏକଜିଟ ପୋଲରେ ଗୋଆରେ ଝୁଲା ସରକାର ଗଠନର ଆଶଙ୍କା କରାଯାଇଛି। କୌଣସି ଦଳକୁ ବହୁମତ ମିଳୁଥିବା ଦେଖାଯାଉ ନାହିଁ। ଏହାକୁ ନେଇ ଗୋଆରେ ରାଜନୀତି ଜୋର ଧରିଛି। ସମସ୍ତ ଦଳ ନିଜ ପ୍ରାର୍ଥୀଙ୍କୁ ସଂଗଠିତ କରୁଛନ୍ତି। ସୂଚନା ଅନୁଯାୟୀ ଉତ୍ତର ଏବଂ ଦକ୍ଷିଣ ଗୋଆ ପ୍ରାର୍ଥୀଙ୍କୁ ସେହି ଅଞ୍ଚଳର ହୋଟେଲକୁ ନିଆଯାଇଛି। ପି.ଚିଦାମ୍ବରମ, ଏଆଇସିସି ଗୋଆ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ, ବିରୋଧୀ ଦେଳନେତା ଦିଗମ୍ବର କାମତ ଏବଂ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋଡନକ ଏହି ମୋର୍ଚ୍ଚା ସମ୍ଭାଳିଛନ୍ତି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ସେମାନେ ବିଧାୟକଙ୍କ ସହ ଅଛନ୍ତି। ଗୁରୁବାର ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ପ୍ରାର୍ଥୀ ହୋଟେଲରେ ରହିବେ। ଏ ନେଇ ଗୋଆ ପ୍ରଭାରୀ କହିଛନ୍ତି ଯେ ବିଧାୟକ ପ୍ରାର୍ଥୀମାନେ ସମସ୍ତେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କୁଆଡ଼େ ଯିବେ ନାହିଁ। ଗୋଆରେ ମେଣ୍ଟ ସରକାର ଗଠନ ସମ୍ଭାବନା ଥିବାରୁ କଂଗ୍ରେସ ହାଇକମାଣ୍ଡ ଚିଦାମ୍ବରମ ଏବଂ ଡିକେ ଶିବକୁମାରଙ୍କୁ ଛୋଟ ଛୋଟ ଦଳ ଗୁଡ଼ିକ ସହ ବୁଝାମଣା କରିବାର ଦାୟିତ୍ବ ଦେଇଛନ୍ତି। ଚଳିତ ଥର କଂଗ୍ରେସ ସରକାର ଗଠନର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ମାର୍ଚ୍ଚ ୫ରେ ଏହି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ତାଙ୍କ ପରବର୍ତ୍ତୀ ରଣନୀତି ବିଷୟରେ ସୂଚନା ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ସୋମବାର ହାଇକମାଣ୍ଡ ଦିଲ୍ଲୀ ତଲବ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବା ପ୍ରକାଶ କରିଛନ୍ତି। ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅମିତ ପାଲେକର କହିଛନ୍ତି ଯେ ଦୁଇ-ତିନି ଦିନ ହେଲା ବିଜେପି ଜୋରସୋରରେ ଚର୍ଚ୍ଚା ଜାରି ରଖିଛି। ଏହି ଦଳ ଏମଜିପି ସହ ମେଣ୍ଟ କରିବ ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ସେମାନେ ୨୨ ଆସନ ଆଣିବାକୁ ଦାବି କରୁଥିଲେ ଏବଂ ଏବେ ମେଣ୍ଟ ପାଇଁ ଲାଗିଛନ୍ତି। ସୂଚନା ଅନୁଯାୟୀ ଏବେ ବିଜେପି ସ୍ବାଧୀନ ପ୍ରାର୍ଥଙ୍କ ସହ ସମ୍ପର୍କ କରୁଛି। ଆବଶ୍ୟକ ପଡିଲେ ସେମାନଙ୍କ ସହ ଚୁକ୍ତି କରାଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକର, ଉତ୍ପଳ ପାରିକରଙ୍କ ସମେତ ୩ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ରହିଛି।

ବିଜେପି ଏମାନଙ୍କୁ ଦଳରେ ସାମିଲ କରି ସରକାର ଗଠନ କରିପାରେ ଏବଂ ମନ୍ତ୍ରୀପଦ ଦେଇପାରେ। ଗୋଆ ମୁଖ୍ୟମନ୍ତ୍ରୀ ସୋମବାରଠାରୁ ଦିଲ୍ଲୀରେ ଅଛନ୍ତି। ସେ ସରକାର ଗଠନ ନେଇ ଶୀର୍ଷ ନେତୃତ୍ବଙ୍କ ସହ ଚର୍ଚ୍ଚା କରୁଛନ୍ତି। ବୁଧବାର ସେ ଏବଂ ଦେବେନ୍ଦ୍ର ଫଡନାଭିସ ଗୋଆ ପହଞ୍ଚିପାରନ୍ତି। ସୂଚନାଯୋଗ୍ୟ ଯେ ୨୦୧୭ରେ ବିେଜପି କେବଳ ୧୩ଟି ଆସନ ଜିତିଥିଲା। କିନ୍ତୁ ଅମିତ ଶାହା ଏବଂ ନୀତୀନ ଗଡକରୀ ଗୋଆ ପହଞ୍ଚି ରାତାରାତି ବିଜେପି ସରକାର ଗଠନ କରିଦେଇଥିଲେ।

09 Mar 2022 By The Sakala

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଲା ଦଳବଦଳ ଭୟ : ଜନ୍ମଦିନ ନାମରେ ୩୭ ପ୍ରାର୍ଥୀ ହୋଟେଲରେ ବନ୍ଦ

ପାନାଜୀ : ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଗୋଆ କଂଗ୍ରେସକୁ ଦଳବଦଳ ଭୟ ଘାରିଛି। ପୂର୍ବ ନିର୍ବାଚନରେ ୧୭ ଆସନ ପାଇବା ସତ୍ତ୍ବେ ସରକାର ଗଠନ କରିପାରି ନଥିବା କଂଗ୍ରେସ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ବିଭିନ୍ନ ଏକଜିଟ୍‌ ପୋଲ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜଣେ ପ୍ରାର୍ଥୀଙ୍କ ଜନ୍ମଦିନ ଆଳରେ କଂଗ୍ରେସ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ହୋଟେଲରେ ବନ୍ଦ କରିଛି। ତେବେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ଏହି ଖବରକୁ ଖଣ୍ଡନ କରିଦେଇଛନ୍ତି। ସେ କହିଛନ୍ତି ଯେ ଆଜି ଜଣେ ନେତାଙ୍କ ଜନ୍ମଦିନ। ସେ ହୋଟେଲରେ ଜନ୍ମଦିନ ପାଳନ କରୁଥିବାରୁ ସମସ୍ତ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ବିଧାୟକଙ୍କୁ ହୋଟେଲରେ ବନ୍ଦ କରିବାର କୌଣସି କାରଣ ନାହିଁ। ପୂର୍ବଥର ଭଳି ଚଳିତ ଥର କିଛି ଘଟିବ ନାହିଁ।

ସମସ୍ତ ପ୍ରାର୍ଥୀ ଜିତିବେ। ଚଳିତ ଥର କେହି ବିଧାୟକଙ୍କୁ ଲୋଭ ଦେଖାଇ ନେଇପାରିବେ ନାହିଁ। ଗୁରୁବାର ବିଜୟୀ ହେବାପରେ ସମସ୍ତ ବିଧାୟକ ନିଜ ନେତା ନିର୍ଦ୍ଧାରଣ କରିବେ ଏବଂ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ସୋମବାର ଆସିଥିବା ଏକଜିଟ ପୋଲରେ ଗୋଆରେ ଝୁଲା ସରକାର ଗଠନର ଆଶଙ୍କା କରାଯାଇଛି। କୌଣସି ଦଳକୁ ବହୁମତ ମିଳୁଥିବା ଦେଖାଯାଉ ନାହିଁ। ଏହାକୁ ନେଇ ଗୋଆରେ ରାଜନୀତି ଜୋର ଧରିଛି। ସମସ୍ତ ଦଳ ନିଜ ପ୍ରାର୍ଥୀଙ୍କୁ ସଂଗଠିତ କରୁଛନ୍ତି। ସୂଚନା ଅନୁଯାୟୀ ଉତ୍ତର ଏବଂ ଦକ୍ଷିଣ ଗୋଆ ପ୍ରାର୍ଥୀଙ୍କୁ ସେହି ଅଞ୍ଚଳର ହୋଟେଲକୁ ନିଆଯାଇଛି। ପି.ଚିଦାମ୍ବରମ, ଏଆଇସିସି ଗୋଆ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ, ବିରୋଧୀ ଦେଳନେତା ଦିଗମ୍ବର କାମତ ଏବଂ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋଡନକ ଏହି ମୋର୍ଚ୍ଚା ସମ୍ଭାଳିଛନ୍ତି।

ସେମାନେ ବିଧାୟକଙ୍କ ସହ ଅଛନ୍ତି। ଗୁରୁବାର ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ପ୍ରାର୍ଥୀ ହୋଟେଲରେ ରହିବେ। ଏ ନେଇ ଗୋଆ ପ୍ରଭାରୀ କହିଛନ୍ତି ଯେ ବିଧାୟକ ପ୍ରାର୍ଥୀମାନେ ସମସ୍ତେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କୁଆଡ଼େ ଯିବେ ନାହିଁ। ଗୋଆରେ ମେଣ୍ଟ ସରକାର ଗଠନ ସମ୍ଭାବନା ଥିବାରୁ କଂଗ୍ରେସ ହାଇକମାଣ୍ଡ ଚିଦାମ୍ବରମ ଏବଂ ଡିକେ ଶିବକୁମାରଙ୍କୁ ଛୋଟ ଛୋଟ ଦଳ ଗୁଡ଼ିକ ସହ ବୁଝାମଣା କରିବାର ଦାୟିତ୍ବ ଦେଇଛନ୍ତି। ଚଳିତ ଥର କଂଗ୍ରେସ ସରକାର ଗଠନର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ମାର୍ଚ୍ଚ ୫ରେ ଏହି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ତାଙ୍କ ପରବର୍ତ୍ତୀ ରଣନୀତି ବିଷୟରେ ସୂଚନା ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ସୋମବାର ହାଇକମାଣ୍ଡ ଦିଲ୍ଲୀ ତଲବ କରିଛନ୍ତି।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବା ପ୍ରକାଶ କରିଛନ୍ତି। ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅମିତ ପାଲେକର କହିଛନ୍ତି ଯେ ଦୁଇ-ତିନି ଦିନ ହେଲା ବିଜେପି ଜୋରସୋରରେ ଚର୍ଚ୍ଚା ଜାରି ରଖିଛି। ଏହି ଦଳ ଏମଜିପି ସହ ମେଣ୍ଟ କରିବ ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ସେମାନେ ୨୨ ଆସନ ଆଣିବାକୁ ଦାବି କରୁଥିଲେ ଏବଂ ଏବେ ମେଣ୍ଟ ପାଇଁ ଲାଗିଛନ୍ତି। ସୂଚନା ଅନୁଯାୟୀ ଏବେ ବିଜେପି ସ୍ବାଧୀନ ପ୍ରାର୍ଥଙ୍କ ସହ ସମ୍ପର୍କ କରୁଛି। ଆବଶ୍ୟକ ପଡିଲେ ସେମାନଙ୍କ ସହ ଚୁକ୍ତି କରାଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକର, ଉତ୍ପଳ ପାରିକରଙ୍କ ସମେତ ୩ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ରହିଛି।

ବିଜେପି ଏମାନଙ୍କୁ ଦଳରେ ସାମିଲ କରି ସରକାର ଗଠନ କରିପାରେ ଏବଂ ମନ୍ତ୍ରୀପଦ ଦେଇପାରେ। ଗୋଆ ମୁଖ୍ୟମନ୍ତ୍ରୀ ସୋମବାରଠାରୁ ଦିଲ୍ଲୀରେ ଅଛନ୍ତି। ସେ ସରକାର ଗଠନ ନେଇ ଶୀର୍ଷ ନେତୃତ୍ବଙ୍କ ସହ ଚର୍ଚ୍ଚା କରୁଛନ୍ତି। ବୁଧବାର ସେ ଏବଂ ଦେବେନ୍ଦ୍ର ଫଡନାଭିସ ଗୋଆ ପହଞ୍ଚିପାରନ୍ତି। ସୂଚନାଯୋଗ୍ୟ ଯେ ୨୦୧୭ରେ ବିେଜପି କେବଳ ୧୩ଟି ଆସନ ଜିତିଥିଲା। କିନ୍ତୁ ଅମିତ ଶାହା ଏବଂ ନୀତୀନ ଗଡକରୀ ଗୋଆ ପହଞ୍ଚି ରାତାରାତି ବିଜେପି ସରକାର ଗଠନ କରିଦେଇଥିଲେ।

https://www.thesakala.in/national-international/fear-of-a-change-of-party-surrounded-the-congress-before-the-election/article-9826
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର