ଚାଷୀଙ୍କ ପୁଣି ରଣହୁଙ୍କାର: ୬ରେ ‘ଦିଲ୍ଲୀ ଚଲୋ’, ୧୦ରେ ରେଳରୋକୋ ଆନ୍ଦୋଳନ

The Sakala Picture
Published On

ନୂଆଦିଲ୍ଲୀ: ଏମଏସ୍‌ପି ଗ୍ୟାରେଣ୍ଟି ଦାବିରେ ପଞ୍ଜାବ-ହରିୟାଣା ସୀମାରେ ଧାରଣା ଦେଇଥିବା ଚାଷୀ ପୁଣିଥରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ଦିଗରେ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଆସନ୍ତା ୬ ତାରିଖରେ ସେମାନେ ଦିଲ୍ଲୀରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ଦେଶର ପ୍ରତ୍ୟେକ ଭାଗରୁ ଚାଷୀମାନେ ‘ଦିଲ୍ଲୀ ଚଲୋ’ ଅଭିଯାନରେ ସାମିଲ ହୋଇ ଏହି ଦିନ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ସଂଗଠନ ନେତା ଜଗଜିତ୍‌ ସିଂ ଦାଲେୱାଲ […]

ନୂଆଦିଲ୍ଲୀ: ଏମଏସ୍‌ପି ଗ୍ୟାରେଣ୍ଟି ଦାବିରେ ପଞ୍ଜାବ-ହରିୟାଣା ସୀମାରେ ଧାରଣା ଦେଇଥିବା ଚାଷୀ ପୁଣିଥରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ଦିଗରେ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଆସନ୍ତା ୬ ତାରିଖରେ ସେମାନେ ଦିଲ୍ଲୀରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ଦେଶର ପ୍ରତ୍ୟେକ ଭାଗରୁ ଚାଷୀମାନେ ‘ଦିଲ୍ଲୀ ଚଲୋ’ ଅଭିଯାନରେ ସାମିଲ ହୋଇ ଏହି ଦିନ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ସଂଗଠନ ନେତା ଜଗଜିତ୍‌ ସିଂ ଦାଲେୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ଏହାକୁ ଦୃଷ୍ଟିରେ ରଖୀ ବର୍ତ୍ତମାନ ପଞ୍ଜାବ ସୀମାରେ ଆହୁରି ଅଧିକ ସଂଖ୍ୟକ ଚାଷୀଙ୍କୁ ଏକାଠି ହେବାକୁ କୁହାଯାଇଥିବା ସେ କହିଛନ୍ତି। ମାର୍ଚ୍ଚ ୬ରେ ଦିଲ୍ଲୀ ଚଲୋ ଅଭିଯାନ ବ୍ୟତୀତ ୧୦ ତାରିଖରେ ସାରା ଦେଶରେ ରେଳ ରୋକୋ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଦାଲେୱାଲ କହିଛନ୍ତି। ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶର ସମସ୍ତ ଭାଗରେ ଚାଷୀମାନେ ରେଳ ରୋକୋ ଆନ୍ଦୋଳନରେ ସାମିଲ ହେବେ। ୬ରେ ଦିଲ୍ଲୀ ଅଭିଯାନ ପାଇଁ ରେଳ, ବସ୍‌ ଏବଂ ଟ୍ରାକ୍ଟରରେ ବିଭିନ୍ନ ସ୍ଥାନରୁ ଆସି ଚାଷୀମାନେ ଦିଲ୍ଲୀ ସୀମାରେ ଏକାଠି ହେବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

04 Mar 2024 By The Sakala

ଚାଷୀଙ୍କ ପୁଣି ରଣହୁଙ୍କାର: ୬ରେ ‘ଦିଲ୍ଲୀ ଚଲୋ’, ୧୦ରେ ରେଳରୋକୋ ଆନ୍ଦୋଳନ

ନୂଆଦିଲ୍ଲୀ: ଏମଏସ୍‌ପି ଗ୍ୟାରେଣ୍ଟି ଦାବିରେ ପଞ୍ଜାବ-ହରିୟାଣା ସୀମାରେ ଧାରଣା ଦେଇଥିବା ଚାଷୀ ପୁଣିଥରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ଦିଗରେ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଆସନ୍ତା ୬ ତାରିଖରେ ସେମାନେ ଦିଲ୍ଲୀରେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ଦେଶର ପ୍ରତ୍ୟେକ ଭାଗରୁ ଚାଷୀମାନେ ‘ଦିଲ୍ଲୀ ଚଲୋ’ ଅଭିଯାନରେ ସାମିଲ ହୋଇ ଏହି ଦିନ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ସଂଗଠନ ନେତା ଜଗଜିତ୍‌ ସିଂ ଦାଲେୱାଲ କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖୀ ବର୍ତ୍ତମାନ ପଞ୍ଜାବ ସୀମାରେ ଆହୁରି ଅଧିକ ସଂଖ୍ୟକ ଚାଷୀଙ୍କୁ ଏକାଠି ହେବାକୁ କୁହାଯାଇଥିବା ସେ କହିଛନ୍ତି। ମାର୍ଚ୍ଚ ୬ରେ ଦିଲ୍ଲୀ ଚଲୋ ଅଭିଯାନ ବ୍ୟତୀତ ୧୦ ତାରିଖରେ ସାରା ଦେଶରେ ରେଳ ରୋକୋ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଦାଲେୱାଲ କହିଛନ୍ତି। ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶର ସମସ୍ତ ଭାଗରେ ଚାଷୀମାନେ ରେଳ ରୋକୋ ଆନ୍ଦୋଳନରେ ସାମିଲ ହେବେ। ୬ରେ ଦିଲ୍ଲୀ ଅଭିଯାନ ପାଇଁ ରେଳ, ବସ୍‌ ଏବଂ ଟ୍ରାକ୍ଟରରେ ବିଭିନ୍ନ ସ୍ଥାନରୁ ଆସି ଚାଷୀମାନେ ଦିଲ୍ଲୀ ସୀମାରେ ଏକାଠି ହେବେ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର