ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଏସସିଓ ବୈଠକରେ ନେବେ ଭାଗ

The Sakala Picture
Published On

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ ହେବ । ତେବେ ଏସସିଓର ଏହି ଶିଖର ସମ୍ମିଳନୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି […]

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ତେବେ ଏସସିଓର ଏହି ଶିଖର ସମ୍ମିଳନୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୁଇ ଦିବସୀୟ ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଭିନ୍ନ ଦେଶକୁ ନିମନ୍ତ୍ରଣ ପଠାଯାଇଛି । ତେଣୁ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ । ଏଥିରେ ଜୟ ଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଏହା ପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ କାଉନସିଲ୍ ଅଫ୍ ହେଡସ୍ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲା ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର