ମହାମାରୀ କରୋନା ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ କରିଛି। ବର୍ତ୍ତମାନ ଦେଶରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ବଢିଛି ।କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଲଗାତାର କିଛି ଦିନ ହେବ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଛି। କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ରୋଗୀଙ୍କଠାରେ ନୂଆ ନୂଆ ଲକ୍ଷଣ ବି ଦେଖିବାକୁ ମିଳୁଛି। ଏବେ ରୋଗୀଙ୍କର ବାନ୍ତି ହେବା […]

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ କରିଛି। ବର୍ତ୍ତମାନ ଦେଶରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ବଢିଛି ।କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଲଗାତାର କିଛି ଦିନ ହେବ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଛି। କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ରୋଗୀଙ୍କଠାରେ ନୂଆ ନୂଆ ଲକ୍ଷଣ ବି ଦେଖିବାକୁ ମିଳୁଛି। ଏବେ ରୋଗୀଙ୍କର ବାନ୍ତି ହେବା ସହିତ ପେଟ ମଧ୍ୟ ଦରଜ ହେଉଛି। ଦିଲ୍ଲୀର ଦୁଇଟି ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୭୦ ପ୍ରତିଶତ ରୋଗୀଙ୍କଠାରେ ଏହି ଲକ୍ଷଣ ଦେଖାଦେଇଛି। ବାନ୍ତି ସହିତ ଡାଇରିଆ ହେଉଛି। କରୋନା ଭୂତାଣୁର ରୂପ ବଦଳିବା ସହିତ ଲକ୍ଷଣ ବଦଳୁଥିବା ଡାକ୍ତର କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଦିଲ୍ଲୀରେ ପ୍ରାୟ ୬ ଲକ୍ଷ ୫୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କଠାରେ ଜ୍ବର, ଶ୍ବାସକ୍ରିୟାରେ କଷ୍ଟ, ଶୁଖିଲା କାଶ ଭଳି ଲକ୍ଷଣ ଦେଖିବାକୁ ମିଳିଥିବାବେଳେ ୩୦ ପ୍ରତିଶତ ଆକ୍ରାନ୍ତଙ୍କର ଘ୍ରାଣଶକ୍ତି ହ୍ରାସ ସହିତ ଖାଦ୍ୟର ସ୍ବାଦ ବାରି ନ ପାରିବା ଭଳି ଲକ୍ଷଣ ଦେଖାଯାଇଛି। ତେବେ ରାଜୀବ ଗାନ୍ଧୀ ସୁପରିସ୍ପେଶାଲିଟି ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଗତ ଏକ ସପ୍ତାହ ଧରି ହସ୍ପିଟାଲକୁ ଯେଉଁ ରୋଗୀ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କଠାରେ ପେଟ ଦରଜ, ବାନ୍ତି ଏବଂ ଡାଇରିଆ ଭଳି ଲକ୍ଷଣ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏଥି ସହିତ ପୂର୍ବରୁ କରୋନାର ଯେଉଁସବୁ ଲକ୍ଷଣମାନ ଦେଖାଯାଉଥିଲା, ନୂଆ ଷ୍ଟ୍ରେନରେ ମଧ୍ୟ ସେଭଳି କିଛି ସମାନ ଲକ୍ଷଣ ରହିଛି। ସାଧାରଣତଃ ଜ୍ଵର, ଶୁଖିଲା କାଶ, ସ୍ଵାଦ ଏବଂ ବାସ୍ନା ବାରି ନ ପାରିବା ଭଳି ସମାନ ଲକ୍ଷଣ କୋରନାର ନୂଆ ଷ୍ଟ୍ରେନରେ ଦେଖିବାକୁ ମିଳୁଛି। ଏଥିସହ ଆଉ ୭ଟି ନୂଆ ଲକ୍ଷଣ ଏହି ଷ୍ଟ୍ରେନରେ ଦେଖାଯାଉଛି। ଏହି ଲକ୍ଷଣଗୁଡ଼ିକ ହେଲା;

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

  • ଗଳା ବା ତଣ୍ଟି ଦରଜ ହେବ,ନୂଆ ଷ୍ଟ୍ରେନରେ ଗଳା କୁଣ୍ଡାଇ ହେବାର ଲକ୍ଷଣ ଦେଖାଦେ,ଗଳା ଶୁଖିବା ସହ ଖାଇବା ପିଇବାରେ ଅସୁବିଧା
  • ଡାଇରିଆ ବା ତରଳ ଝାଡ଼ା ହେବା, ଡାଇରିଆ ଯୋଗୁଁ ଶରୀରରୁ ଜଳୀୟ ଅଂଶ କମିଯିବା
  • ଆଖି ଧରିବା ବା ଆଖି ଲାଲ ପଡ଼ିବା,ଆଖି କୁଣ୍ଡାଇ ହୋଇ ପାଣି ବହିବା
  • ଶରୀରର ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ,ମୁଣ୍ଡବ୍ୟଥା ସହ ଜ୍ୱର ହେବା
  • ନୂଆ ଷ୍ଟ୍ରେନରେ ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହେବ,ପୂରା ଶରୀର ବିନ୍ଧିବା ସହ ଚଲାବୁଲାରେ ଅସୁବିଧା
  • ନଖର ରଙ୍ଗ ପରିବର୍ତ୍ତନ ହୋଇଯିବା,ଗୋଇଠି ଆଙ୍ଗୁଳି ଦରଜ ରହିବା ସହ ରଙ୍ଗ ବଦଳିବ
  • ଚର୍ମ ଜନିତ ରୋଗ, ଦେହହାତର ଚର୍ମରେ ଲାଲ ଦାଗ ପଡ଼ିବା, ଚର୍ମ କୁଣ୍ଡାଇ ହେବା
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର