ଇତିହାସ ରଚିଲେ ଏଲନ ମସ୍କ: ସମ୍ପତ୍ତି ପରିମାଣ ୮୫୦ ବିଲିୟନ ଡଲାର ପାର୍, ପାକିସ୍ତାନ ଓ ଶ୍ରୀଲଙ୍କା ଜିଡିପିଠାରୁ ବି ଅଧିକ

Tapas Ranjan Nanda Picture
Published On

ଟେସ୍‌ଲା ଏବଂ ଏକ୍ସ (X)ର ମାଲିକ ଏଲନ ମସ୍କ କେବଳ ବର୍ତ୍ତମାନର ନୁହେଁ, ବରଂ ଇତିହାସର ସବୁଠାରୁ ଧନୀ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିଛନ୍ତି। ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ମସ୍କଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଏବେ ୮୫୦ ବିଲିୟନ ଡଲାର (ପ୍ରାୟ ୭୭ ଲକ୍ଷ କୋଟି ଟଙ୍କା) ଅତିକ୍ରମ କରିଛି। ଏହି ସମ୍ପତ୍ତି ପରିମାଣ ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ଦେଶର ଅର୍ଥନୀତି (GDP) ଠାରୁ ମଧ୍ୟ ଅଧିକ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

କାହିଁକି ବଢିଲା ସମ୍ପତ୍ତି?

ମସ୍କଙ୍କ ସମ୍ପତ୍ତିରେ ଏହି ଅଦ୍ଭୁତପୂର୍ବ ବୃଦ୍ଧିର ମୁଖ୍ୟ କାରଣ ହେଉଛି ତାଙ୍କର ରକେଟ୍ ନିର୍ମାଣକାରୀ କମ୍ପାନୀ ସ୍ପେସ୍‌ଏକ୍ସ (SpaceX) ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ xAI ମଧ୍ୟରେ ହୋଇଥିବା ମିଶ୍ରଣ (Merger)। କେବଳ ଗୋଟିଏ ଦିନରେ ତାଙ୍କ ନେଟ୍ ୱର୍ଥରେ ୮୪ ବିଲିୟନ ଡଲାର ବା ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭାରତର ଟପ୍-୪୦ ଧନୀଙ୍କଠାରୁ ବି ଆଗରେ

ମସ୍କଙ୍କ ମୋଟ ସମ୍ପତ୍ତି (୮୫୨ ବିଲିୟନ ଡଲାର) ଏତେ ବିଶାଳ ଯେ, ଏହା ଭାରତର ଶ୍ରେଷ୍ଠ ୪୦ ଜଣ ଧନୀ ବ୍ୟକ୍ତିଙ୍କ ମୋଟ ସମ୍ପତ୍ତି ମିଶାଇଲେ ମଧ୍ୟ ତାଙ୍କ ସହ ସମାନ ହେବ ନାହିଁ। ଏହାଛଡ଼ା ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେପାଳ ଭଳି ଦେଶର ମୋଟ ଜିଡିପି ମସ୍କଙ୍କ ବ୍ୟକ୍ତିଗତ ସମ୍ପତ୍ତି ଠାରୁ କମ୍ ରହିଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ବିଶ୍ୱର ପ୍ରଥମ ଟ୍ରିଲିୟନେୟାର ହେବାକୁ ଯାଉଛନ୍ତି

ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଗୁଗୁଲର କୋ-ଫାଉଣ୍ଡର ଲ୍ୟାରି ପେଜ (୨୮୧ ବିଲିୟନ ଡଲାର)ଙ୍କ ଠାରୁ ମସ୍କ ବହୁ ଆଗରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ୫୭୮ ବିଲିୟନ ଡଲାରର ବ୍ୟବଧାନ ରହିଛି। ଯେଉଁ ଗତିରେ ମସ୍କଙ୍କ ସମ୍ପତ୍ତି ବଢୁଛି, ସେ ଖୁବଶୀଘ୍ର ବିଶ୍ୱର ପ୍ରଥମ ଟ୍ରିଲିୟନେୟାର (୧୦୦୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ) ହେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର