ପେଟ୍ରୋଲ ପମ୍ପରୁ ମୋଦୀଙ୍କ ଫଟୋଥିବା ହୋଡିଂ ୭୨ ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ବାଚନ ଆଯୋଗଙ୍କ ନିର୍ଦେଶ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ପମ୍ପମାନଙ୍କରେ ଥିବା ମୋଦୀଙ୍କ ଫଟୋକୁ ନେଇ ଦେଖାଦେଇଛି ବିବାଦ । ବିବାହ ଉପୁଯିବା ପରେ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରୁ ମୋଦୀଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ହୋର୍ଡିଂକୁ […]

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ପମ୍ପମାନଙ୍କରେ ଥିବା ମୋଦୀଙ୍କ ଫଟୋକୁ ନେଇ ଦେଖାଦେଇଛି ବିବାଦ । ବିବାହ ଉପୁଯିବା ପରେ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରୁ ମୋଦୀଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ହୋର୍ଡିଂକୁ ହଟାଇବା ପାଇଁ ଇସି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ନିର୍ବାଚନ କମିଶନ କହିଛନ୍ତି, ପେଟ୍ରୋଲ ପମ୍ପରେ ଲାଗିଥିବା ହୋର୍ଡିଂ ଗୁଡ଼ିକରେ କେନ୍ଦ୍ରୀୟ ସ୍କିମର ବିଜ୍ଞାପନ ଦିଆଯାଉଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିଛି। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ତେଣୁ ପେଟ୍ରୋଲ ପମ୍ପରୁ ହୋର୍ଡିଂ ଗୁଡ଼ିକୁ ହଟାଇବାକୁ ୭୨ ଘଣ୍ଟାର ସମୟ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

ସୂଚନାଯୋଗ୍ୟ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ନରେନ୍ଦ୍ର ମୋଦୀଙ୍କ ଫଟୋକୁ ପେଟ୍ରୋଲ ପମ୍ପମାନଙ୍କରେ ବ୍ୟବହାର କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଥିଲେ। ଭ୍ୟାକ୍ସିନ ଡୋଜ ନେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସାର୍ଟିଫିକେଟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଅଭିଯୋଗ କରିଥିଲା ତୃଣମୂଳ କଂଗ୍ରେସ । ଟିଏମସି ସାଂସଦ ଡେରେକ ଓ ବ୍ରାୟନ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏହି ଭ୍ୟାକ୍ସିନ ସାର୍ଟିଫିକେଟରେ ପିଏମ ମୋଦିଙ୍କ ଫଟୋ ସମେତ ଉଭୟ ଇଂରାଜୀ ଓ ହିନ୍ଦୀରେ କିଛି ବାର୍ତ୍ତା ଲେଖାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେହିପରି ନିର୍ବାଚନ ଘୋଷିତ ରାଜ୍ୟମାନଙ୍କର ସୁରକ୍ଷା ଲାଗି ମଧ୍ୟ ଇସି ପ୍ରାଥମିକତା ଦେଇଛନ୍ତି। ଏଣୁ ନିର୍ବାଚନ ଘୋଷିତ ରାଜ୍ୟର ନିର୍ବାଚନ ଅଧିକାରୀ ରାଜ୍ୟ ପୁଲିସ ନୋଡାଲ ଅଫିସର ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ସମନ୍ୱୟ ରକ୍ଷା କରି ନିର୍ବାଚନ ସୁରକ୍ଷା ଯୋଜନା କରିବେ ବୋଲି ଇସି କହିଛନ୍ତି। କମିଟିଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟ ଓ ତଥା କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ମୁତୟନ ହେବ।

04 Mar 2021 By The Sakala

ପେଟ୍ରୋଲ ପମ୍ପରୁ ମୋଦୀଙ୍କ ଫଟୋଥିବା ହୋଡିଂ ୭୨ ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ବାଚନ ଆଯୋଗଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ପମ୍ପମାନଙ୍କରେ ଥିବା ମୋଦୀଙ୍କ ଫଟୋକୁ ନେଇ ଦେଖାଦେଇଛି ବିବାଦ । ବିବାହ ଉପୁଯିବା ପରେ ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରୁ ମୋଦୀଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ହୋର୍ଡିଂକୁ ହଟାଇବା ପାଇଁ ଇସି କହିଛନ୍ତି।

ନିର୍ବାଚନ କମିଶନ କହିଛନ୍ତି, ପେଟ୍ରୋଲ ପମ୍ପରେ ଲାଗିଥିବା ହୋର୍ଡିଂ ଗୁଡ଼ିକରେ କେନ୍ଦ୍ରୀୟ ସ୍କିମର ବିଜ୍ଞାପନ ଦିଆଯାଉଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିଛି। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ତେଣୁ ପେଟ୍ରୋଲ ପମ୍ପରୁ ହୋର୍ଡିଂ ଗୁଡ଼ିକୁ ହଟାଇବାକୁ ୭୨ ଘଣ୍ଟାର ସମୟ ଦିଆଯାଉଛି।

ସୂଚନାଯୋଗ୍ୟ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ନରେନ୍ଦ୍ର ମୋଦୀଙ୍କ ଫଟୋକୁ ପେଟ୍ରୋଲ ପମ୍ପମାନଙ୍କରେ ବ୍ୟବହାର କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଥିଲେ। ଭ୍ୟାକ୍ସିନ ଡୋଜ ନେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସାର୍ଟିଫିକେଟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଅଭିଯୋଗ କରିଥିଲା ତୃଣମୂଳ କଂଗ୍ରେସ । ଟିଏମସି ସାଂସଦ ଡେରେକ ଓ ବ୍ରାୟନ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏହି ଭ୍ୟାକ୍ସିନ ସାର୍ଟିଫିକେଟରେ ପିଏମ ମୋଦିଙ୍କ ଫଟୋ ସମେତ ଉଭୟ ଇଂରାଜୀ ଓ ହିନ୍ଦୀରେ କିଛି ବାର୍ତ୍ତା ଲେଖାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେହିପରି ନିର୍ବାଚନ ଘୋଷିତ ରାଜ୍ୟମାନଙ୍କର ସୁରକ୍ଷା ଲାଗି ମଧ୍ୟ ଇସି ପ୍ରାଥମିକତା ଦେଇଛନ୍ତି। ଏଣୁ ନିର୍ବାଚନ ଘୋଷିତ ରାଜ୍ୟର ନିର୍ବାଚନ ଅଧିକାରୀ ରାଜ୍ୟ ପୁଲିସ ନୋଡାଲ ଅଫିସର ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ସମନ୍ୱୟ ରକ୍ଷା କରି ନିର୍ବାଚନ ସୁରକ୍ଷା ଯୋଜନା କରିବେ ବୋଲି ଇସି କହିଛନ୍ତି। କମିଟିଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟ ଓ ତଥା କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ମୁତୟନ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର