ମାନବ ଇତିହାସରେ ସବୁଠୁ ବଡ଼ ଗୁପ୍ତଧନର ସନ୍ଧାନ, ସମୁଦ୍ର ତଳେ ୧.୩୩ ଲକ୍ଷ କୋଟିର ସୁନାଭରା ଜାହାଜ

The Sakala Picture
Published On

ନୂଆଦିଲ୍ଲୀ : ଦକ୍ଷିଣ ଆମେରିକାର କଲମ୍ବିଆ ରାଷ୍ଟ୍ରର କାର୍ଟାଜେନା ବନ୍ଦର ନିକଟରେ ପ୍ରାୟ ୩୦୦ ବର୍ଷ ତଳେ ବୁଡ଼ିଯାଇଥିବା ସ୍ପେନର ଦୁଇଟି ଜାହାଜରୁ ଯେଉଁ ପରିମାଣ ସମ୍ପତ୍ତିର ସନ୍ଧାନ ମିଳିଛି ତାହା ବିଶ୍ବ ଗୁପ୍ତଧନ ସନ୍ଧାନକାରୀମାନଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ସମୁଦ୍ର ପତନ ଠାରୁ ପ୍ରାୟ ୯୫୦ ମିଟର ବା ୩୧୧୭ ଫୁଟ ତଳେ ପଡ଼ି ରହିଥିବା ଏହି ଦୁଇଟି ଜାହାଜର ଭଗ୍ନାବଶେଷ ମଧ୍ୟରେ ୨୦୦ ଟନ ସୁନା ସମେତ ରୁପା, ମୂଲ୍ୟବାନ ରତ୍ନପଥର ଏବଂ ଅନ୍ୟାନ୍ୟ ବହୁ […]

ନୂଆଦିଲ୍ଲୀ : ଦକ୍ଷିଣ ଆମେରିକାର କଲମ୍ବିଆ ରାଷ୍ଟ୍ରର କାର୍ଟାଜେନା ବନ୍ଦର ନିକଟରେ ପ୍ରାୟ ୩୦୦ ବର୍ଷ ତଳେ ବୁଡ଼ିଯାଇଥିବା ସ୍ପେନର ଦୁଇଟି ଜାହାଜରୁ ଯେଉଁ ପରିମାଣ ସମ୍ପତ୍ତିର ସନ୍ଧାନ ମିଳିଛି ତାହା ବିଶ୍ବ ଗୁପ୍ତଧନ ସନ୍ଧାନକାରୀମାନଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ସମୁଦ୍ର ପତନ ଠାରୁ ପ୍ରାୟ ୯୫୦ ମିଟର ବା ୩୧୧୭ ଫୁଟ ତଳେ ପଡ଼ି ରହିଥିବା ଏହି ଦୁଇଟି ଜାହାଜର ଭଗ୍ନାବଶେଷ ମଧ୍ୟରେ ୨୦୦ ଟନ ସୁନା ସମେତ ରୁପା, ମୂଲ୍ୟବାନ ରତ୍ନପଥର ଏବଂ ଅନ୍ୟାନ୍ୟ ବହୁ ମୂଲ୍ୟବାନ ଧାତୁଦ୍ରବ୍ୟ ରହିଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ଏହି ସୁନାର ମୂଲ୍ୟ ୧୭ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୩୩ ହଜାର କୋଟି ଟଙ୍କା ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜୟପୁରରେ ଅଭାବନୀୟ ଘଟଣା: ଖଣ୍ଡାରେ ହାଣି ପତ୍ନୀ ଓ କୁନି ଝିଅକୁ ହତ୍ୟା କଲା ସ୍ୱାମୀ, ଥାନାରେ କଲା ଆତ୍ମସମର୍ପଣ

ସମୁଦ୍ର ଗର୍ଭରେ ପଡି ରହିଥିବା ଏହି ଦୁଇଟି ଜାହାଜର ଅନୁସନ୍ଧାନ ପରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ କରାଯିବା ପରେ କଲମ୍ବିଆ ସେନା ପକ୍ଷରୁ ଏହାର ଫଟୋଚିତ୍ର ମଧ୍ୟ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୮ ଶହ ଶତାବ୍ଦୀରେ ସ୍ପେନ ପକ୍ଷରୁ ଯୁଦ୍ଧ ପାଇଁ ବ୍ୟବହାର କରାଯାଉଥିବା ଯୁଦ୍ଧପୋତକୁ ‘ଗାଲିଅନ’ ବୋଲି କୁହାଯାଉଥିଲା। ବହୁ ତଳ ପ୍ରାସାଦ ବିଶିଷ୍ଟ ଏହି ଜାହାଜରେ ଯୁଦ୍ଧ ସରଞ୍ଜାମ ସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପରିବହନ କରିବାର ସୁବିଧା ରହିଥିଲା। ତେବେ ସାନଜୋସ୍ ଗାଲିଅନ ନାମରେ ସ୍ପେନର ଏହି ଦୁଇଟି ଜାହାଜ ଆଟଲାଣ୍ଟିକ ମହାସାଗର ଦେଇ ଯାଉଥିବା ବେଳେ ଏଗୁଡିକୁ ବ୍ରିଟିଶ ସେନା ଆକ୍ରମଣ କରି କଲମ୍ବିଆର କାର୍ଟାଜେନା ବନ୍ଦର ନିକଟରେ ବୁଡାଇ ଦେଇଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍ ଉତ୍ତର କୋରିଆ ଦୂତାବାସ ଉପରେ ଆକ୍ରମଣ କରିଛି କି? ଜାଣନ୍ତୁ ଭାଇରାଲ୍ ଖବରର ସତ୍ୟତା

ଏହି ଘଟଣା ଥିଲା ୧୭୦୮ ମସିହାର। ପରବର୍ତ୍ତୀ ସମୟରେ ଏହି ଦୁଇଟି ଜାହାଜ ସମ୍ପର୍କରେ ବିଶେଷଜ୍ଞମାନେ ଅନୁସନ୍ଧାନ କରିଥିଲା ବେଳେ ୨୦୧୫ରେ ଏଥିରେ ବହୁ ମୁଲ୍ୟବାନ ଧାତୁ ଥିବା ଜଣାପଡ଼ିଥିଲା। ତେବେ ସର୍ବଶେଷ ଅନୁସନ୍ଧାନ ରିପୋର୍ଟ ଅନୁସାରେ ଏହି ଦୁଇଟି ଜାହାଜର ଭଗ୍ନାଶେଷ ଭିତରେ ଉପରୋକ୍ତ ପରିମାଣର ସୁନା ରୁପା ରହିଥିବା ଆନ୍ତର୍ଜାତିକ ପତ୍ରିକା ‘ ନ୍ୟୁଜ୍ଉଇକ୍’ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ କଲମ୍ବିଆ ରାଷ୍ଟ୍ରପତି ମଧ୍ୟ ସ୍ପଷ୍ଟ କରିଛନ୍ତି। ଭବିଷ୍ୟତରେ ଏହାକୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ରାଷ୍ଟ୍ରପତି ଇଭାନ୍ ଡ୍ୟୁକ୍ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

11 Jun 2022 By The Sakala

ମାନବ ଇତିହାସରେ ସବୁଠୁ ବଡ଼ ଗୁପ୍ତଧନର ସନ୍ଧାନ, ସମୁଦ୍ର ତଳେ ୧.୩୩ ଲକ୍ଷ କୋଟିର ସୁନାଭରା ଜାହାଜ

ନୂଆଦିଲ୍ଲୀ : ଦକ୍ଷିଣ ଆମେରିକାର କଲମ୍ବିଆ ରାଷ୍ଟ୍ରର କାର୍ଟାଜେନା ବନ୍ଦର ନିକଟରେ ପ୍ରାୟ ୩୦୦ ବର୍ଷ ତଳେ ବୁଡ଼ିଯାଇଥିବା ସ୍ପେନର ଦୁଇଟି ଜାହାଜରୁ ଯେଉଁ ପରିମାଣ ସମ୍ପତ୍ତିର ସନ୍ଧାନ ମିଳିଛି ତାହା ବିଶ୍ବ ଗୁପ୍ତଧନ ସନ୍ଧାନକାରୀମାନଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ସମୁଦ୍ର ପତନ ଠାରୁ ପ୍ରାୟ ୯୫୦ ମିଟର ବା ୩୧୧୭ ଫୁଟ ତଳେ ପଡ଼ି ରହିଥିବା ଏହି ଦୁଇଟି ଜାହାଜର ଭଗ୍ନାବଶେଷ ମଧ୍ୟରେ ୨୦୦ ଟନ ସୁନା ସମେତ ରୁପା, ମୂଲ୍ୟବାନ ରତ୍ନପଥର ଏବଂ ଅନ୍ୟାନ୍ୟ ବହୁ ମୂଲ୍ୟବାନ ଧାତୁଦ୍ରବ୍ୟ ରହିଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ଏହି ସୁନାର ମୂଲ୍ୟ ୧୭ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୩୩ ହଜାର କୋଟି ଟଙ୍କା ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସମୁଦ୍ର ଗର୍ଭରେ ପଡି ରହିଥିବା ଏହି ଦୁଇଟି ଜାହାଜର ଅନୁସନ୍ଧାନ ପରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ କରାଯିବା ପରେ କଲମ୍ବିଆ ସେନା ପକ୍ଷରୁ ଏହାର ଫଟୋଚିତ୍ର ମଧ୍ୟ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୮ ଶହ ଶତାବ୍ଦୀରେ ସ୍ପେନ ପକ୍ଷରୁ ଯୁଦ୍ଧ ପାଇଁ ବ୍ୟବହାର କରାଯାଉଥିବା ଯୁଦ୍ଧପୋତକୁ ‘ଗାଲିଅନ’ ବୋଲି କୁହାଯାଉଥିଲା। ବହୁ ତଳ ପ୍ରାସାଦ ବିଶିଷ୍ଟ ଏହି ଜାହାଜରେ ଯୁଦ୍ଧ ସରଞ୍ଜାମ ସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପରିବହନ କରିବାର ସୁବିଧା ରହିଥିଲା। ତେବେ ସାନଜୋସ୍ ଗାଲିଅନ ନାମରେ ସ୍ପେନର ଏହି ଦୁଇଟି ଜାହାଜ ଆଟଲାଣ୍ଟିକ ମହାସାଗର ଦେଇ ଯାଉଥିବା ବେଳେ ଏଗୁଡିକୁ ବ୍ରିଟିଶ ସେନା ଆକ୍ରମଣ କରି କଲମ୍ବିଆର କାର୍ଟାଜେନା ବନ୍ଦର ନିକଟରେ ବୁଡାଇ ଦେଇଥିଲା।

ଏହି ଘଟଣା ଥିଲା ୧୭୦୮ ମସିହାର। ପରବର୍ତ୍ତୀ ସମୟରେ ଏହି ଦୁଇଟି ଜାହାଜ ସମ୍ପର୍କରେ ବିଶେଷଜ୍ଞମାନେ ଅନୁସନ୍ଧାନ କରିଥିଲା ବେଳେ ୨୦୧୫ରେ ଏଥିରେ ବହୁ ମୁଲ୍ୟବାନ ଧାତୁ ଥିବା ଜଣାପଡ଼ିଥିଲା। ତେବେ ସର୍ବଶେଷ ଅନୁସନ୍ଧାନ ରିପୋର୍ଟ ଅନୁସାରେ ଏହି ଦୁଇଟି ଜାହାଜର ଭଗ୍ନାଶେଷ ଭିତରେ ଉପରୋକ୍ତ ପରିମାଣର ସୁନା ରୁପା ରହିଥିବା ଆନ୍ତର୍ଜାତିକ ପତ୍ରିକା ‘ ନ୍ୟୁଜ୍ଉଇକ୍’ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ କଲମ୍ବିଆ ରାଷ୍ଟ୍ରପତି ମଧ୍ୟ ସ୍ପଷ୍ଟ କରିଛନ୍ତି। ଭବିଷ୍ୟତରେ ଏହାକୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ରାଷ୍ଟ୍ରପତି ଇଭାନ୍ ଡ୍ୟୁକ୍ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର