ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜାରି ହୋଇଥିବା କଟକଣା ଅବଧି ବୃଦ୍ଧି; ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ କଟକଣା

The Sakala Picture
Published On

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ମହାମାରୀ ପାଇଁ ପୁଣି ଆନ୍ତର୍ଜାତୀୟ  ବିମାନ ଉଡାଣ ଉପରେ ଜାରି ହୋଇଥିବା କଟକଣା ଅବଧି ବୃଦ୍ଧି ପାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ରହିବ।  ଏହି ପ୍ରତିବନ୍ଧକ ସରକାରଙ୍କ ଦ୍ୱାରା ଅନୁମୋଦିତ ଆନ୍ତର୍ଜାତୀୟ କାର୍ଗୋ ବିମାନ  ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ମନୋନୀତ ଦେଶଗୁଡିକ ସହିତ ଦ୍ୱିପାକ୍ଷିକ ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ ଚାଲୁଥିବା […]

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ମହାମାରୀ ପାଇଁ ପୁଣି ଆନ୍ତର୍ଜାତୀୟ  ବିମାନ ଉଡାଣ ଉପରେ ଜାରି ହୋଇଥିବା କଟକଣା ଅବଧି ବୃଦ୍ଧି ପାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ରହିବ।  ଏହି ପ୍ରତିବନ୍ଧକ ସରକାରଙ୍କ ଦ୍ୱାରା ଅନୁମୋଦିତ ଆନ୍ତର୍ଜାତୀୟ କାର୍ଗୋ ବିମାନ  ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ମନୋନୀତ ଦେଶଗୁଡିକ ସହିତ ଦ୍ୱିପାକ୍ଷିକ ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ ଚାଲୁଥିବା ବିମାନଗୁଡ଼ିକ ଜାରି ରହିବ।

ଆହୁରି ପଢ଼ନ୍ତୁ: ହାଇଜ୍ୟାକ୍ ନା ଯାନ୍ତ୍ରିକ ତ୍ରୁଟି? ଫ୍ଲାଇ ଦୁବାଇ ବିମାନର ‘୭୫୦୦’ କୋଡ୍‌କୁ ନେଇ ବଢିଲା ଚାଞ୍ଚଲ୍ୟ

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଜନ୍ତର-ମନ୍ତରରେ ବିଶାଳ ବିକ୍ଷୋଭ, ଅକ୍ଟୋବର ୧୦କୁ ନେଇ ଚେତାବନୀ

ସାରା ଦେଶରେ ୨୩ ମାର୍ଚ୍ଚ ୨୦୨୦ରୁ ଏହି ଲକଡାଉନ୍ ଲାଗୁ ହେବା ପରଠାରୁ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। କିନ୍ତୁ ମେ ୨୦୨୦ ଠାରୁ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନ ଉଡ଼ାଣ କରୁଛି। ଅଟକି ରହିଥିବା ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଚଲାଯାଇଥିଲା ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ: ପାକିସ୍ତାନ-ତୁର୍କୀର ‘ମକ୍କା ଚୁକ୍ତି’ ପାଇଁ ବଡ଼ ପରୀକ୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର