ଜମ୍ମୁକଶ୍ମୀର ଜେଲ୍ ଡିଜିଙ୍କୁ ଆତଙ୍କବାଦୀ ନୁହଁ ଚାକର କରିଛି ହତ୍ୟା, ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦ ଗିରଫ

The Sakala Picture
Published On

ଶ୍ରୀନଗର : ଜମ୍ମୁ କାଶ୍ମୀର ଜେଲ ବିଭାଗ ପୁଲିସ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆ ହତ୍ୟା ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରୁଛି। ୟାସିରକୁ କଚାନକ ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସୋମବାର ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସୂଚନାନୁସାରେ, ଅଭିଯୁକ୍ତ ୟାସିର ଅହମ୍ମଦ କଚାନକ ଅଞ୍ଚଳରେ ଲୁଚି ରହିଥିଲା ଏବଂ ଫେରାର ହେବା ପୂର୍ବରୁ ନିଜ ମୋବାଇଲ୍ […]

ଶ୍ରୀନଗର : ଜମ୍ମୁ କାଶ୍ମୀର ଜେଲ ବିଭାଗ ପୁଲିସ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆ ହତ୍ୟା ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରୁଛି। ୟାସିରକୁ କଚାନକ ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସୋମବାର ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସୂଚନାନୁସାରେ, ଅଭିଯୁକ୍ତ ୟାସିର ଅହମ୍ମଦ କଚାନକ ଅଞ୍ଚଳରେ ଲୁଚି ରହିଥିଲା ଏବଂ ଫେରାର ହେବା ପୂର୍ବରୁ ନିଜ ମୋବାଇଲ୍ ଫୋନ୍ ଫିଙ୍ଗି ଦେଇଥିଲା ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ଜେଲ୍ ବିଭାଗର ମହାନିର୍ଦ୍ଦେଶକ ୧୯୯୨ ବ୍ୟାଚ୍ ଆଇପିଏସ୍‌ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ସୋମବାର ଗଳା କାଟି ହତ୍ୟା କରାଯାଇଥିଲା । ୫୭ ବର୍ଷୀୟ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ଭାରତୀୟ ରପ୍ତାନି ଉପରେ ରହିବନି ଶୁଳ୍କ

ଜମ୍ମୁ କାଶ୍ମୀର ପୁଲିସର ସୂଚନାନୁସାରେ ଅଭିଯୁକ୍ତ ୟାସିର ଅହମ୍ମଦ ଜେଲ ବିଭାଗ ଡିଜି ହେମନ୍ତ କୁମାର ଲୋହିଆଙ୍କ ବାସଭବନରେ ଗତ ୬ ମାସ ଧରି ଘରୋଇ ସହାୟକ ଭାବେ କାମ କରୁଥିଲା। ଏହାପୂର୍ବରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ମଧ୍ୟ ତାଙ୍କ ଫଟୋ ସର୍ବସାଧାରଣରେ ଲଗାଇଥିଲା ​​ଏବଂ ଅଭିଯୁକ୍ତଙ୍କ ବିଷୟରେ ସୂଚନା ପାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୁଲିସକୁ ଜଣାଇବାକୁ ଅନୁରୋଧ କରିଥିଲା।

ଆହୁରି ପଢ଼ନ୍ତୁ: ମୁଜାଫରପୁରରେ 'ଡିଜିଟାଲ୍ ଆରେଷ୍ଟ' ସାଇବର ଠକେଇର ପର୍ଦ୍ଦାଫାଶ: ୨୦୦ କୋଟିର ସନ୍ଦିଗ୍ଧ କାରବାର, ଅବସରପ୍ରାପ୍ତ ଅଧିକାରୀ ଓ ପୁଅ ଗିରଫ

ଅନ୍ୟପଟେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ୟାସିର ଅହମ୍ମଦର ମାନସିକ ସ୍ଥିତି ଭଲ ନାହିଁ । ଅଭିଯୁକ୍ତ ଆକ୍ରମଣାତ୍ମକ ଏବଂ ଅବସାଦଗ୍ରସ୍ତ ଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ୟାସିର ଅହମ୍ମଦ ଜମ୍ମୁର ରାମବାନ ବାସିନ୍ଦା ବୋଲି ପୁଲିସ କହିଛି ।

ଲୋହିଆଙ୍କ ହତ୍ୟା ପାଇଁ ଜୈଶ-ଏ-ମହମ୍ମଦ ସହ ଲିଙ୍କ ଥିବା ଆତଙ୍କବାଦୀ ସଂଗଠନ ପିଏଏଫ୍ଏଫ୍ ନିଜକୁ ଦାୟୀ କରିଛି। ତେବେ ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ କହିଛି ଯେ ଏହା ଆତଙ୍କବାଦୀ ଘଟଣା କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୌଣସି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ପୁଲିସ କହିଛି।

04 Oct 2022 By The Sakala

ଜମ୍ମୁକଶ୍ମୀର ଜେଲ୍ ଡିଜିଙ୍କୁ ଆତଙ୍କବାଦୀ ନୁହଁ ଚାକର କରିଛି ହତ୍ୟା, ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀର ଜେଲ ବିଭାଗ ପୁଲିସ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆ ହତ୍ୟା ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରୁଛି। ୟାସିରକୁ କଚାନକ ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସୋମବାର ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସୂଚନାନୁସାରେ, ଅଭିଯୁକ୍ତ ୟାସିର ଅହମ୍ମଦ କଚାନକ ଅଞ୍ଚଳରେ ଲୁଚି ରହିଥିଲା ଏବଂ ଫେରାର ହେବା ପୂର୍ବରୁ ନିଜ ମୋବାଇଲ୍ ଫୋନ୍ ଫିଙ୍ଗି ଦେଇଥିଲା ।

ଜେଲ୍ ବିଭାଗର ମହାନିର୍ଦ୍ଦେଶକ ୧୯୯୨ ବ୍ୟାଚ୍ ଆଇପିଏସ୍‌ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ସୋମବାର ଗଳା କାଟି ହତ୍ୟା କରାଯାଇଥିଲା । ୫୭ ବର୍ଷୀୟ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ ।

ଜମ୍ମୁ କାଶ୍ମୀର ପୁଲିସର ସୂଚନାନୁସାରେ ଅଭିଯୁକ୍ତ ୟାସିର ଅହମ୍ମଦ ଜେଲ ବିଭାଗ ଡିଜି ହେମନ୍ତ କୁମାର ଲୋହିଆଙ୍କ ବାସଭବନରେ ଗତ ୬ ମାସ ଧରି ଘରୋଇ ସହାୟକ ଭାବେ କାମ କରୁଥିଲା। ଏହାପୂର୍ବରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ମଧ୍ୟ ତାଙ୍କ ଫଟୋ ସର୍ବସାଧାରଣରେ ଲଗାଇଥିଲା ​​ଏବଂ ଅଭିଯୁକ୍ତଙ୍କ ବିଷୟରେ ସୂଚନା ପାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୁଲିସକୁ ଜଣାଇବାକୁ ଅନୁରୋଧ କରିଥିଲା।

ଅନ୍ୟପଟେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ୟାସିର ଅହମ୍ମଦର ମାନସିକ ସ୍ଥିତି ଭଲ ନାହିଁ । ଅଭିଯୁକ୍ତ ଆକ୍ରମଣାତ୍ମକ ଏବଂ ଅବସାଦଗ୍ରସ୍ତ ଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ୟାସିର ଅହମ୍ମଦ ଜମ୍ମୁର ରାମବାନ ବାସିନ୍ଦା ବୋଲି ପୁଲିସ କହିଛି ।

ଲୋହିଆଙ୍କ ହତ୍ୟା ପାଇଁ ଜୈଶ-ଏ-ମହମ୍ମଦ ସହ ଲିଙ୍କ ଥିବା ଆତଙ୍କବାଦୀ ସଂଗଠନ ପିଏଏଫ୍ଏଫ୍ ନିଜକୁ ଦାୟୀ କରିଛି। ତେବେ ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ କହିଛି ଯେ ଏହା ଆତଙ୍କବାଦୀ ଘଟଣା କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୌଣସି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର