ମୃତଦେହ ରଖି ବିକ୍ଷୋଭ କଲେ ୫ ବର୍ଷ ଜେଲ୍‌...

Deviprasad Mohanty Picture
Published On

ଜୟପୁର: ରାଜସ୍ଥାନରେ ଏବେ ମୃତ ଶରୀରକୁ ରଖି ବିକ୍ଷୋଭ ପ୍ରଦର୍ଶନ, ମୃତଦେହକୁ ନେଇ ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବିତ କରିବା ମହଙ୍ଗା ପଡ଼ିପାରେ। କାରଣ ରାଜ୍ୟରେ ଏବେ ‘ମୃତକ ଶରୀର ସମ୍ମାନ ଆଇନ୍‌’ ଲାଗୁ ହୋଇଛି। ଏହି ନିୟମ ଅନୁସାରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଯଦି ମୃତ ବ୍ୟକ୍ତିଙ୍କ ଶରୀରକୁ ସଡ଼କରେ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଯଥାରେ ଭିଡ଼ ସୃଷ୍ଟି କରାଯାଏ, ତେବେ ବିକ୍ଷୋଭକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ। ଏଭଳି ବିକ୍ଷୋଭକୁ ଅପରାଧ ବୋଲି ବିବେଚନା କରାଯିବ। ଯଦି ବିନା କାରଣରେ  ଅନ୍ତିମ ସଂସ୍କାରକୁ ବିଳମ୍ବିତ କରାଯାଏ, ତେବେ ପୁଲିସ ମୃତଦେହକୁ ଜବତ କରି ସଂସ୍କାର କରିବ ବୋଲି କୁହାଯାଇଛି। ୨୦୨୩ ଜୁଲାଇ ୨୦ରେ ଗତ ଅଶୋକ ଗେହଲଟ ସରକାରଙ୍କ କର୍ଯ୍ୟକାଳରେ ଏହି ଆଇନ ବିଧାନସଭାରେ ପାରିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

08 Dec 2025 By Deviprasad Mohanty

ମୃତଦେହ ରଖି ବିକ୍ଷୋଭ କଲେ ୫ ବର୍ଷ ଜେଲ୍‌...

ଜୟପୁର: ରାଜସ୍ଥାନରେ ଏବେ ମୃତ ଶରୀରକୁ ରଖି ବିକ୍ଷୋଭ ପ୍ରଦର୍ଶନ, ମୃତଦେହକୁ ନେଇ ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବିତ କରିବା ମହଙ୍ଗା ପଡ଼ିପାରେ। କାରଣ ରାଜ୍ୟରେ ଏବେ ‘ମୃତକ ଶରୀର ସମ୍ମାନ ଆଇନ୍‌’ ଲାଗୁ ହୋଇଛି। ଏହି ନିୟମ ଅନୁସାରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଯଦି ମୃତ ବ୍ୟକ୍ତିଙ୍କ ଶରୀରକୁ ସଡ଼କରେ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଯଥାରେ ଭିଡ଼ ସୃଷ୍ଟି କରାଯାଏ, ତେବେ ବିକ୍ଷୋଭକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ। ଏଭଳି ବିକ୍ଷୋଭକୁ ଅପରାଧ ବୋଲି ବିବେଚନା କରାଯିବ। ଯଦି ବିନା କାରଣରେ  ଅନ୍ତିମ ସଂସ୍କାରକୁ ବିଳମ୍ବିତ କରାଯାଏ, ତେବେ ପୁଲିସ ମୃତଦେହକୁ ଜବତ କରି ସଂସ୍କାର କରିବ ବୋଲି କୁହାଯାଇଛି। ୨୦୨୩ ଜୁଲାଇ ୨୦ରେ ଗତ ଅଶୋକ ଗେହଲଟ ସରକାରଙ୍କ କର୍ଯ୍ୟକାଳରେ ଏହି ଆଇନ ବିଧାନସଭାରେ ପାରିତ ହୋଇଥିଲା।

https://www.thesakala.in/national-international/demonstrating-by-keeping-a-dead-body-will-5-years-in-jail/article-43451
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର