ନୋଟ୍‌ରେ ନେତାଜୀଙ୍କ ଫଟୋ ଲଗାଇବା ଦାବି, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

The Sakala Picture
Published On

କୋଲକାତା: ମହାତ୍ମା ଗାନ୍ଧୀଙ୍କ ଭଳି ନୋଟ୍‌ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋ ଲଗାଇବା ଦାବିରେ ଆଗତ ପିଟିସନ ଉପରେ କଲକାତା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହା ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ୮୪ ବର୍ଷୀୟ ହରେନ୍ଦ୍ରନାଥ ବିଶ୍ବାସ ଏହି ମାମଲା ଦାଏର କରିଥିଲେ। ସେ ନିଜକୁ ସ୍ଵାଧୀନତା ସଂଗ୍ରାମୀ କହିଛନ୍ତି। ସେ ଅବେଦନ ଅଭିଯୋଗ କରିଛନ୍ତି ଯେ, ନେତାଜୀଙ୍କୁ ଯେଉଁ ସମ୍ମାନ ମିଳିବା କଥା […]

କୋଲକାତା: ମହାତ୍ମା ଗାନ୍ଧୀଙ୍କ ଭଳି ନୋଟ୍‌ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋ ଲଗାଇବା ଦାବିରେ ଆଗତ ପିଟିସନ ଉପରେ କଲକାତା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହା ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ୮୪ ବର୍ଷୀୟ ହରେନ୍ଦ୍ରନାଥ ବିଶ୍ବାସ ଏହି ମାମଲା ଦାଏର କରିଥିଲେ। ସେ ନିଜକୁ ସ୍ଵାଧୀନତା ସଂଗ୍ରାମୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସେ ଅବେଦନ ଅଭିଯୋଗ କରିଛନ୍ତି ଯେ, ନେତାଜୀଙ୍କୁ ଯେଉଁ ସମ୍ମାନ ମିଳିବା କଥା ତାହା କେନ୍ଦ୍ର ତାଙ୍କୁ ପ୍ରଦାନ କରିନାହିଁ। ଶୁଣାଣି ସମୟରେ ଭାରତ ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ୱାଇ ଜେ ଦସ୍ତୁର ଏ ନେଇ ସତ୍ୟପାଠ ଦାଖଲ କରିବାକୁ ୮ ସପ୍ତାହ ସମୟ ମାଗିଥିଲେ । କୋର୍ଟ ମଧ୍ୟ ଏହାକୁ ସ୍ବୀକାର କରି ନେଇଥିଲେ। ଫେବୃଆରୀ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର