ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା: ମାଇକ୍ରୋ ଓଭାନରୁ ମିଳିଲା ଶିଶୁକନ୍ଯାର ମୃତଦେହ

The Sakala Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା । ଦକ୍ଷିଣ ଦିଲ୍ଲୀର ଚିରାଗ  ଅଞ୍ଚଳରେ ଏକ ମାଇକ୍ରୋ ଓଭାନ୍‌ ଭିତରୁ ଦୁଇ ମାସ ଶିଶୁର ମୃତଦେହ ମିଳିଥିବା ଜଣାପଡ଼ିିଛି। ଏନେଇ ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମେରୀ ସୂଚନା ଦେଇଛନ୍ତି। ଜଣେ ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣା ସମୟରେ ଶିଶୁର ପିତା ଘରେ ନ ଥିଲେ।  ଶିଶୁଟିର ମାଆ ଘର ଭିତରେ ତାଲା ପକାଇ ଥିବାରୁ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଆମେ ଗ୍ଲାସ ଭାଙ୍ଗି […]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା । ଦକ୍ଷିଣ ଦିଲ୍ଲୀର ଚିରାଗ  ଅଞ୍ଚଳରେ ଏକ ମାଇକ୍ରୋ ଓଭାନ୍‌ ଭିତରୁ ଦୁଇ ମାସ ଶିଶୁର ମୃତଦେହ ମିଳିଥିବା ଜଣାପଡ଼ିିଛି। ଏନେଇ ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମେରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଜଣେ ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣା ସମୟରେ ଶିଶୁର ପିତା ଘରେ ନ ଥିଲେ।  ଶିଶୁଟିର ମାଆ ଘର ଭିତରେ ତାଲା ପକାଇ ଥିବାରୁ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଆମେ ଗ୍ଲାସ ଭାଙ୍ଗି କୋଠରୀ ଭିତରକୁ ପ୍ରବେଶ କରିଥିଲୁ। ଆମେ ଦେଖିଲୁ ମହିଳା ଜଣକ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି ଏବଂ ପିଲାଟି ନିଖୋଜ ଅଛି। ଆମେ ସମଗ୍ର ଅଞ୍ଚଳରେ ଯାଞ୍ଚ କରିଥିଲୁ, କିନ୍ତୁ ଶିଶୁଟିକୁ ପାଇଲୁ ନାହିଁ । ପରେ, ଦୁଇ-ତିନି ଜଣ ଲୋକ ଆସି ଏକ କୋଠରୀ ଯାଞ୍ଚ କଲେ ଯେଉଁଠାରେ ମାଇକ୍ରୋ ଓଭାନ୍‌ ରଖାଯାଇଥିଲା ସେମାନେ ପିଲାଟିକୁ ପାଇଥିଲେ ବୋଲି ପଡୋଶୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ପୁଲିସ କହିବା ଅନୁଯାୟୀ, ସବୁ ଦିଗରୁ ଯାଞ୍ଚ କରାଯାଉଛି।  ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଆମେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିଛୁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଶିଶୁର ମାଆ ଏହି ଘଟଣାର ମୁଖ୍ୟ ବୋଲି ସନ୍ଦେହ କରାଯାଉଛି। କନ୍ୟା ସନ୍ତାନ ଜନ୍ମ ହେବା ଦିନଠାରୁ ସେ ଦୁଃଖିତ ଥିଲେ।  ତାଙ୍କୁ ପୁଲିସ ଷ୍ଟେସନରେ ପଚରାଉଚରା କରାଯାଉଛି ଓ ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର