ବାଣଫୁଟାକୁ ନେଇ ଦିଲ୍ଲୀ ସରକାରଙ୍କ ନୂଆ ନିର୍ଦ୍ଦେଶ: ଫୁଟାଇଲେ ୨୦୦ ଟଙ୍କା ସହ ୬ ମାସ ଜେଲ୍‌ , ବିକିଲେ ୫୦୦୦ ଟଙ୍କା ଜରିମାନା ସହ ୩ ବର୍ଷ ଜେଲ୍

The Sakala Picture
Published On

ନୂଆଦିଲ୍ଲୀ: ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଯଦିଓ ପୂର୍ବରୁ ପ୍ରତିବନ୍ଧକ ରହିଥିଲା । ଏବେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଜରିମାନା ବି ଘୋଷଣା କରିଛନ୍ତି। ଯଦି ରାଜଧାନୀରେ କେହି ବି ବ୍ୟକ୍ତି ବାଣ ଫୁଟାଉଥିବାର ଦେଖା ଯାଆନ୍ତି, ତ ତାଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଯିବ। ଏଥି ସହିତ ବ୍ୟକ୍ତିଙ୍କୁ ୬ ମାସ ଜେଲ […]

ନୂଆଦିଲ୍ଲୀ: ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଯଦିଓ ପୂର୍ବରୁ ପ୍ରତିବନ୍ଧକ ରହିଥିଲା । ଏବେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଜରିମାନା ବି ଘୋଷଣା କରିଛନ୍ତି। ଯଦି ରାଜଧାନୀରେ କେହି ବି ବ୍ୟକ୍ତି ବାଣ ଫୁଟାଉଥିବାର ଦେଖା ଯାଆନ୍ତି, ତ ତାଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଯିବ। ଏଥି ସହିତ ବ୍ୟକ୍ତିଙ୍କୁ ୬ ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି, ବାଣ କିଣିବା ଏବଂ ତାହାକୁ ଫୁଟାଇବା ଉପରେ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ। ୬ ମାସ ଜେଲ ଦଣ୍ଡ ମଧ୍ୟ ମିଳିପାରେ। ସେଠି ଯିଏ ବି ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ଯନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ। ବର୍ତ୍ତମାନ ପାଇଁ ଏହି ପ୍ରତିବନ୍ଧକ ଯେପରି ପ୍ରଭାବୀ ରୂପେ କାମ କରି ପାରିବ, ଏଥିପାଇଁ ୪୦୮ ଟିମ୍‌ ଗଠନ କରାଯାଇଛି। ଆସିଷ୍ଟାଣ୍ଟ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ୨୧୦ ଟିମ୍‌ ଗଠନ କରିଛି। ଆୟକର ବିଭାଗ ମଧ୍ୟ ୧୬୫ ଟିମ୍‌ ଗଠନ କରିଥିବା ବେଳେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତିର ମଧ୍ୟ ୩୩ ଟିମ୍‌ ମୁତୟନ ରହିବେ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

19 Oct 2022 By The Sakala

ବାଣଫୁଟାକୁ ନେଇ ଦିଲ୍ଲୀ ସରକାରଙ୍କ ନୂଆ ନିର୍ଦ୍ଦେଶ: ଫୁଟାଇଲେ ୨୦୦ ଟଙ୍କା ସହ ୬ ମାସ ଜେଲ୍‌ , ବିକିଲେ ୫୦୦୦ ଟଙ୍କା ଜରିମାନା ସହ ୩ ବର୍ଷ ଜେଲ୍

ନୂଆଦିଲ୍ଲୀ: ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଯଦିଓ ପୂର୍ବରୁ ପ୍ରତିବନ୍ଧକ ରହିଥିଲା । ଏବେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଜରିମାନା ବି ଘୋଷଣା କରିଛନ୍ତି। ଯଦି ରାଜଧାନୀରେ କେହି ବି ବ୍ୟକ୍ତି ବାଣ ଫୁଟାଉଥିବାର ଦେଖା ଯାଆନ୍ତି, ତ ତାଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଯିବ। ଏଥି ସହିତ ବ୍ୟକ୍ତିଙ୍କୁ ୬ ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ବାଣ କିଣିବା ଏବଂ ତାହାକୁ ଫୁଟାଇବା ଉପରେ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ। ୬ ମାସ ଜେଲ ଦଣ୍ଡ ମଧ୍ୟ ମିଳିପାରେ। ସେଠି ଯିଏ ବି ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ଯନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ। ବର୍ତ୍ତମାନ ପାଇଁ ଏହି ପ୍ରତିବନ୍ଧକ ଯେପରି ପ୍ରଭାବୀ ରୂପେ କାମ କରି ପାରିବ, ଏଥିପାଇଁ ୪୦୮ ଟିମ୍‌ ଗଠନ କରାଯାଇଛି। ଆସିଷ୍ଟାଣ୍ଟ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ୨୧୦ ଟିମ୍‌ ଗଠନ କରିଛି। ଆୟକର ବିଭାଗ ମଧ୍ୟ ୧୬୫ ଟିମ୍‌ ଗଠନ କରିଥିବା ବେଳେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତିର ମଧ୍ୟ ୩୩ ଟିମ୍‌ ମୁତୟନ ରହିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର