ସିବିଆଇ ଯାଞ୍ଚ ଓ ଗିରଫଦାରୀ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହେଲେ ମନୀଷ ସିସୋଦିଆ

The Sakala Picture
Published On

ନୂଆଦିଲ୍ଲୀ: ସିବିଆଇର ଗିରଫଦାରୀ ଓ ଯାଞ୍ଚକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ର୍ବୋଚ୍ଚ ଅଦାଲତରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି । ସିସୋଦିଆଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଆଗରେ ଏହି ମାମଲା ଦାଖଲ କରିଛନ୍ତି […]

ନୂଆଦିଲ୍ଲୀ: ସିବିଆଇର ଗିରଫଦାରୀ ଓ ଯାଞ୍ଚକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ର୍ବୋଚ୍ଚ ଅଦାଲତରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସିସୋଦିଆଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଆଗରେ ଏହି ମାମଲା ଦାଖଲ କରିଛନ୍ତି ଏବଂ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କ ଆବେଦନର ଆଜି ହିଁ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

୨୦୨୧ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଗତ ରବିବାର ଦିନ ସିବିଆଇ ଗିରଫ କରିଥିଲା । ତାଙ୍କୁ ଗତକାଲି ଦିଲ୍ଲୀର ଏକ କୋର୍ଟ ପାଞ୍ଚ ଦିନ ସିବିଆଇ ହାଜତକୁ ପଠାଇଥିଲେ । ରିମାଣ୍ଡର ପ୍ରଥମ ଦିନରେ ଆଜି ସିସୋଦିଆଙ୍କୁ ପଚରାଉଚୁରା ଆରମ୍ଭ କରିଛି ସିବିଆଇ । ସିବିଆଇ ଏଥିପାଇଁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି । କୁହାଯାଉଛି ଯେ, ସିବିଆଇ ନୂଆ କରି ପୁଣିଥରେ ସିସୋଦିଆଙ୍କୁ ପଚରାଉଚୁରା କରିବ । ପୂର୍ବରୁ ଜେରା ସମୟରେ ଯେଉଁ ପ୍ରଶ୍ନର ଉତ୍ତର ସିସୋଦିଆ ଦେଇନଥିଲେ ସେସବୁ ପ୍ରଶ୍ନ ପ୍ରଶ୍ନ ପୁଣିଥରେ କରାଯିବ ବୋଲି ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

28 Feb 2023 By The Sakala

ସିବିଆଇ ଯାଞ୍ଚ ଓ ଗିରଫଦାରୀ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ସିବିଆଇର ଗିରଫଦାରୀ ଓ ଯାଞ୍ଚକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ର୍ବୋଚ୍ଚ ଅଦାଲତରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି ।

ସିସୋଦିଆଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଆଗରେ ଏହି ମାମଲା ଦାଖଲ କରିଛନ୍ତି ଏବଂ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କ ଆବେଦନର ଆଜି ହିଁ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

୨୦୨୧ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଗତ ରବିବାର ଦିନ ସିବିଆଇ ଗିରଫ କରିଥିଲା । ତାଙ୍କୁ ଗତକାଲି ଦିଲ୍ଲୀର ଏକ କୋର୍ଟ ପାଞ୍ଚ ଦିନ ସିବିଆଇ ହାଜତକୁ ପଠାଇଥିଲେ । ରିମାଣ୍ଡର ପ୍ରଥମ ଦିନରେ ଆଜି ସିସୋଦିଆଙ୍କୁ ପଚରାଉଚୁରା ଆରମ୍ଭ କରିଛି ସିବିଆଇ । ସିବିଆଇ ଏଥିପାଇଁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି । କୁହାଯାଉଛି ଯେ, ସିବିଆଇ ନୂଆ କରି ପୁଣିଥରେ ସିସୋଦିଆଙ୍କୁ ପଚରାଉଚୁରା କରିବ । ପୂର୍ବରୁ ଜେରା ସମୟରେ ଯେଉଁ ପ୍ରଶ୍ନର ଉତ୍ତର ସିସୋଦିଆ ଦେଇନଥିଲେ ସେସବୁ ପ୍ରଶ୍ନ ପ୍ରଶ୍ନ ପୁଣିଥରେ କରାଯିବ ବୋଲି ସୂଚନା ରହିଛି ।

https://www.thesakala.in/national-international/delhi-excise-scam-case-manish-sisodia-moves-supreme-court-against-his-arrest/article-19388
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର