ପ୍ରିଗୋଜିନଙ୍କ ମୃତ୍ୟୁ ପଛରେ ପୁଟିନ୍‌ଙ୍କ ହାତଥିବା ପାଶ୍ଚାତ୍ୟ ରାଷ୍ଟ୍ରର ଦାବି, ଡାହା ମିଛ ବୋଲି କହିଲା କ୍ରେମ୍‌ଲିନ୍‌

The Sakala Picture
Published On

ନୂଆଦିଲ୍ଲୀ : ପୁଟିନ୍‌ଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି କେହି ବି ତିଷ୍ଠି ପାରିନାହାନ୍ତି। ଏହାର ଜ୍ବଳନ୍ତ ପ୍ରମାଣ ରଖିଛି ରୁଷିଆର ବିଦ୍ରୋହୀ ସାମରିକ ନେତା ୟେଭଜେନି ପ୍ରିଗୋଜିନଙ୍କ ମୃତ୍ୟୁ ଖବର। ରୁଷିଆରେ ଗତ ବୁଧବାର ଏକ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତ ଯାତ୍ରୀଙ୍କ ମଧ୍ୟରେ ପ୍ରିଗୋଜିନଙ୍କ ନାମ ଥିଲା। ହେଲେ ସେ ଏହି ବିମାନରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନଥିଲା। ତେବେ ଗତକାଲି ତାଙ୍କ ମୃତ୍ୟୁ ଖବରକୁ […]

ନୂଆଦିଲ୍ଲୀ : ପୁଟିନ୍‌ଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି କେହି ବି ତିଷ୍ଠି ପାରିନାହାନ୍ତି। ଏହାର ଜ୍ବଳନ୍ତ ପ୍ରମାଣ ରଖିଛି ରୁଷିଆର ବିଦ୍ରୋହୀ ସାମରିକ ନେତା ୟେଭଜେନି ପ୍ରିଗୋଜିନଙ୍କ ମୃତ୍ୟୁ ଖବର। ରୁଷିଆରେ ଗତ ବୁଧବାର ଏକ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତ ଯାତ୍ରୀଙ୍କ ମଧ୍ୟରେ ପ୍ରିଗୋଜିନଙ୍କ ନାମ ଥିଲା। ହେଲେ ସେ ଏହି ବିମାନରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନଥିଲା। ତେବେ ଗତକାଲି ତାଙ୍କ ମୃତ୍ୟୁ ଖବରକୁ ସରକାରୀ ସ୍ତରରେ ସ୍ପଷ୍ଟ କରାଯିବା ପରେ ଏବେ ପୁତିନଙ୍କ ଭୂମିକାକୁ ନେଇ ବିଶ୍ବସ୍ତରରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ବିମାନ ଦୁର୍ଘଟଣା ନୁହେଁ, ବରଂ ପ୍ରିଗୋଜିନଙ୍କୁ ରୁଷ ସେନା ମାରି ଦେଇଛି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଇରାନର ସୁପ୍ରିମ ଲିଡର ଖାମେନେଇଙ୍କ ନିଧନ: କାଶ୍ମୀରରୁ ଲକ୍ଷ୍ନୌ ଯାଏଁ ତୀବ୍ର ବିରୋଧ, ଆମେରିକା-ଇସ୍ରାଏଲ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ପୁଟିନ୍‌ଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୱାଗନର ସେନା ସଂଗଠନର ମୁଖ୍ୟ ଥିଲେ ପ୍ରିଗୋଜିନ। ସେ ଗତ ଜୁନରେ ପୁତିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସେତେବେଳେ ୱାଗନର୍ ସୈନ୍ୟମାନେ ଦକ୍ଷିଣ ଋଷର ରୋସ୍ତୋଭ୍-ଅନ୍-ଡନ୍‌ରେ ଏକ ସେନା ଶିବିରକୁ ମଧ୍ୟ କବଜା କରି ନେଇଥିଲେ। ପରବର୍ତ୍ତୀ ସମୟରେ ପୁଟିନ୍‌ଙ୍କ ସହ ବୁଝାମଣା ହେବା ପରେ ପ୍ରିଗୋଜିନ୍ ତାଙ୍କ ଆଭିମୁଖ୍ୟ ବଦଳାଇଥିଲେ ସତ କିନ୍ତୁ ରାଷ୍ଟ୍ରପତି ପୁଟିନ୍‌ଙ୍କ ନିଶାଣରୁ ସେ ବାହାରି ପାରି ନଥିଲେ। ତାଙ୍କ ମୃତ୍ୟୁ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। କେବଳ ପ୍ରିଗୋଜିନ ନୁହନ୍ତି,ପୂର୍ବରୁ ପୁଟିନ୍‌ଙ୍କ ବିରୋଧରେ ଯେଉଁମାନେ ସ୍ବର ଉତ୍ତୋଳନ କରିଛନ୍ତି ସେମାନଙ୍କୁ ପ୍ରିଗୋଜିନଙ୍କ ଭଳି ଦଶା ଭୋଗିବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ: ୟୁଏଇରେ ଫସିଲେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା: କହିଲେ, ମୁଁ ଶୀଘ୍ର ଘରକୁ ଫେରିବାକୁ ଚାହୁଁଛି

ଏହିକ୍ରମରେ ଓଡ଼ିଶାର ରାୟଗଡ଼ାର ଏକ ଘଟଣା ମଧ୍ୟ ଯୋଡି ହୋଇଯାଇଛି। ୨୦୨୨ ଡିସେମ୍ବରରେ ରାୟଗଡ଼ା ଆସିଥିବା କିଛି ରୁଷୀୟ ବ୍ୟବସାୟୀଙ୍କ ମଧ୍ୟରେ ଥିଲେ ପାଭେଲ ଆନ୍ତୋଭ। କିନ୍ତୁ ସେ ଅବସ୍ଥାନ କରୁଥିବା ହୋଟେଲ ଛାତରୁ ଖସିପଡ଼ି ମୃତବରଣ କରିଥିବା ଖବର ଆସିଥିଲା। ପାଭେଲଙ୍କ ମୃତ୍ୟୁ ରହସ୍ୟଘେରରେ ରହିଯାଇଥିଲା ବେଳେ ସେ ୟୁକ୍ରେନ ଯୁଦ୍ଧକୁ ବିରୋଧ କରି ପୁତିନଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ମୃତ୍ୟୁଦଶା ଭୋଗିବାକୁ ପଡ଼ିଲା ବୋଲି ସେତେବେଳେ ଅନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

ଆହୁରି ପଢ଼ନ୍ତୁ: ବଲିଆରେ ଭୟଙ୍କର କାଣ୍ଡ: ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ପ୍ରେମିକ, ଏସିଡ୍ ଢାଳି ହତ୍ୟା କଲେ ପ୍ରେମିକା

ଏହି ଘଟଣା ପୂର୍ବରୁ ରୁଷିଆର ପ୍ରମୁଖ ତୈଳ କମ୍ପାନୀ ‘ଲୁକଅଏଲ୍‌’ର ଅଧ୍ୟକ୍ଷ ରାଭିଲ ମାଗନୋଭ ମଧ୍ୟ ଝରକା ତଳକୁ ଖସି ମୃତ୍ୟୁବରଣ କରିଥିଲେ। ସେହିପରି ବିଶିଷ୍ଟ ବ୍ୟବସାୟୀ ଡ୍ୟାନ ରାପୋପୋର୍ଟଙ୍କୁ ୱାଶିଂଟନ ଡିସି ସ୍ଥିତ ତାଙ୍କ ଆପାର୍ଟମେଣ୍ଟ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ୨୦୧୫ରେ ରୁଷିଆର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ରୁଷିଆ ଟୁଡେ’ ମୁଖ୍ୟ ମିଖେଲ ଲେସିନଙ୍କୁ ମଧ୍ୟ ୱାଶିଂଟନରେ ହତ୍ୟା କରାଯାଇଥିଲା। ଏହାବ୍ୟତୀତ ପୁଟିନ୍‌ଙ୍କୁ ବିରୋଧ କରୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ୱେଲସିନଙ୍କ ସମୟରେ ଉପ ପ୍ରଧାନମନ୍ତ୍ରୀ ବୋରିସ୍‌ ନେମସୋଭଙ୍କୁ ମଧ୍ୟ କ୍ରେମଲିନରେ ହତ୍ୟା କରାଯାଇଥିଲା।

ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଘଟଣାରେ ପୁଟିନ୍‌ଙ୍କ ସମ୍ପୃକ୍ତି କଥାକୁ ଅସ୍ବୀକାର କଲା ଋଷ

ପୁଟିନ୍‌ ଆଦେଶକ୍ରମେ ‘ୱାଗ୍‌ନର୍‌’ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଜିନ୍‌ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍‌ କହିଛି। କିନ୍ତୁ, ପ୍ରିଗୋଜିନ୍‌ଙ୍କ ମୃତ୍ୟୁର କାରଣ ବିଷୟରେ କିଛି ସୁନିଶ୍ଚିତ ନ କରି ଋଷ କହିଛି ଯେ, ସେ ସଂକ୍ରାନ୍ତରେ ଚାଲିଥିବା ପରୀକ୍ଷା ଫଳାଫଳକୁ ଅପେକ୍ଷା କରାଯାଇଛି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ କହିଛନ୍ତି, ଯାହା ସବୁ ଅଭିଯୋଗ କରାଯାଉଛି ସେ ସବୁ ମିଥ୍ୟା। ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ବିମାନ ଦୁର୍ଘଟଣା ଓ ସେଥିରେ ଥିବା ୟେଭ୍‌ଜେନି ପ୍ରିଗୋଜିନ୍‌ଙ୍କ ସମେତ ଅନ୍ୟ ଯାତ୍ରୀମାନଙ୍କର ଦୁଃଖଦ ମୃତ୍ୟୁକୁ ନେଇ ନାନା ଧରଣର କଳ୍ପନାଜଳ୍ପନା ଚାଲିଛି। ଅବଶ୍ୟ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ନେଇ ପାଶ୍ଚାତ୍ୟରୁ ହିଁ ଏହି କଳ୍ପନାଜଳ୍ପନା ଉପସ୍ଥାପନ କରାଯାଉଛି। ଏ ସବୁ ଡାହା ମିଛ। ତେଣୁ, ଏ ବିଷୟରେ ରିପୋର୍ଟ କରିବା ବେଳେ ଆପଣମାନେ ପ୍ରକୃତ ତଥ୍ୟ ଜାଣିବା କଥା। କିନ୍ତୁ, ଏପର୍ୟ୍ୟନ୍ତ ବିଶେଷ କିଛି ତଥ୍ୟ ମିଳିନାହିଁ। ତଦନ୍ତ ପରେ ହିଁ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି।

ୱାଗନର ଫାଇଟରଙ୍କ ପାଇଁ ଶପଥପାଠ ବାଧ୍ୟତାମୂଳକ କରାଛନ୍ତି ପୁଟିନ

ମୁଖିଆଙ୍କ ମୃତ୍ୟୁ ପରେ ଋଷ ମୁଖ୍ୟଙ୍କ ସହ ହୋଇଛି ନୂଆ ଡିଲ୍। ୱାଗନର ମୁଖ୍ୟ ୟେଭଜେନି ପ୍ରିଗୋଜିନଙ୍କ ମୃତ୍ୟୁ ପରେ ୱାଗନର ଫାଇଟରଙ୍କ ପାଇଁ ଶପଥପାଠ ବାଧ୍ୟତାମୂଳକ କରାଛନ୍ତି ପୁଟିନ। ପୁଟିନଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା କ୍ରେମଲିନ ୱେବସାଇଟରେ ଉପଲବ୍ଧ। ଏଥିରେ ଦର୍ଶାଯାଇଛି ଯେ, ଯେଉଁମାନେ ମସ୍କୋ ସେନାଙ୍କୁ ସମର୍ଥନ କରୁଛନ୍ତି, ବା ୟୁକ୍ରେନ ବିରୋଧରେ ମସ୍କୋର ସ୍ପେସାଲ ମିଲିଟାରୀ ଅପରେସନରେ ସାମିଲ ହୋଇଛନ୍ତି ସେମାନେ ଏହି ଶପଥ ନେବା ବାଧ୍ୟତାମୂଳକ। ଏହି ଶପଥପାଠ ଅନୁସାରେ ଋଷର ସମସ୍ତ ବରିଷ୍ଠ ରାଜନୈତିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି। ଏହି ଘଟଣା ପରେ ପୁଟିନ ପ୍ରିଗୋଜିନଙ୍କ ୱାଗନର ଗ୍ରୁପକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp