ୟୁକ୍ରେନ୍‌ ଯୁଦ୍ଧର ‘ମାଷ୍ଟର୍‌ମାଇଣ୍ଡ୍‌’ ଓ ପୁଟିନଙ୍କ ବ୍ରେନ୍ କୁହାଯାଉଥିବା ଆଲେକ୍‌ଜେଣ୍ଡର୍‌ ଡୁଗିନ୍‌ଙ୍କ ଝିଅକୁ ହତ୍ୟା

The Sakala Picture
Published On

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ୟୁକ୍ରେନ୍‌ ଯୁଦ୍ଧର ‘ମାଷ୍ଟର୍‌ମାଇଣ୍ଡ୍‌’ ଓ ପୁଟିନଙ୍କ ବ୍ରେନ୍ କୁହାଯାଉଥିବା ଆଲେକ୍‌ଜେଣ୍ଡର୍‌ ଡୁଗିନ୍‌ଙ୍କ ଝିଅକୁ ହତ୍ୟା କରାଯାଇଛି। ଶନିବାର ରାତିରେ ରୁଷ୍‌ର ରାଜଧାନୀ ମସ୍କୋ ଉପକଣ୍ଠରେ କାର୍‌ ବୋମା ବିସ୍ଫୋରଣରେ ତାଙ୍କ ମୃତ୍ୟୁ ଘଟିଛି। ସେ ଏକ ଲ୍ୟାଣ୍ଡ କ୍ରୁଜର କାରରେ ଯାଉଥିବା ବେଳେ ତାଙ୍କ କାର୍ ମସ୍କୋ ପାଖରେ ବିସ୍ଫୋରଣ ହୋଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ କାରକୁ […]

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ୟୁକ୍ରେନ୍‌ ଯୁଦ୍ଧର ‘ମାଷ୍ଟର୍‌ମାଇଣ୍ଡ୍‌’ ଓ ପୁଟିନଙ୍କ ବ୍ରେନ୍ କୁହାଯାଉଥିବା ଆଲେକ୍‌ଜେଣ୍ଡର୍‌ ଡୁଗିନ୍‌ଙ୍କ ଝିଅକୁ ହତ୍ୟା କରାଯାଇଛି। ଶନିବାର ରାତିରେ ରୁଷ୍‌ର ରାଜଧାନୀ ମସ୍କୋ ଉପକଣ୍ଠରେ କାର୍‌ ବୋମା ବିସ୍ଫୋରଣରେ ତାଙ୍କ ମୃତ୍ୟୁ ଘଟିଛି। ସେ ଏକ ଲ୍ୟାଣ୍ଡ କ୍ରୁଜର କାରରେ ଯାଉଥିବା ବେଳେ ତାଙ୍କ କାର୍ ମସ୍କୋ ପାଖରେ ବିସ୍ଫୋରଣ ହୋଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ କାରକୁ ବୋମାରେ ଉଡାଇ ଦିଆଯାଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ପୃଥିବୀକୁ ବଞ୍ଚାଇବାକୁ ମହାକାଶୀୟ ଜିଓ-ଇଞ୍ଜିନିୟରିଂ ଆବଶ୍ୟକ, ନହେଲେ ୫୦ ବର୍ଷ ପରେ ପୃଥିବୀର ଅସ୍ତିତ୍ୱ ଧ୍ୱଂସ ପାଇଯିବ: ଏଲନ୍‌ ମସ୍କ

ସୂଚନା ଅନୁଯାୟୀ, ଡାରିଆ ଡୁଗିନ ତାଙ୍କ ଲ୍ୟାଣ୍ଡ କ୍ରୁଜର କାର୍‌ରେ ଯାଉଥିଲେ। ଏହି ସମୟରେ ତାଙ୍କ କାର୍‌କୁ ମସ୍କୋ ନିକଟରେ ବିସ୍ଫୋରଣ କରି ଉଡାଇ ଦିଆଯାଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସେପଟେ ଖବର ପାଇ ପୁଲିସ ଓ ଆଲେକ୍‌ଜାଣ୍ଡାର୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜଧାନୀ ଉପକଣ୍ଠରେ ଅବସ୍ଥିତ ବୋଲ୍‌ଶିୟେ ଭିୟାଜିଓମି ଗାଁ ନିକଟ ଦେଇ ଯାଇଥିବା ରାଜପଥରେ ଏହି ବିସ୍ଫୋରଣ ଘଟିଥିଲା।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

କୁହାଯାଉଛି ଯେ ଆକ୍ରମଣକାରୀଙ୍କ ଟାର୍ଗେଟରେ ଡାରିଆ ଡୁଗିନଙ୍କ ପିତା ଆଲେକଜାଣ୍ଡାର ଡୁଗିନ ଅନେକ ଦିନ ହେବ ରହିଥିଲେ । ୟୁକ୍ରେନ ଯୁଦ୍ଧର ମାଷ୍ଟରମାଇଣ୍ଡ କୁହାଯାଉଥିବା ତଥା ଋଷ ରାଷ୍ଟ୍ରପତି ଭ୍ଲାଦିମିର ‘ପୁଟିନଙ୍କ ବ୍ରେନ୍’ କୁହାଯାଉଥିବା ଆଲେକଜାଣ୍ଡାର ଡୁଗିନଙ୍କୁ ଆକ୍ରମଣ ହେବାକୁ ଯୋଜନା କରାଯାଉଥିବା ବେଳେ ତାଙ୍କ ଝିଅ ଏହାର ଶିକାର ହୋଇଥିବା କୁହାଯାଉଛି । ରିପୋର୍ଟ ମୁତାବକ, ୟୁକ୍ରେନ ସହ ଋଷର ଯୁଦ୍ଧ ପରେ ବ୍ରିଟେନ୍ ଯେଉଁ କେତେକ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ସେମାନଙ୍କ ମଧ୍ୟରେ ପୁଟିନଙ୍କ ସହଯୋଗୀ ଆଲେକଜାଣ୍ଡାର ଡୁଗିନ ଓ ତାଙ୍କ ଝିଅ ଡାରିଆ ମଧ୍ୟ ଥିଲେ । ଡାରିଆ ଜଣେ ରହସ୍ୟମୟ ବିଷୟବସ୍ତୁର ଲେଖିକା ଭାବେ ଋଷରେ ଜଣାଶୁଣା ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଅନ୍ୟପଟେ ଷଡ଼ଯନ୍ତ୍ର ଭୁଲ୍‌ ହୋଇଗଲା ବୋଲି କଥା ଉଠିଥିବା ବେଳେ ଆଲେକ୍‌ଜେଣ୍ଡର୍‌ଙ୍କ ଝିଅଙ୍କୁ ୟୁକ୍ରେନୀୟ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି ବୋଲି ପୁଟିନ୍‌ଙ୍କ ଗୁପ୍ତଚର ତଥା ପୂର୍ବାଞ୍ଚଳ ୟୁକ୍ରେନ୍‌ ଅନ୍ତଗର୍ତ ବିଚ୍ଛିନ୍ନ ପ୍ରଦେଶ ‘ଦୋନେତ୍‌ସ୍କ ପିପୁଲ୍‌ସ୍‌ ରିପବ୍ଲିକ୍‌’ର ମୁଖ୍ୟ ଡେନିସ୍‌ ପୁଶିଲିନ୍‌ କହିଛନ୍ତି। ‘ଟେଲିଗ୍ରାମ୍‌’ରେ ସେ ଲେଖିଛନ୍ତି: ଆଲେକ୍‌ଜେଣ୍ଡର୍‌ ଦୁଗିନ୍‌ଙ୍କୁ ନିପାତ କରିବାକୁ ଉଦ୍ୟମ କରୁଥିବା ୟୁକ୍ରେନୀୟ ସରକାରଙ୍କ ଆତଙ୍କବାଦୀମାନେ ବୋମା କାର୍‌ରେ ବିସ୍ଫୋରଣ କରି ତାଙ୍କ ଝିଅଙ୍କୁ ହତ୍ୟା କରିଛନ୍ତି। ଦିବଂଗତ ଦାରିୟା ଥିଲେ ଜଣେ ବାସ୍ତବ ରୁଷୀୟ କନ୍ୟା।

୬୦ ବର୍ଷିୟ ଆଲେକଜାଣ୍ଡାର ଡୁଗିନ୍ ଜଣେ ବିଚକ୍ଷଣ ରାଜନେତା ଓ ବିଶେଷଜ୍ଞ । କ୍ରିମିୟା ଓ ୟୁକ୍ରେନ ଉପରେ ଆକ୍ରମଣ ଘଟଣାରେ ତାଙ୍କୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଏ । ୨୦୧୫ରେ ଆମେରିକା ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାପରେ କ୍ରିମିଆ ଓ ୟୁକ୍ରେନ ଆକ୍ରମଣ ପରେ ଏକାଧିକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ତାଙ୍କ ଉପରେ କଟକଣା ଲଗାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର