ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରତା

The Sakala Picture
Published On

ନୂଆଦିଲ୍ଲୀ : ୟୁକ୍ରେନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏପରି ସଙ୍କଟ ସମୟରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ୟୁକ୍ରେନ ପୁଲିସର ବର୍ବରତାର ମାମଲା ସାମ୍‌ନାକୁ ଆସିଛି। ରୋମାନିଆ ଏବଂ ପୋଲାଣ୍ଡ ସୀମାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମରାଯାଇଛି। ବିରୋଧ କରିବାରୁ ଲାଠିରେ ପିଟାଯାଇଛି। ୟୁକ୍ରେନରେ ଫସିଥିବା ପଞ୍ଜାବର ଜଣେ ଛାତ୍ର ରୋମାନିଆ ସୀମାରେ ୟୁକ୍ରେନ ପୁଲିସର ବର୍ବରତାର ଭିଡିଓ ଏବଂ ଅଡିଓ ସେୟାର କରିଛନ୍ତି। ଏଥିରେ ପୁଲିସର ଆକ୍ରମଣ ସ୍ପଷ୍ଟ […]

ନୂଆଦିଲ୍ଲୀ : ୟୁକ୍ରେନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏପରି ସଙ୍କଟ ସମୟରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ୟୁକ୍ରେନ ପୁଲିସର ବର୍ବରତାର ମାମଲା ସାମ୍‌ନାକୁ ଆସିଛି। ରୋମାନିଆ ଏବଂ ପୋଲାଣ୍ଡ ସୀମାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମରାଯାଇଛି। ବିରୋଧ କରିବାରୁ ଲାଠିରେ ପିଟାଯାଇଛି। ୟୁକ୍ରେନରେ ଫସିଥିବା ପଞ୍ଜାବର ଜଣେ ଛାତ୍ର ରୋମାନିଆ ସୀମାରେ ୟୁକ୍ରେନ ପୁଲିସର ବର୍ବରତାର ଭିଡିଓ ଏବଂ ଅଡିଓ ସେୟାର କରିଛନ୍ତି। ଏଥିରେ ପୁଲିସର ଆକ୍ରମଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ବ୍ୟାଗ ନେଇ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେମାନେ ଗୋଇଠାବିଧା ମାରୁଥିବା ଦେଖାଯାଉଛି। ପଞ୍ଜାବ କପୁରଥାଲାର ବାସିନ୍ଦା ଛାତ୍ରଜଣକ ସୁମି ଷ୍ଟେଟ ୟୁନିଭର୍ସିଟିରେ ପଢୁଥିଲେ। ୟୁକ୍ରେନ-ପୋଲାଣ୍ଡ ସୀମା ନିକଟରେ ଥିବା ସେହଆନି ସହରରେ ୟୁକ୍ରେନ ପୁଲିସ ଏବଂ ସେନା ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ସେମାନେ ଫାଙ୍କା ଗୁଳିଚାଳନା ମଧ୍ୟ କରିଛନ୍ତି। ପୁଲିସ ଛାତ୍ରଙ୍କ ବ୍ୟାଗ ତଲାସୀ ନେବା ସହିତ ଲୁହାଛଡ ଏବଂ ବନ୍ଧୁକରେ ସେମାନଙ୍କୁ ବାଡେଇ ଥିଲେ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର