ଋଣ ବୋଝରେ ଶଢୁଛି ଦେଶ : ବିଦେଶୀ କରଜ ୬୨୪ ବିଲିୟନ୍‌ ଡଲାର ଟପିଲା

The Sakala Picture
Published On

ନୂଆଦିଲ୍ଲୀ : ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। କାରଣ ଦେଶ ଏବେ ବିକାଶ ପଥରେ ଆଗେଇ ଚାଲିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କୁ ଦେଖାଯାଉଥିବା ଏଭଳି କିଛି ବିକାଶ ସ୍ବପ୍ନର ଅସଲ ଚିତ୍ର କିଛି ଅଲଗା। ପ୍ରକୃତରେ ଋଣ ବୋଝରେ ଶଢ଼ୁଛି ଦେଶ। ଭାରତର ବିଦେଶୀ କରଜ ବା ବୈଦେଶିକ ଋଣ ପରିମାଣ ଇତି ମଧ୍ୟରେ ୬୨୪ ବିଲିୟନ୍‌ ଡଲାର ଟପିଛି। ବୈଦେଶିକ ମୁଦ୍ରା ଭଣ୍ଡାର ଦେଶର ମୋଟ ଋଣର ୯୨ […]

ନୂଆଦିଲ୍ଲୀ : ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। କାରଣ ଦେଶ ଏବେ ବିକାଶ ପଥରେ ଆଗେଇ ଚାଲିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କୁ ଦେଖାଯାଉଥିବା ଏଭଳି କିଛି ବିକାଶ ସ୍ବପ୍ନର ଅସଲ ଚିତ୍ର କିଛି ଅଲଗା। ପ୍ରକୃତରେ ଋଣ ବୋଝରେ ଶଢ଼ୁଛି ଦେଶ। ଭାରତର ବିଦେଶୀ କରଜ ବା ବୈଦେଶିକ ଋଣ ପରିମାଣ ଇତି ମଧ୍ୟରେ ୬୨୪ ବିଲିୟନ୍‌ ଡଲାର ଟପିଛି। ବୈଦେଶିକ ମୁଦ୍ରା ଭଣ୍ଡାର ଦେଶର ମୋଟ ଋଣର ୯୨ ପ୍ରତିଶତ। ଏହାଛଡା ଭାରତର ମୋଟ ଜାତୀୟ ଆୟ ତୁଳନାରେ ବିଦେଶୀ ଋଣ ପରିମାଣ ବହୁ ଅଧିକ ରହିଥିବା ଜଣାଯାଇଛି। ଏକ ହିସାବ ଅନୁସାରେ ଦେଶରେ ଲୋକଙ୍କ ମୁଣ୍ଡ ପିଛା ଋଣ ପରିମାଣ ବିଗତ ୯ ବର୍ଷରେ ଦୁଇ ଗୁଣ ବୃଦ୍ଧି ପାଇଛି। ଅପରପକ୍ଷେ ଦେଶର ଋଣ ବୋଝ ବଢ଼ିଚାଲିଥିବାବେଳେ ଏହା ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମତାମତ କିଛି ଭିନ୍ନ ରହିଛି। ଅର୍ଥମନ୍ତ୍ରୀଙ୍କ କହିବାନୁଯାୟୀ,ଦେଶର ବାହ୍ୟ ଋଣ ବର୍ତ୍ତମାନ ଆରାମଦାୟକ ସ୍ଥିତିରେ ରହିଛି।

ଆହୁରି ପଢ଼ନ୍ତୁ: ଲିବିୟାର ପୂର୍ବତନ ଶାସକ ମୁଆମ୍ମର ଗଦାଫିଙ୍କ ପୁଅ ସୈଫ ଅଲ-ଇସଲାମଙ୍କୁ ଗୁଳି କରି ହତ୍ୟା

ଯଦିଓ ଅର୍ଥମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଗତ ଆର୍ଥିକବର୍ଷରେ ଆମର ବାହ୍ୟ ଋଣରେ ବୃଦ୍ଧି ଘଟିଛି। ଏଥିରେ ଅର୍ଥନୀତିକୁ ନେଇ କୌଣସି ଚିନ୍ତା କରିବାରନାହିଁ। ବାସ୍ତବରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବୈଦେଶିକ ଋଣ ପରିମାଣ ୬୨୪.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରଠାରୁ ଅଧିକ। ଏଥିସହିତ ଯଦି ଅର୍ଥନୀତି ଅନୁପାତରେ ଏହାକୁ ଦେଖାଯାଏ ତେବେ ବୈଦେଶିକ ଋଣ ୫.୩ ପ୍ରତିଶତରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକବର୍ଷ ତୁଳନାରେ, ୨୦୨୨-୨୩ରେ ଭାରତର ବୈଦେଶିକ ଋଣ ୦.୯ ପ୍ରତିଶତ ବୃଦ୍ଧି ପାଇଛି, ଯାହା ପ୍ରାୟ ୫.୬ ବିଲିୟନ ଡ଼ଲାର। ଯଦି ଆମେ ଚଳିତବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି ଅନୁପାତକୁ ଦେଖିବା, ତେବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ମୋଟ ଋଣର ୯୨.୬ ପ୍ରତିଶତ ଥିଲା।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ୪ ଘଣ୍ଟା ପହଁରି ପରିବାରକୁ ବଞ୍ଚାଇଲେ ୧୩ ବର୍ଷର ବାଳକ

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବୈଦେଶିକ ଋଣରେ ଏହି ବୃଦ୍ଧି ଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ। ଉଚ୍ଚ ବୈଦେଶିକ ଋଣ ବିଶେଷ କରି ଏକ ବିକାଶଶୀଳ ରାଷ୍ଟ୍ର ପାଇଁ ବେଶ ବିପଦପୂର୍ଣ୍ଣ। ଏହାଦେଶକୁ ଖିଲାପକାରୀ ବା ଡିଫଲ୍ଟ ହେବାର ଆଶଙ୍କା ବଢ଼ାଇଦେବ। ଏହାର ପ୍ରଭାବ ସ୍ବରୂପ ଦେଶର କ୍ରେଡିଟ୍‌ ରେଟିଂ କମିବ। ଫଳସ୍ବରୂପ ନିବେଶ ଆଗମନ ରେ ହ୍ରାସ ସହ ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହେବ। ସମ୍ପ୍ରତି ଦେଶରେ ଦୀର୍ଘ ମାସ ହେବ ଖୁଚୁରା ମୁଦ୍ରାସ୍ଫୀତି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚ ଦରଦାମ୍‌ ଯୋଗୁ ଖାଉଟି ବେହାଲ। ଏଥିପାଇଁ ବଜାରରେ ଚାହିଦା କମୁଛି। ଏଭଳି ପରିସ୍ଥିତିରେ ଯଦି ଦେଶର ବାହ୍ୟ ଋଣ ବଢ଼ିଚାଲେ ତେବେ କ୍ରେଟିଂ ରେଟିଂ ଖରାପ ହେବ। ଏହା ସିଧାସଳଖ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ଶକ୍ତ ଆଘାତ ହେବ।

ଆହୁରି ପଢ଼ନ୍ତୁ: ଲୋକସଭାରୁ ୮ ବିରୋଧୀ ସାଂସଦ ନିଲମ୍ବିତ: ଚୀନ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp