ମନୋରଞ୍ଜନ
ଓଡ଼ିଶା
ପୁଣି ବଢୁଛି କରୋନା; କାନପୁର ଜେଲର ୧୦ କଏଦୀ କରୋନା ପଜିଟିଭ୍
କାନପୁର: କରୋନା ବୃଦ୍ଧି ପୁଣି ଥରେ ମୁଣ୍ଡବ୍ଯଥାର କାରଣ ପାଲଟିଛି। ପ୍ରତିଦିନ ପୁଣି ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟୁଛି। ବୁଧବାର କାନପୁର ଜେଲରେ ୧୦ ଜଣ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପରେ ଡିଜି ଜେଲ ପ୍ରତ୍ୟେକ କଏଦୀଙ୍କ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ଉକ୍ତ ଜେଲରୁ ୭ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। କାନପୁରରେ ଏବେ ୮୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା […]
କାନପୁର: କରୋନା ବୃଦ୍ଧି ପୁଣି ଥରେ ମୁଣ୍ଡବ୍ଯଥାର କାରଣ ପାଲଟିଛି। ପ୍ରତିଦିନ ପୁଣି ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟୁଛି। ବୁଧବାର କାନପୁର ଜେଲରେ ୧୦ ଜଣ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପରେ ଡିଜି ଜେଲ ପ୍ରତ୍ୟେକ କଏଦୀଙ୍କ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ
ସୂଚନା ଅନୁଯାୟୀ, ମଙ୍ଗଳବାର ଉକ୍ତ ଜେଲରୁ ୭ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା।
ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର
କାନପୁରରେ ଏବେ ୮୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩୩୧୨୩ରେ ପହଞ୍ଚିଛି। ସେଥିମଧ୍ୟରୁ ୩୨୧୯୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।






