ଆମେରିକାରେ ଗର୍ଭପାତ ଆଇନକୁ ନେଇ ହଙ୍ଗାମା, ଗର୍ଭନିରୋଧକ ଔଷଧ ଉପରେ କଟକଣା
ୱାଶିଂଟନ: ଆମେରିକା ଟେକ୍ସାସ ରାଜ୍ୟର ଜଣେ ବିଚାରପତି ଗର୍ଭନିରୋଧକ ଔଷଧ ‘ମାଇଫପ୍ରିଷ୍ଟୋନ’ ଉପରେ କଟକଣା ଲଗାଇ ଦେଇଛନ୍ତି। ଏହା ପରେ ପୁଣିଥରେ ବିକଶିତ ରାଷ୍ଟ୍ର ଆମେରିକାରେ ଗର୍ଭପାତ ଆଇନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହି ନିଷ୍ପତ୍ତି ଶୁଣାଇଥିବା ବିଚାରପତି ମାଥ୍ୟୁ କାସମାରିକଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଯୁକ୍ତ କରିଥିଲେ। ବିଚାରପତି ଗର୍ଭନିରୋଧକ ଔଷଧ ବିରୋଧରେ ୬୭ ପୃଷ୍ଠାର ରାୟ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ଗର୍ଭପାତ ଉପରେ କଟକଣା ଲାଗି ନ ଥିବା ରାଜ୍ୟର […]
ୱାଶିଂଟନ: ଆମେରିକା ଟେକ୍ସାସ ରାଜ୍ୟର ଜଣେ ବିଚାରପତି ଗର୍ଭନିରୋଧକ ଔଷଧ ‘ମାଇଫପ୍ରିଷ୍ଟୋନ’ ଉପରେ କଟକଣା ଲଗାଇ ଦେଇଛନ୍ତି। ଏହା ପରେ ପୁଣିଥରେ ବିକଶିତ ରାଷ୍ଟ୍ର ଆମେରିକାରେ ଗର୍ଭପାତ ଆଇନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହି ନିଷ୍ପତ୍ତି ଶୁଣାଇଥିବା ବିଚାରପତି ମାଥ୍ୟୁ କାସମାରିକଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଯୁକ୍ତ କରିଥିଲେ। ବିଚାରପତି ଗର୍ଭନିରୋଧକ ଔଷଧ ବିରୋଧରେ ୬୭ ପୃଷ୍ଠାର ରାୟ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ଗର୍ଭପାତ ଉପରେ କଟକଣା ଲାଗି ନ ଥିବା ରାଜ୍ୟର ମହିଳା ସମସ୍ୟାର ସମ୍ମୁଖୀନ ହେବେ। ଏହି ନିଷ୍ପତ୍ତି ବିରୋଧରେ ଉପର କୋର୍ଟର ଦ୍ବାରସ୍ଥ ହେବା ପାଇଁ ବିଚାରପତି ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ପ୍ରଶାସନ (ଏଫ୍ଡିଏ)କୁ ୭ ଦିନ ସମୟ ଦେଇଛନ୍ତି। ତେବେ ଟ୍ରମ୍ପ ନିଯୁକ୍ତ କରିଥିବା ଟେକ୍ସାସର ଫେଡେରାଲ ବିଚାରପତି ଗର୍ଭପାତ ବିରୋଧରେ ନିଷ୍ପତ୍ତି ଶୁଣାଇଥିବାବେଳେ ୱାଶିଂଟନରେ ଓବାମାଙ୍କ ଦ୍ବାରା ନିଯୁକ୍ତ ବିଚାରପତି ଘଣ୍ଟାଏ ପରେ ଏହି ରାୟକୁ ବଦଳାଇ ଦେଇଥିଲେ।
ସେ କହିଥିଲେ ଯେ ଆମେରିକାର ୧୭ ରାଜ୍ୟରେ ପୂର୍ବଭଳି ମାଇଫପ୍ରିଷ୍ଟୋନ ଔଷଧ ବ୍ୟବହାର ଜାରି ରହିବ। ସୂଚନାଯୋଗ୍ୟ ଯେ ଗତ ୨୦ ବର୍ଷ ହେଲା ଗର୍ଭପାତ ପାଇଁ ଆମେରିକାରେ ଏହି ଔଷଧ ବ୍ୟବହାର କରାଯାଉଛି। ଉଭୟ ବିଚାରପତିଙ୍କ ନିଷ୍ପତ୍ତି ପରସ୍ପର ବିରୋଧୀ ହୋଇଥିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ଗର୍ଭପାତ ବିରୋଧୀ ଗୋଷ୍ଠୀ ଟେକ୍ସାସ କୋର୍ଟରେ ଆବେଦନ ଦାଏର କରି ଗର୍ଭପାତ ଔଷଧକୁ ବିପଜ୍ଜନକ କହିଥିଲା। ଏହା ପରେ ବିନା ଯାଞ୍ଚରେ ଏଫ୍ଡିଏ ଔଷଧକୁ ମଞ୍ଜୁରି ଦେଇଥିଲା ବୋଲି ବିଚାରପତି କାସମାରିକ କହିଥିଲେ। ଔଷଧ ଯୋଗୁଁ ମହିଳାଙ୍କ ମାନସିକ ସ୍ଥିତି ଉପରେ ପଡୁଥିବା ପ୍ରଭାବର ମଧ୍ୟ ଠିକ୍ରେ ଅଧ୍ୟୟନ କରାଯାଇ ନ ଥିଲା। ୨୦୨୦ରେ ଏହି ଔଷଧକୁ ମଞ୍ଜୁରି ଦେବା ପାଇଁ ଏଫଡିଏ ୪ ବର୍ଷ ସମୟ ନେଇଥିଲା।