ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍ ପଡ଼ିଲା ୫୪ ଭୋଟ୍
ନୂଆଦିଲ୍ଲୀ: ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଏବଂ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ସଂକ୍ରାନ୍ତ ବହୁପ୍ରତୀକ୍ଷିତ ଏବଂ ବିତର୍କିତ ୧୩୧ ସମ୍ବିଧାନ ସଂଶୋଧନ ବିଲ୍ ଆଜି ଲୋକସଭାରେ କାଟ୍ ଖାଇଯାଇଛି । ସରକାର ପାଖରେ ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ବେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ବିରୋଧୀ ଦଳ ଏହାର ଜୋରଧାର ବିରୋଧ କରିଥିଲେ । ବିରୋଧୀ ଦଳମାନଙ୍କୁ ମନାଇବା ଲାଗି ସରକାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ବିଲ୍ କାଟ୍ ଖାଇଯିବା ଯୋଗୁଁ କେନ୍ଦ୍ର ସରକାର ସଂସଦରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଅମଳରେ କୌଣସି ବିଲ୍ ଗୃହରେ କାଟ ଖାଇବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।
ଏହି ବିଲ୍ ଉପରେ ଆଲୋଚନା ଏବଂ ଅନୁମୋଦନ ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ । ଆଜି ଆେଲାଚନା ଶେଷ ହେବାପରେ ସନ୍ଧ୍ୟାରେ ବିଲ୍ ଉପରେ ମତଦାନ କରାଯାଇଥିଲା । ପ୍ରଥମେ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ଉପରେ ମତଦାନ ହୋଇଥିଲା । ମତଦାନ ବେଳେ ଲୋକସଭାରେ ୫୨୮ ସଭ୍ୟ ଉପସ୍ଥିତ ଥିବା ବେଳେ ଏହା ସପକ୍ଷରେ ୨୯୮ ଜଣ ଭୋଟ୍ ଦେଇଥିଲେ । ୨୩୦ ଜଣ ସାଂସଦ ଏହାର ବିରୋଧ କରିଥିଲେ । ଏହି ସମ୍ବିଧାନ ସଂଶୋଧନ ବିଲ୍ ଅନୁମୋଦନ ପାଇଁ ଉପସ୍ଥିତ ସାଂସଦମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଭ୍ୟଙ୍କ (୩୫୨) ସମର୍ଥନ ଦରକାର ଥିବା ବେଳେ ଏଥିରୁ ୫୪ ଭୋଟ୍ କମ୍ ପଡ଼ିଥିଲା । ଫଳରେ ବିଲ୍ କାଟ୍ ଖାଇଯାଇଥିଲା । ବିଲ୍ କାଟ୍ ଖାଇଯିବା ପରେ ସରକାର ଆଉ ଅନ୍ୟ ଦୁଇଟି ବିଲ୍ ଉପରେ ମତଦାନ କରିବାରୁ ଓହରିଯାଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ କହିଥିଲେ ଯେ ମହିଳା ବିଲ୍ କାଟ୍ ଖାଇଯିଥିବାରୁ ଅନ୍ୟ ଦୁଇଟି ବିଲ୍ (ସୀମା ପୁନଃନିର୍ଦ୍ଧାରଣ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ)କୁ ମତଦାନ ପାଇଁ ଆଗତ କରାଯିବ ନାହିଁ । କାରଣ ଏହି ଦୁଇଟି ବିଲ୍ ସମ୍ବିଧାନ ସଂଶୋଧନ ବିଲ୍ ସହିତ ଯୋଡ଼ି ହୋଇ ରହିଥିଲା । ଏହାପରେ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ ।
ମହିଳା ସଂରକ୍ଷଣ ସହିତ ସୀମା ପୁନଃନିର୍ଦ୍ଧାରଣ ଯୋଡ଼ି ସରକାର ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ । ସରକାର ଏହି ବିଲ୍ ଜରିଆରେ ପ୍ରସ୍ତାବ ଦେଇଥିଲେ ଯେ ସୀମା ପୁନଃନିର୍ଦ୍ଧାରଣ ଦ୍ବାରା ଲୋକସଭା ସଭ୍ୟସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇବ । ଏଥିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ ଏହା ଆଜି ଅନୁମୋଦିତ ହୋଇଥିଲେ ୨୦୨୯ ସାଧାରଣ ନିର୍ବାଚନରୁ କାର୍ଯ୍ୟକାରୀ ହୋଇଥାଆନ୍ତା କିନ୍ତୁ ବିରୋଧୀ ଦଳ ଏହି ଦୁଇଟି ବିଲକୁ ଯୋଡ଼ାଯାଇଥିବାରୁ ଏହାର ବିରୋଧ କରିଥିଲେ । ସେମାନେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣକୁ ବିରୋଧ କରିଥିଲେ । ୨୦୧୧ ଜନଗଣନାକୁ ଆଧାର କରି ସୀମା ପୁନଃନିର୍ଦ୍ଧାରଣ କରାଯାଇପାରିବ ନାହିଁ ଏବଂ ଏଥିପାଇଁ ୨୦୨୭ ଜନଗଣନା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେମାନେ ଦାବି କରିଥିଲେ ।
ମହିଳାମାନଙ୍କ ସ୍ବାର୍ଥ ପାଇଁ ୩୩ ଭାଗ ସଂରକ୍ଷଣ ଜରୁରୀ ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ କୌଣସି ଦକ୍ଷିଣ ରାଜ୍ୟର ପ୍ରତିନିଧିତ୍ବ କମିବ ନାହିଁ ବୋଲି ସରକାର ବିରୋଧୀଙ୍କୁ ଆଶ୍ବାସନା ଦେଇଥିଲେ । ଏପରିକି ଏଥିପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମତି ଶାହ କହିଥିଲେ । ସେହିଭଳି ନାରୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ଐତିହାସିକ ସୁଯୋଗ ହାତଛଡ଼ା ନକରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସାଂସଦଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ । ତେବେ ବିଲ୍ କାଟ ଖାଇଲା ପରେ ସରକାର ବିରୋଧୀଙ୍କର ତୀବ୍ର ସମାଲୋଚନା କରି ସେମାନଙ୍କୁ ନାରୀ ସଂରକ୍ଷଣ ବିରୋଧୀ ବୋଲି କହିଛନ୍ତି । ବିଲ୍ ପରାଜୟ ଲାଗି ଅମିତ ଶାହ କଂଗ୍ରେସ, ଟିଏମସି, ଡିଏମକେ ଏବଂ ସମାଜବାଦୀ ପାର୍ଟିକୁ ଦାୟୀ କରି କହିଛନ୍ତି ଯେ ମହିଳାଙ୍କ ସମ୍ମାନ ଲାଗି ସରକାର ଉଦ୍ୟମ ଜାରି ରଖିବେ ।
ଅନ୍ୟପକ୍ଷେରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ମହିଳାଙ୍କ ନାମରେ ସମ୍ବିଧାନକୁ ଭାଙ୍ଗିବା ଲାଗି ସରକାର ଅସାମ୍ବିଧାନିକ କାର୍ଯ୍ୟ କରୁଥିଲେ ଏବଂ ବିରୋଧୀ ସେହି ଚକ୍ରାନ୍ତକୁ ବ୍ୟର୍ଥ କରିଦେଇଛନ୍ତି । ଏହି ବିଲ୍ ଜରିଆରେ ସରକାର ଦେଶର ନିର୍ବାଚନ ଚିତ୍ର ବଦଳାଇବାକୁ ଉଦ୍ୟମ କରିଥିଲେ । ମହିଳାମାନଙ୍କ ବିକାଶ ଏହି ବିଲ୍ର ଉଦ୍ଦେଶ୍ୟ ନଥିଲା । ମହିଳାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଯଦି ସରକାରଙ୍କର ଆନ୍ତରିକତା ରହିଛି, ତାହାେହଲେ ମହିଳା ସଂରକ୍ଷଣ ବିଲ୍-୨୦୨୩କୁ କାର୍ଯ୍ୟକାରୀ କରନ୍ତୁ ଏବଂ ସମଗ୍ର ବିରୋଧୀ ଦଳ ଏଥିରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରାହୁଲ କହିଛନ୍ତି ।
ଇତିମଧ୍ୟରେ ବିଜେପି ପକ୍ଷରୁ ଘୋଷଣା କରାଯାଇଛି ଯେ ମହିଳା ସଂରକ୍ଷଣ ବିଲକୁ ପରାଜିତ କରିଥିବା କଂଗ୍ରେସ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରାଯିବ । ବିଲ୍ କାଟ୍ ଖାଇବା ପରେ ଏନଡିଏର ମହିଳା ସାଂସଦ ସଂସଦ ପରିସରରେ ଧାରଣା ଦେଇଥିଲେ ।