ଦିଲ୍ଲୀରେ ସିରିଜ୍‌ ବିସ୍ଫୋରଣ ପାଇଁ ଚାଲିଥିଲା ଷଡ଼ଯନ୍ତ୍ର; ୪ ସ୍ଥାନ ୩୨ଟି କାରରେ ହୋଇଥାନ୍ତା ବିସ୍ଫୋରଣ...

ବାବରୀ ମସ୍‌‌ଜିଦର ପ୍ରତିଶୋଧ ନେବାକୁ ଚାହୁଁଥିଲେ

Deviprasad Mohanty Picture
Published On

 ନୂଆଦିଲ୍ଲୀ: ଗତ ୧୦ ତାରିଖରେ ଦିଲ୍ଲୀ ଲାଲ୍‌‌କିଲ୍ଲା ହୋଇଥିବା କାର ବିସ୍ଫୋରଣର ତନାଘନା ଚଳାଇଛନ୍ତି ତଦନ୍ତକାରୀ ସଂସ୍ଥା। ଦିଲ୍ଲୀ, ହରିଆଣା ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।  ଦିଲ୍ଲୀ ବିସ୍ଫୋରଣ ସହ ସଂପର୍କ ସନ୍ଦେହରେ ଗିରଫ ଓ ଅଟକ ଲୋକଙ୍କୁ ପଚରାଉଚରା କରାଯାଉଛି। ଜେରା ଓ ଯାଞ୍ଚ ବେଳେ ତଦନ୍ତକାରୀ ସଂସ୍ଥା ହାତରେ ଲାଗି ଭୟଙ୍କର ତଥ୍ୟ। ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ସେମାନେ ଦିଲ୍ଲୀ ଓ ଆଖାପାଖ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ କର୍ମକର୍ତ୍ତାର ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରୁଥିଲେ।  ଏହି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ ଥିବା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି। ସୀମା ଏବଂ ବିମାନବନ୍ଦରଗୁଡ଼ିକୁ ସତର୍କ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପୁଲିସ ସୂତ୍ରରୁ ପ୍ରକାଶ,  ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ଆତଙ୍କବାଦୀମାନେ ପ୍ରତିଶୋଧ ନେବାକୁ ଯୋଜନା ରଖିଥିଲେ।  ଏହି ଅବସରରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା ହୋଇଥିଲା।  ଏଥିପାଇଁ ୪ଟି ସ୍ଥାନ ଚୟନ କରାଯାଇଥିଲା। ଏହି ୪ଟି ସ୍ଥାନରେ ୩୨ଟି କାର ବିସ୍ଫୋରଣ ହୋଇଥାଆନ୍ତା। ଏହିସବୁ ସ୍ଥାନର ଦାୟିତ୍ବ ଆଠ ଜଣଙ୍କୁ ଦିଆଯାଇଥିଲା। ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବା ଲାଗି ସେମାନେ ଜୋରସୋରରେ ପ୍ରସ୍ତୁତ ଚଳାଇଥିଲେ। ସେମାନେ ୩୨ଟି ଗାଡ଼ି ପ୍ରସ୍ତୁତ କରିଥିଲେ  ବୋଲି ପୁଲିସ ସୂତ୍ରର ଜଣାପଡ଼ିଛି। ଏହି କାର୍‌‌ଗୁଡିକ ମଧ୍ୟରେ ବ୍ରେଜା, ସ୍ୱିଫ୍‌‌ଟ ଡିଜାୟାର, ଇକୋସ୍ପୋର୍ଟ୍ସ ଓ ଆଇ-୨୦ ଭଳି କାର ସାମିଲ ଥିଲା। ସେଥିମଧ୍ୟରେୁ ଗୋଟିଏ ଆଇ୨୦ କାର ଲାଲକିଲ୍ଲାରେ ବିସ୍ଫୋରଣ ହୋଇଥିବା ବେଳେ ଆଉ ୪ଟି କାର୍‌‌କୁ ତଦନ୍ତକାରୀ ସଂସ୍ଥା ଜବତ କରିଛି। ତେବେ  ଆଉ ୨୭ଟି କାର କେଉଁଠି ରହିଛି, ତାହାର ଖୋଜା ଚାଲିଛି। 

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ପୁଲିସ ସୂତ୍ରରୁ ପ୍ରକାଶ ଯେ ଏହି ଗାଡ଼ିଗୁଡିକରେ ବିସ୍ଫୋରକ ଲଗାଇ ବଡ଼ ଧରଣର ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରାଯାଉଥିଲା। ଏଥିପାଇଁ ସେମାନେ ୩୨ଟି ପୁରୁଣା ଗାଡ଼ି ବ୍ୟବହାର କରିବାକୁ ଯୋଜନା କରୁଥିଲେ। ପୁରୁଣା ଗାଡ଼ିଗୁଡ଼ିକ ଏକାଧିକ ବାର ବିକ୍ରି ହୋଇଥିବାରୁ ପ୍ରକୃତ ମାଲିକଙ୍କୁ ଧରିବା ତଦନ୍ତକାରୀ ସଂସ୍ଥା ପାଇଁ ସହଜ ହେବନାହିଁ ବୋଲି ସେମାନେ ଭାବିଥିଲେ। ପୁଣି ଏହି ପୁରୁଣା ଗାଡ଼ିର ରଙ୍ଗ ଓ ଚେହେରା ବଦଳାଇବାକୁ ମଧ୍ୟ ଉଦ୍ୟମ ଚାଲିଥିଲା। ଗୋଟିଏ ସମୟରେ ବିସ୍ଫୋରଣ ଘଟାଇବା ପାଇଁ ଅଭିଯୁକ୍ତମାନେ ବିସ୍ଫାରକ ନେଇ ଯିବାକୁ ଯୋଜନା କରିଥିଲେ ।  ଏହି ୮ ସନ୍ଦିଗ୍ଧଙ୍କ ମଧ୍ୟରେ ଅଛନ୍ତି ଡା. ମୁଜାମ୍ମିଲ, ଡା. ଆଦିଲ, ଡା. ଉମର ଓ ଡା. ଶାହିନ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଦିଲ୍ଲୀ ବିସ୍ଫୋରଣର ଯୋଜନା ଗତ ଜାନୁଆରୀରୁ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଲଇ ଫୋନ୍‌‌ରୁ ମିଳିଥିବା ବିଭିନ୍ନ ତଥ୍ୟ ଜଣାପଡ଼ିଛି। ଗତ ଜାନୁଆରୀରେ ଏମାନେ ଲାଲ୍‌‌କିଲ୍ଳାର ରେକି କରିଥିଲେ। ଡା. ମୁଜାମ୍ମିଲ ଗନି ଓ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡା. ଉମର ନବୀ ଏକାଧିକବାର ଲାଲ୍‌‌ କିଲ୍ଳାରେ ରେକି କରିଥିଲେ ଓ ଦୁଇଜଣ ସେଠାରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଓ ଭିଡ଼କୁ ବୁଝିବାକୁ ପ୍ରୟାସ କରିଥିଲେ ବୋଲି ପୁଲିସ କହିଛି। ଜାନୁଆରୀ ୨୬ରେ ଲାଲକିଲ୍ଳା ଉପରେ ଆକ୍ରମଣ କରିବାକୁ ଏମାନେ ଲକ୍ଷ୍ୟ ରଖିଥିଲେ ମଧ୍ୟ ବିଫଳ ହୋଇଥିଲେ ବୋଲି କୁହାଯାଇଛି।

ଏହିସବୁ ହିଂସା ପାଇଁ ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କୀ ନିର୍ଦ୍ଦେଶ ଦେଉଥିଲା।  ଦିଲ୍ଲୀ ବି॥ସ୍ଫୋରଣରେ ମୃତ ଡ. ଉମର ନବୀ ତୁର୍କୀ ରାଜଧାନୀ ଆଙ୍କାରାରେ ରୟସ୍ୟଜନକ ଭାବେ ଜଣେ ପାକ୍‌‌ ହ୍ୟାଣ୍ଡଲରଙ୍କୁ ଭେଟିଥିଲେ। ତାର ନାମ ‘ଉକାସା’ ଥିଲା। ଏହା ତା’ର କୋଡ୍‌‌ ନାମ ହୋଇପାରେ ବୋଲି କୁହାଯାଉଛି। ଉମର ଓ ଫରିଦାବାଦ୍‌‌ ଟେରର ମଡ୍ୟୁଲ୍‌‌ରେ ଗିରଫ୍‌‌ ହୋଇଥିବା ଅନ୍ୟ ସଂଦିଗ୍ଧ ସେସନ ଆପ୍‌‌ (ଏକ ଏନ୍‌‌କ୍ରିଫ୍‌‌ଟେଡ ମେସେଜିଂ ପ୍ଲାଟଫର୍ମ) ଜରିଆରେ ଏହି ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିଲେ। ଏହି ହ୍ୟାଣ୍ଡଲର ଓ ସଂଦୀଗ୍ଧଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ନେଇ ଯାଞ୍ଚ୍‌‌ ଏଜେନ୍ସିଗୁଡିକ ତଦନ୍ତ କରୁଛନ୍ତି। ୨୦୨୨ ମାର୍ଚ୍ଚରେ ଉମର ଓ ଆଉ କେତେକ ସଂଦିଗ୍ଧ ତୁର୍କୀ ଯାଇଥିଲେ। ଏହା ଦ୍ୱାରା ତା’ର ବ୍ରେନ୍‌‌ ୱାସ୍ ହୋଇଥିଲା ବୋଲି କୁହାଯାଉଛି।

ଆତଙ୍କର ଜାଲ ବିଛାଉଥିଲା ଅହମ୍ମଦ ମହିଉଦ୍ଦିନ ସୟଦ

ଗୁଜରାଟ ଏଟିଏସ୍‌‌ ଡା ଅହମ୍ମଦ ମହିଉଦ୍ଦିନ ସୟଦଙ୍କୁ ଗିରଫ୍‌‌ କରିବା ପରେ ପୁଣିଥରେ ହାଇଦରାବାଦ ଆତଙ୍କବାଦ କାରଣରୁ ନଜରକୁ ଆସିଛି। ସେ ଦେଶ ବିରୋଧୀ ଗତିବିଧି ପାଇଁ ଷଡ଼ଯନ୍ତ୍ର ରଚୁଥିଲା। ସେ ସୋସିଆଲ ମିଡିଆରେ କଠୋରପନ୍ଥୀର ପରିଚୟ ହାସଲ କରିଥିଲା ଓ ଆତଙ୍କବାଦ ସହିତ ଜଡିତ ସାମଗ୍ରୀ ପୋଷ୍ଟ କରୁଥିଲା। ୨୦୦୭ରେ ଚୀନ୍‌‌ ଯାଇ ସେ ଏମ୍‌‌ବିବିଏସ୍‌‌ କରିଥିଲା। ୨୦୧୩ରେ ହାଇଦରାବାଦର ବିଭିନ୍ନ ହସ୍ପିଟାଲରେ ସେ ପ୍ରାକ୍ଟିସ କରୁଥିଲା। ଏହାପରେ କୋଭିଡ ପରେ ସେ ଛୋଟ ବିବ୍ୟସାୟ କରିଥିଲା। ଅନଲାଇନ ପ୍ଲାଟଫର୍ମରେ ସେ ଅବୁ ଖାଦିଜା ନାମକ ଏକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲା। ସେ ରିସିନ ଭଳି ବିଷାକ୍ତ ପଦାର୍ଥ ନେଇ ରାସାୟନିକର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା। ଗୁଜରାଟ ଏଟିସ ମହିଉଦ୍ଦିନ ସହ ଉତ୍ତରପ୍ରଦେଶର ଆଜାଦ ସୁଲେମାନ ଶେଖ ଓ ମହମ୍ମଦ ସୁହେଲ ସଲିମ ଖାନଙ୍କୁ ଗିରଫ କରିବା ପରେ ତଦନ୍ତ ନୂଆ ମୋଡ ନେଇଥିଲା। ବିଦେଶୀ ହ୍ୟାଣ୍ଡଲର ଅବୁ ଖାଦିଜାର ନିର୍ଦ୍ଦେଶ କ୍ରମେ ଏମାନେ କାର୍ଯ୍ୟ କରୁଥିଲେ। ଏବେ ତେଲଙ୍ଗାନା କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ଫ ଓ ଗୁଜରାଟ ଏଟିଏସ୍‌‌ ମିଳିତ ଭାବେ ଯାଞ୍ଚ କରୁଛନ୍ତି ଓ ଏହାପରେ ଆତଙ୍କବାଦ ନେଟ୍‌‌ୱର୍କରେ ଏମାନଙ୍କ ଭୂମିକା ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

14 Nov 2025 By Deviprasad Mohanty

https://www.thesakala.in/national-international/conspiracy-was-underway-for-a-series-of-blasts-in-delhi-planned-for-32-cars-at-4-locations/article-43117
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର