ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ଓ୍ବାଏନାଡରୁ ଲଢିବେ ରାହୁଲ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ୮ ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । ଏଥିରେ ରାହୁଲ ଗାନ୍ଧୀଙ୍କ […]

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ୮ ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । ଏଥିରେ ରାହୁଲ ଗାନ୍ଧୀଙ୍କ ନାଁ ରହିଛି । କେରଳର ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

ଦଳରେ ଘୋଷଣା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳ ୱାୟନାଡରୁ ପ୍ରାର୍ଥୀ ହେବେ। ୨୦୧୯ରେ ସେ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

ପ୍ରଥମ ପର୍ଯ୍ୟାୟରେ କେରଳରୁ ସର୍ବାଧିକ ୧୫ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରୁ ୮, ଛତିଶଗଡ଼ରୁ ୬, ତେଲେଙ୍ଗାନାରୁ ୫, ମେଘାଳୟ ୨, ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ତାଲିକାରେ କଂଗ୍ରେସର ବହୁ ହେବିଓ୍ବେଟ ନେତାଙ୍କ ନାଁ ରହିଛି । ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା ହୋଇଥିବା ବେଳେ ଶଶୀ ଥରୁରଙ୍କୁ ଥିରୁବନନ୍ତପୁରମର ପ୍ରାର୍ଥୀ କରାଯାଇଛି । ସେହିପରି ରାଜନନ୍ଦଗାଁରୁ ଭୂପେଶ ବଘେଲ, ବେଙ୍ଗାଲୁରୁ ରୁରାଲରୁ ଡି.କେ. ସୁରେଶ, ମହାସମୁଦରୁ ତାମ୍ରଧ୍ବଜ ସାହୁ,  ହାସନରୁ ଶ୍ରେୟାସ ପଟାଲ, ପଟାନମିଥରୁ ଆଣ୍ଟୋ ଆଣ୍ଟୋନୀ, ସିକ୍କିମରୁ ଗୋପାଳ ଛେତ୍ରୀ ଏବଂ କୋଝିକୋଡରୁ ଏମ.କେ. ରାଘବନଙ୍କ ନାଁ ଘୋଷଣା କରାଯାଇଛି ।

08 Mar 2024 By The Sakala

ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ, ଓ୍ବାଏନାଡରୁ ଲଢିବେ ରାହୁଲ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ୮ ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । ଏଥିରେ ରାହୁଲ ଗାନ୍ଧୀଙ୍କ ନାଁ ରହିଛି । କେରଳର ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।

ଦଳରେ ଘୋଷଣା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳ ୱାୟନାଡରୁ ପ୍ରାର୍ଥୀ ହେବେ। ୨୦୧୯ରେ ସେ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା।

ପ୍ରଥମ ପର୍ଯ୍ୟାୟରେ କେରଳରୁ ସର୍ବାଧିକ ୧୫ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରୁ ୮, ଛତିଶଗଡ଼ରୁ ୬, ତେଲେଙ୍ଗାନାରୁ ୫, ମେଘାଳୟ ୨, ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ତାଲିକାରେ କଂଗ୍ରେସର ବହୁ ହେବିଓ୍ବେଟ ନେତାଙ୍କ ନାଁ ରହିଛି । ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା ହୋଇଥିବା ବେଳେ ଶଶୀ ଥରୁରଙ୍କୁ ଥିରୁବନନ୍ତପୁରମର ପ୍ରାର୍ଥୀ କରାଯାଇଛି । ସେହିପରି ରାଜନନ୍ଦଗାଁରୁ ଭୂପେଶ ବଘେଲ, ବେଙ୍ଗାଲୁରୁ ରୁରାଲରୁ ଡି.କେ. ସୁରେଶ, ମହାସମୁଦରୁ ତାମ୍ରଧ୍ବଜ ସାହୁ,  ହାସନରୁ ଶ୍ରେୟାସ ପଟାଲ, ପଟାନମିଥରୁ ଆଣ୍ଟୋ ଆଣ୍ଟୋନୀ, ସିକ୍କିମରୁ ଗୋପାଳ ଛେତ୍ରୀ ଏବଂ କୋଝିକୋଡରୁ ଏମ.କେ. ରାଘବନଙ୍କ ନାଁ ଘୋଷଣା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର