ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ, କର୍ଣ୍ଣେଲ, ମେଜର ଏବଂ ଡିଏସ୍‌ପି ସହିଦ

The Sakala Picture
Published On

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାଜୌରୀ ଏବଂ ଅନନ୍ତନାଗ ଜିଲ୍ଲାରେ ଆତ୍ମଗୋପନ କରିଥିବା କିଛି ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। କିନ୍ତୁ ବୁଧବାର ଅନନ୍ତନାଗ ଜିଲ୍ଲାରେ ସର୍ଚ୍ଚ ଅପରେସନ ଚାଲିଥିଲା ବେଳେ ଆତଙ୍କବାଦୀମାନେ ସେନା କର୍ମଚାରୀଙ୍କ ଉପରକୁ ଗୁଳି କରିବାରୁ ଦୁଇ ସେନାଧିକାରୀଙ୍କ ସମେତ ୩ ଜଣ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ରାଜସ୍ଥାନ ରାଇଫଲସ୍‌ର କର୍ଣ୍ଣେଲ ମନପ୍ରୀତ୍‌ ସିଂ ଏବଂ ଭାରତୀୟ ସେନାର ମେଜର ଆଶିଷ ରହିଛନ୍ତି। ଏହାବ୍ୟତୀତ ଏହି ଘଟଣାରେ […]

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାଜୌରୀ ଏବଂ ଅନନ୍ତନାଗ ଜିଲ୍ଲାରେ ଆତ୍ମଗୋପନ କରିଥିବା କିଛି ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। କିନ୍ତୁ ବୁଧବାର ଅନନ୍ତନାଗ ଜିଲ୍ଲାରେ ସର୍ଚ୍ଚ ଅପରେସନ ଚାଲିଥିଲା ବେଳେ ଆତଙ୍କବାଦୀମାନେ ସେନା କର୍ମଚାରୀଙ୍କ ଉପରକୁ ଗୁଳି କରିବାରୁ ଦୁଇ ସେନାଧିକାରୀଙ୍କ ସମେତ ୩ ଜଣ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ରାଜସ୍ଥାନ ରାଇଫଲସ୍‌ର କର୍ଣ୍ଣେଲ ମନପ୍ରୀତ୍‌ ସିଂ ଏବଂ ଭାରତୀୟ ସେନାର ମେଜର ଆଶିଷ ରହିଛନ୍ତି। ଏହାବ୍ୟତୀତ ଏହି ଘଟଣାରେ ଜମ୍ମୁ-କାଶ୍ମୀର ପୁଲିସର ଡିଏସପି ହୁମାୟୁନ୍‌ ଭଟ୍ଟ ମଧ୍ୟ ସହିଦ ହୋଇଛନ୍ତି। ଏହି ଘଟଣାରେ ଆଉ ଜଣେ ଯବାନ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଲକ୍ଷ୍ନୌ ହତ୍ୟାକାଣ୍ଡ: ଜେଲ୍ ଯିବା ପୂର୍ବରୁ ଭଉଣୀକୁ କୁଣ୍ଢାଇ କାନ୍ଦିଲା ଅକ୍ଷତ, ପୋଲିସ ଆଗରେ ଖୋଲିଲା ଭୟାନକ ରହସ୍ୟ

ସେହିପରି ରାଜୌରୀରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଏକ ସେନା କୁକର କେଣ୍ଟ୍‌ ମଧ୍ୟ ସହିଦ ହୋଇଛି। ସେନା କୁକୁରଟି ନିଜର ହ୍ୟାଣ୍ଡଲରଙ୍କ ଜୀବନ ବଞ୍ଚାଇବାକୁ ଯାଇ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି। ଉଭୟ ଘଟଣାରେ ଗୁରୁତର ଆହତ ହୋଇଥିବା ଏହି ସେନା କର୍ମଚାରୀଙ୍କୁ ଶ୍ରୀନଗର ନିଆଯାଇଥିଲା। ହେଲେ ସେଠାରେ ଉପରୋକ୍ତ ସେନା ଅଧିକାରୀମାନଙ୍କ ମୃତ୍ୟୁ ହୋଇଛ। ଅନ୍ୟ କିଛି ଆହତ ଯବାନଙ୍କ ଚିକିତ୍ସା ଚାଲିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବଟୁକଙ୍କ ମେଡିକାଲ ରିପୋର୍ଟରେ ବଡ଼ ଖୁଲାସା: ଯୌନ ଶୋଷଣ ହୋଇଥିବା ନେଇ ପୁଷ୍ଟି, ବଢିଲା ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦଙ୍କ ଅଡୁଆ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp