ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ପିକ୍-ଅପ୍ ଭ୍ୟାନ୍ ଧକ୍କା ହେବା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । […]

ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ପିକ୍-ଅପ୍ ଭ୍ୟାନ୍ ଧକ୍କା ହେବା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବିଳାସପୁର ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ବିନୋଦ କୁମାରଙ୍କ କହିବାନୁସାରେ, ଜୟପୁରରୁ ଆସୁଥିବା ଏକ ତେଲ ଟାଙ୍କି ଡିଭାଇଡର ସହିତ ଧକ୍କା ହେବା ପରେ ଏକ କାରକୁ ଧକ୍କା ଦେଇଥିଲା । ଯାତ୍ରୀମାନେ ଜୟପୁର ଯାଉଥିବା ପୋଲିସ କହିଛି । କାର ଭିତରେ ଥିବା ସିଏନଜି ସିଲିଣ୍ଡର ଯୋଗୁଁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ତୁରନ୍ତ ଲାଗିଯାଇଥିଲା । ନିଆଁ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଭ୍ୟାନ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର