ଗରିବଙ୍କ ପାଇଁ ଅଧରାତି ପର୍ଯ୍ୟନ୍ତ ଚାଲିବ ସୁପ୍ରିମକୋର୍ଟ: ସିଜେଆଇ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଗରିବଙ୍କୁ ନ୍ୟାୟ ଦେବାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଏଭଳି ଲୋକଙ୍କ ପାଇଁ ସୁପ୍ରିମକୋର୍ଟରେ ଅଧ ରାତି ପର୍ଯ୍ୟନ୍ତ ବସିପାରିବି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି। ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ସହ ଏକ ମାମଲାର ଶୁଣାଣି କରୁଥିବା ସମୟରେ ସିଜେଆଇ ଏହି ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ ମୋ କୋର୍ଟରେ କୌଣସି ଡ୍ରାମା ଚାଲିବ ନାହିଁ। ବ୍ୟୟବହୁଳ ମାମଲାକୁ ଧନୀ ଲୋକ ହିଁ ଲଢ଼ିଥାନ୍ତି। କହିବାକୁ ଚାହୁଁଛି ଯେ ସବୁଠାରୁ ଗରିବ ଏବଂ ଅନ୍ତିମ ପର୍ଯ୍ୟାୟର ବ୍ୟକ୍ତି ପାଇଁ ମୁଁ ଏଠାରେ ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କ ପାଇଁ ରାତି ଅଧ ପର୍ଯ୍ୟନ୍ତ ବସିପାରିବି। ତିଲକ ସିଂହ ଡାଙ୍ଗି ନାମକ ବ୍ୟକ୍ତି କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ମାମଲା ଦାଏର କରିଥିଲେ। ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି। ହରିୟାଣା ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରୁ ଆସୁଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ଗତ ୨୪ ତାରିଖରେ ଭାରତର ୫୩ ତମ ସିଜେଆଇ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର