ଚନ୍ଦ୍ରଚୂଡ଼ଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା, ବହୁ ଚର୍ଚ୍ଚିତ ମାମଲା ଉପରେ ପ୍ରଦାନ କରିଥିଲେ ଗୁରୁତ୍ବପୂର୍ଣ୍ଣ ରାୟ…

The Sakala Picture
Published On

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼ ଆସନ୍ତା ୧୦ ତାରିଖ(ରବିବାର)ରେ ଅବସର ଗ୍ରହଣ କରିବେ। ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଶେଷ ଦିନରେ ସେ ୪୫ଟି ମାମଲାର ଶୁଣାଣି କରିଥFଲେ। ଏହା ପରେ ଏକ ଲାଇଭ୍‌ ଷ୍ଟ୍ରିମିଂ ‘ସେରିମୋନିୟାଲ୍‌ ବେଞ୍ଚ’ରେ ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଭାବବିହ୍ବଳ ଅଭିଭାଷଣ ରଖି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ, ‘‘ମୁଁ ବାସ୍ତବତାକୁ ସ୍ବୀକାର କରୁଛି। ଦେଶର ପ୍ରଧାନ ବିଚାରପତି ଭାବେ […]

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼ ଆସନ୍ତା ୧୦ ତାରିଖ(ରବିବାର)ରେ ଅବସର ଗ୍ରହଣ କରିବେ। ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଶେଷ ଦିନରେ ସେ ୪୫ଟି ମାମଲାର ଶୁଣାଣି କରିଥFଲେ। ଏହା ପରେ ଏକ ଲାଇଭ୍‌ ଷ୍ଟ୍ରିମିଂ ‘ସେରିମୋନିୟାଲ୍‌ ବେଞ୍ଚ’ରେ ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଭାବବିହ୍ବଳ ଅଭିଭାଷଣ ରଖି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ, ‘‘ମୁଁ ବାସ୍ତବତାକୁ ସ୍ବୀକାର କରୁଛି। ଦେଶର ପ୍ରଧାନ ବିଚାରପତି ଭାବେ ଶନିବାରଠାରୁ ଆଉ ରାୟ ଦେଇପାରିବି ନାହିଁ; କିନ୍ତୁ କାହାଣୀ(କଣ୍ଟେଣ୍ଟ) ହୋଇ ରହିବି।’’ ସମାଲୋଚକଙ୍କୁ ପରିହାସ ଛଳରେ ସିଜେଆଇ କହିଛନ୍ତି ଯେ ସବୁଠାରୁ ଅଧିକ ଟ୍ରୋଲ୍‌ର ଶିକାର ହୋଇଥିବା ବିଚାରପତିଙ୍କ ମଧ୍ୟରୁ ସେ ଅନ୍ୟତମ। ସୋମବାରଠାରୁ ତାଙ୍କୁ ଟ୍ରୋଲ୍‌ କରୁଥିବା ବ୍ୟକ୍ତି ବେକାରୀ ହୋଇଯିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଏହା ସହିତ କୋର୍ଟରେ କାହାକୁ ଯଦି କଷ୍ଟ ଦେଇଥିବେ, ସେଥିପାଇଁ ତାଙ୍କୁ କ୍ଷମା କରିଦେବାକୁ ସେ ଅନୁରୋଧ କରିଥିଲେ। ପିଲାଦିନର ସ୍ମୃତି ବାଣ୍ଟି ପିତା-ମାତା ଦେଇଥିବା ପରାମର୍ଶକୁ ମନେ ପକାଇଥିଲେ। ପରବର୍ତ୍ତୀ ପ୍ରଧାନ ବିଚାରପତି (୫୧ତମ) ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ସମେତ ଅନ୍ୟ ବିଚାରପତି ଏବଂ ଓକିଲଙ୍କ ଉପସ୍ଥିତିରେ ସିଜେଆଇ ଭାବୁକ ହୋଇ ଯାଇ ଦୀନହୀନଙ୍କ ସେବା କରିବାଠାରୁ ବଡ଼ ସେବା ଆଉ କିଛି ନାହିଁ ବୋଲି କହିଥିଲେ। କୋର୍ଟରୁ ସବୁବେଳେ ତାଙ୍କୁ ପ୍ରେରଣା ମିଳୁଥିଲା ବୋଲି ଉଲ୍ଲେଖ କରି ସେ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନକୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଖନ୍ନା, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ, ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ ଅଧ୍ୟକ୍ଷ କପିଲ ଶିବଲ, ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭୀ ପ୍ରମୁଖ ସିଜେଆଇଙ୍କ କାର୍ଯ୍ୟଦକ୍ଷତା ଏବଂ ଯୁବସୁଲଭତାକୁ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ, ସିଜେଆଇ ୨୦୧୬ ମେ’ ୧୩ରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିରୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ସେ ନିଜ କାର୍ଯ୍ୟକାଳରେ ୧୨୭୪ ଖଣ୍ଡପୀଠରେ ସାମିଲ ହୋଇ ମୋଟ ୬୧୨ଟି ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟର ଏବେକାର ସମସ୍ତ ବିଚାରପତିଙ୍କଠାରୁ ସିଜେଆଇ ଚନ୍ଦ୍ରଚୂଡ଼ ସର୍ବାଧିକ ନିଷ୍ପତ୍ତି ଲେଖିଛନ୍ତି। ତାଙ୍କ ୨ ବର୍ଷର କାର୍ଯ୍ୟକାଳରେ ସେ ଧାରା ୩୭୦, ରାମ ଜନ୍ମଭୂମି ମନ୍ଦିର, ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍, ମଦ୍ରାସା ମାମଲା, ସବରିମାଲା ମନ୍ଦିର ବିବାଦ, ନିର୍ବାଚନ ବଣ୍ଡ୍‌ର ବୈଧତା ଏବଂ ସିଏଏ-ଏନ୍‌ଆର୍‌ସି ଭଳି ବହୁ ଚର୍ଚ୍ଚିତ ମାମଲା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର