ଏଣିକି ୩ଟି ସନ୍ତାନ ଜନ୍ମ ଦେଇପାରିବେ ଚୀନ ଦମ୍ପତି

The Sakala Picture
Published On

ବେଜିଂ: ଏଣିକି ଚୀନରେ ଦମ୍ପତିମାନେ ୩ଟି ସନ୍ତାନ ଜନ୍ମ ଦେଇପାରିବେ। ବୃଦ୍ଧା ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ବୃଦ୍ଧିରେ ଗତିରୋଧ ଯୋଗୁ ଚିନ୍ତିତ ହୋଇପଡ଼ିଥିବା ଚୀନ ଏହି ଭଳି ନିଷ୍ପତ୍ତି ନେଇଛି। ପୂର୍ବରୁ ଏଠାରେ କେବଳ  ଦୁଇଟି ସନ୍ତାନ ଜନ୍ମ ଦେବାକୁ ଅନୁମତି ରହିଥିଲା। କିଛିଦିନ ତଳେ ଚୀନ ଜନସଂଖ୍ୟାର ଏକ ହିସାବ ଆସିଥିଲା ଯେଉଁଥିରେ ଦେଖାଯାଇଥିଲା କି ମୋଟ ଜନସଂଖ୍ୟାର ଏକ ବଡଭାଗ ବୃଦ୍ଧ ଅବସ୍ଥାକୁ ଆସିଯାଇଛନ୍ତି । ଏହା ଦେଶର ଭବିଷ୍ୟତ ପାଇଁ […]

ବେଜିଂ: ଏଣିକି ଚୀନରେ ଦମ୍ପତିମାନେ ୩ଟି ସନ୍ତାନ ଜନ୍ମ ଦେଇପାରିବେ। ବୃଦ୍ଧା ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ବୃଦ୍ଧିରେ ଗତିରୋଧ ଯୋଗୁ ଚିନ୍ତିତ ହୋଇପଡ଼ିଥିବା ଚୀନ ଏହି ଭଳି ନିଷ୍ପତ୍ତି ନେଇଛି। ପୂର୍ବରୁ ଏଠାରେ କେବଳ  ଦୁଇଟି ସନ୍ତାନ ଜନ୍ମ ଦେବାକୁ ଅନୁମତି ରହିଥିଲା।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

କିଛିଦିନ ତଳେ ଚୀନ ଜନସଂଖ୍ୟାର ଏକ ହିସାବ ଆସିଥିଲା ଯେଉଁଥିରେ ଦେଖାଯାଇଥିଲା କି ମୋଟ ଜନସଂଖ୍ୟାର ଏକ ବଡଭାଗ ବୃଦ୍ଧ ଅବସ୍ଥାକୁ ଆସିଯାଇଛନ୍ତି । ଏହା ଦେଶର ଭବିଷ୍ୟତ ପାଇଁ ବିପଦ ବୋଲି ଆଶଙ୍କା କରି ଚୀନ ସରକାର ପରିବାର ନିୟୋଜନ ଆଇନରେ ପରିବର୍ତ୍ତନ ଆଣିଛନ୍ତି । ଏହି ଆଇନକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନା ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ଚୀନରେ ୦.୫୩ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ହୋଇଛି । ଏହି ହାର ୨୦୦୦ ରୁ ୨୦୧୦ ମଧ୍ୟରେ ୦.୫୭ ପ୍ରତିଶତ ଥିଲା । ଏହାସହ ଚୀନର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ୨୦୨୦ ମସିହାରେ ଚୀନରେ କେବଳ ୧୨ ମିଲିୟନ ଶିଶୁ ଜନ୍ମ ହୋଇଛନ୍ତି । ଯାହାକି ୨୦୧୬ ରେ ୧୮ ମିଲିୟନ ଥିଲା । ୧୯୬୦ ପରେ ୨୦୨୦ ରେ ଚୀନରେ ସବୁଠାରୁ କମ ଶିଶୁ ଜନ୍ମ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର