ମହାମାରୀ ସମୟରେ ଦେଶରେ ୫୦% ବୃଦ୍ଧି ପାଇଛି ବାଲ୍ୟବିବାହ

The Sakala Picture
Published On

ନୂଆଦିଲ୍ଲୀ: ଗତ ବର୍ଷ କରୋନା ମହାମାରୀ ସାରା ଦେଶକୁ ଗ୍ରାସିଥିଲା ବେଳେ ଏହି ସମୟରେ ବାଲ୍ୟ ବିବାହ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ପ୍ରକାଶ କରାଯାଇଛି। ଏହି ବର୍ଷରେ ଶିଶୁ ନିର୍ଯ୍ୟାତନାକୁ ନେଇ ଏକ ସ୍ବତନ୍ତ୍ର ବିଶ୍ଳେଷଣ କରାଯାଇଥିଲା। ଏହି ବର୍ଷରେ ପୂର୍ବ ତୁଳନାରେ ବାଲ୍ୟ ବିବାହ ୫୦ ପ୍ରତିଶତ ବଢିଥିବା ସହ ଅନଲାଇନରେ ଶିଶୁ ନିର୍ଯ୍ୟାତନା ୪୦୦ ପ୍ରତିଶତ ବୃଦ୍ଧି ପାଇଥିବା ଏନସିଆରବି ରିପୋର୍ଟକୁ ଆଧାର […]

ନୂଆଦିଲ୍ଲୀ: ଗତ ବର୍ଷ କରୋନା ମହାମାରୀ ସାରା ଦେଶକୁ ଗ୍ରାସିଥିଲା ବେଳେ ଏହି ସମୟରେ ବାଲ୍ୟ ବିବାହ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ପ୍ରକାଶ କରାଯାଇଛି। ଏହି ବର୍ଷରେ ଶିଶୁ ନିର୍ଯ୍ୟାତନାକୁ ନେଇ ଏକ ସ୍ବତନ୍ତ୍ର ବିଶ୍ଳେଷଣ କରାଯାଇଥିଲା। ଏହି ବର୍ଷରେ ପୂର୍ବ ତୁଳନାରେ ବାଲ୍ୟ ବିବାହ ୫୦ ପ୍ରତିଶତ ବଢିଥିବା ସହ ଅନଲାଇନରେ ଶିଶୁ ନିର୍ଯ୍ୟାତନା ୪୦୦ ପ୍ରତିଶତ ବୃଦ୍ଧି ପାଇଥିବା ଏନସିଆରବି ରିପୋର୍ଟକୁ ଆଧାର କରି ‘ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ’ (କ୍ରାଏ) କହିଛି। ୨୦୧୯ରେ ବାଲ୍ୟ ବିବାହ ସଂଖ୍ୟା ୫୨୫ ରହିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୭୮୫କୁ ବୃଦ୍ଧି ପାଇଛି। ସେହିପରି ଅନଲାଇନ୍‌ରେ ଶିଶୁ ନିର୍ଯ୍ୟାତନା ସଂଖ୍ୟା ୧୬୪ ରୁ ୮୪୨ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର