ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା : ୮ ନାକଚ ଭୋଟକୁ ଯୋଗ୍ୟ ଭାବେ ଗଣତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଚଣ୍ଡିଗଡ଼ ମେୟର ନିର୍ବାଚନ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଆଜି ବଡ଼ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଜେପି ଓ ଆପ୍ ମଧ୍ୟରେ ବିବାଦରେ ୮ଟି ‘ଅବୈଧ’ ଭୋଟ୍ ର ଶୁଣାଣି କରିଛନ୍ତି। ଏହାକୁ ବୈଧ ବୋଲି ବିବେଚନା କରାଯିବ ଏବଂ ଏହାକୁ ଆଧାର କରି ଫଳାଫଳ ଘୋଷଣା କରାଯିବ ବୋଲି ରାୟ ଦେଇଛନ୍ତି। ଏଥି ସହିତ ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଅନିଲ […]
ନୂଆଦିଲ୍ଲୀ : ଚଣ୍ଡିଗଡ଼ ମେୟର ନିର୍ବାଚନ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଆଜି ବଡ଼ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଜେପି ଓ ଆପ୍ ମଧ୍ୟରେ ବିବାଦରେ ୮ଟି ‘ଅବୈଧ’ ଭୋଟ୍ ର ଶୁଣାଣି କରିଛନ୍ତି। ଏହାକୁ ବୈଧ ବୋଲି ବିବେଚନା କରାଯିବ ଏବଂ ଏହାକୁ ଆଧାର କରି ଫଳାଫଳ ଘୋଷଣା କରାଯିବ ବୋଲି ରାୟ ଦେଇଛନ୍ତି।
ଏଥି ସହିତ ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ କଡ଼ା ସମାଲୋଚନା କରିବା ସହ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିବା ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରିବା ଲାଗି ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟରେ ସୋମବାର ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ମାମଲାର ଶୁଣାଣି କରି ବାଲଟ୍ ପେପର ଓ ଭୋଟ୍ ଗଣତି ଦିନର ପୂରା ଭିଡିଓ ରେକର୍ଡିଂ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ବାଲାଟ୍ ପେପର କୋର୍ଟକୁ ମଙ୍ଗଳବାର ଦିଆଯାଇଥିଲା। ଏହାପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ୮ଟି ବାଲଟ୍ ପେପରରେ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଭୋଟ୍ ଦିଆଯାଇଥିଲା। କୋର୍ଟ ସମସ୍ତ ପକ୍ଷଙ୍କୁ ବାଲଟ୍ ପେପର ଦେଖିବାକୁ ଅନୁମତି ଦେବା ପରେ ମସିହ ଏବଂ ତାଙ୍କ ଓକିଲ ମୁକୁଲ ରୋହତଗୀ ମଧ୍ୟ ଏହାକୁ ଦେଖିଥିଲେ। ଏହି ସମୟରେ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏହାକୁ ଅଦାଲତ ଅବମାନନା ବୋଲି କହିବା ସହ ଏହାକୁ ଜଘନ୍ୟ ଅପରାଧ ବୋଲି କହିଥିଲେ। ଏଥିସହିତ ୮ଟି ଅବୈଧ ଭୋଟକୁ ମଧ୍ୟ ବୈଧ ବୋଲି ବିବେଚନା କରି ପୁନଃଗଣତି କରି ଫଳାଫଳ ଘୋଷଣା କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।