ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିରୋଧରେ ସିବିଆଇର ‘ଅପରେସନ ମେଘଦୂତ’; ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ଚଢ଼ାଉ ଜାରି

The Sakala Picture
Published On

ନୂଆଦିଲ୍ଲୀ: ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ ମାମଲାରେ ସିବିଆଇର ବଡ଼ ଆକ୍ସନ୍ । ଅପରେସନ ମେଘଦୂତ ଜରିଆରେ ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢାଉ ଜାରି ରଖିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ । ଇଣ୍ଟରପୋଲର ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ଶାଖାର ଇନପୁଟ୍ ଆଧାରରେ ସିବିଆଇ ‘ଅପରେସନ ମେଘଦୂତ’ ନାମରେ ଏହି ରେଡ୍ କରିଛି । ସିବିଆଇର ସୂଚନା ଅନୁଯାୟୀ ଏଭଳି ଅନେକ ଗ୍ୟାଙ୍ଗ୍ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କେବଳ ଚାଇଲ୍ଡ ସେକ୍ସୁଆଲ ପର୍ଣ୍ଣୋଗ୍ରାଫି କରିନଥାନ୍ତି, […]

ନୂଆଦିଲ୍ଲୀ: ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ ମାମଲାରେ ସିବିଆଇର ବଡ଼ ଆକ୍ସନ୍ । ଅପରେସନ ମେଘଦୂତ ଜରିଆରେ ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢାଉ ଜାରି ରଖିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ । ଇଣ୍ଟରପୋଲର ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ଶାଖାର ଇନପୁଟ୍ ଆଧାରରେ ସିବିଆଇ ‘ଅପରେସନ ମେଘଦୂତ’ ନାମରେ ଏହି ରେଡ୍ କରିଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସିବିଆଇର ସୂଚନା ଅନୁଯାୟୀ ଏଭଳି ଅନେକ ଗ୍ୟାଙ୍ଗ୍ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କେବଳ ଚାଇଲ୍ଡ ସେକ୍ସୁଆଲ ପର୍ଣ୍ଣୋଗ୍ରାଫି କରିନଥାନ୍ତି, ଶିଶୁଙ୍କୁ ଏହା ଦ୍ୱାରା ଶାରିରୀକ ଭାବେ ନିର୍ଯ୍ୟାତନା ମଧ୍ୟ ଦେଇଥାନ୍ତି । ଏହି ସବୁ ଗ୍ୟାଙ୍ଗ୍ ଗ୍ରୁପ୍ ହୋଇ ଏବଂ ବ୍ୟକ୍ତିଗତ ଭାବେ ଏଭଳି କାରବାର କରୁଛନ୍ତି | ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ନଭେମ୍ବର ୨୦୨୧ରେ ସିବିଆଇ ଦ୍ବାରା ଏଭଳି ଏକ ଅପରେସନ କରାଯାଇଥିଲା । ଯାହାର ନାଁ ‘ଅପରେସନ୍ କାର୍ବନ୍’ ରଖାଯାଇଥିଲା । ଏଥିରେ ସାରା ଦେଶରେ ୭୬ ଟି ସ୍ଥାନରେ ୮୩ ଜଣଙ୍କ ଉପରେ ଚଢାଉ କରାଯାଇଥିଲା ଏବଂ ଅନେକ ଲୋକ ଗିରଫ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଗତ ସପ୍ତାହରେ ଶିଶୁ ଯୌନ ଶୋଷଣ ମାମଲା ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିପାଇଁ କେନ୍ଦ୍ରକୁ ରିପୋର୍ଟ ତଲବ କରଥିଲେ କୋର୍ଟ। ମୁଖ୍ୟତଃ ଚାଇଲଡ୍‌ ପର୍ଣ୍ଣୋଗ୍ରାଫିକ୍‌କୁ ନେଇ କୋର୍ଟ ଚିନ୍ତାପ୍ରକଟ କରିଥିଲେ। ଏହା ପରେ ସିବିଆଇ ପକ୍ଷରୁ ରେଡ୍ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର