ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପ୍ଟେନ ଅମରିନ୍ଦର ସିଂହ

The Sakala Picture
Published On

ଚଣ୍ଡିଗଡ଼: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟ୍‌କା । ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ଅମରିନ୍ଦର ସିଂହ । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା […]

ଚଣ୍ଡିଗଡ଼: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟ୍‌କା । ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ଅମରିନ୍ଦର ସିଂହ । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି । ସିଦ୍ଧୁଙ୍କ ସହ କ୍ୟାପଟେନଙ୍କର ଦୀର୍ଘ ଦିନ ଧରି ବିବାଦ ରହିଥିଲା ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଇସ୍ତଫା ପରେ ଅମରିନ୍ଦର ସିଂ ଗଣମାଧ୍ୟମକୁ କହିଛନ୍ତି କି ““ମୁଁ ଇସ୍ତଫା ସମ୍ପର୍କରେ ସକାଳୁ ସୋନିଆ ଗାନ୍ଧିଙ୍କୁ ଜଣାଇ ସାରିଛି। ଗତ ୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକ ଦଳ ବୈଠକ ବସୁଛି। ବିଧାୟକ ଦଳ ବୈଠକ କରି ମନଇଚ୍ଛା ନିଷ୍ପତ୍ତି ନିଆଯାଉଛି। ଏସବୁରେ ମୁଁ ଅପମାନିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଜଣାଇଥିଲି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ତେବେ କ୍ୟାପଟେନ ଅମରିନ୍ଦର ସିଂ ଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ସେ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଛି । ଏହା ମଧ୍ୟରେ ଆଜି ପଞ୍ଜାବରେ କଂଗ୍ରେସ ବିଧାୟକ ଦଳର ବୈଠକ ମଧ୍ୟ ବସୁଛି । ଯେଉଁଥିରେ ପ୍ରଭାରୀ ହରିଶ ରାୱତଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ହରିଶ ଚୌଧୁରୀ ମଧ୍ୟ ସାମିଲ ହେବେ । କୁହାଯାଉଛି ଏହି ବୈଠକରେ ଦଳର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର