କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ

The Sakala Picture
Published On

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି […]

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

‘ଇଟି ନାଓ ଗ୍ଲୋବାଲ୍ ସମିଟ୍ ୨୦୨୪’ରେ ଯୋଗଦେଇ ଶାହ ଅଭିଯୋଗ କରିଛନ୍ତି ଯେ ସିଏଏ ଲାଗୁ କରିବା ପ୍ରତିଶ୍ରୁତି ଉପରେ କଂଗ୍ରେସ ପଛଘୁଞ୍ଚା ଦେଇଥିଲା । ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶୃତି ଥିଲା। ଯେତେବେଳେ ଦେଶ ବିଭାଜିତ ହେଲା, ସେହି ଦେଶ ଗୁଡିକରେ ସଂଖ୍ୟାଲଘୁମାନେ ନିର୍ଯାତନାର ଶିକାର ହେଲେ । କଂଗ୍ରେସ ଶରଣାର୍ଥୀ ମାନଙ୍କୁ ଆଶ୍ୱାସନା ଦେଇଥିଲା ଯେ ସେମାନଙ୍କୁ ଭାରତରେ ଆଶ୍ରୟ ଦିଆଯିବ ଓ ଭାରତୀୟ ନାଗରିକତା ପ୍ରଦାନ କରାଯିବ। କିନ୍ତୁ କଂଗ୍ରେସ ଏହି ପ୍ରତିଶ୍ରୁତି ପୂରଣ କରିନଥିଲା ।”

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ଶାହା ଆହୁରି କହିଛନ୍ତି, ନାଗରିକତା ପ୍ରଦାନ ପାଇଁ ସିଏଏ ଅଣାଯାଇଛି, କାହାର ନାଗରିକତା ନେବା ପାଇଁ ନୁହେଁ । ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ଆମର ମୁସଲମାନ ସମ୍ପ୍ରଦାୟକୁ ସିଏଏ ଆଇନ ନେଇ ବିଭ୍ରାନ୍ତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ । କାରଣ ଆଇନରେ ଏମିତି କୌଣସି ବ୍ୟବସ୍ଥା ନାହିଁ । ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ‘ସିଏଏ’ର ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

୨୦୧୯ରେ ସିଏଏ ଆଣିଥିଲେ ମୋଦୀ ସରକାର । ତେବେ ଏହି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ଯୋଗୁଁ ଏହାକୁ ସରକାର ଲାଗୁ କରିନଥିଲେ । ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର