ଆଜିଠୁ ଅଧିବେଶନ, ୧ରେ ବଜେଟ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଠାରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ଏହି ଅଧିବେଶନ ଆରମ୍ଭ ହେବ। ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବଜେଟ ଆବଣ୍ଟନ ସମ୍ପର୍କରେ ତର୍ଜମା ପାଇଁ ଅବକାଶ ରହିବ। ପରେ ମାର୍ଚ୍ଚ ୧୪ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ […]

ନୂଆଦିଲ୍ଲୀ: ଆଜି ଠାରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ଏହି ଅଧିବେଶନ ଆରମ୍ଭ ହେବ। ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବଜେଟ ଆବଣ୍ଟନ ସମ୍ପର୍କରେ ତର୍ଜମା ପାଇଁ ଅବକାଶ ରହିବ। ପରେ ମାର୍ଚ୍ଚ ୧୪ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ। କୋଭିଡ୍ ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋକସଭା ଏବଂ ରାଜ୍ୟସଭାର ଅଧିବେଶନ ପୃଥକ ସମୟରେ ଆୟୋଜିତ ହେବ। ବଜେଟ୍‌ ଅଧିବେଶନର ପ୍ରଥମ ଦୁଇ ଦିନରେ ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ରହିବ ନାହିଁ। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବୁଧବାରଠୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭ରେ ଗୃହରେ ଆଲୋଚନାର ଜବାବ ରଖିପାରନ୍ତି। ଲୋକସଭା ସଚିବାଳୟର ଅଧିକାରୀଙ୍କ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଚାରି ଦିନ ରଖାଯାଇଛି। ଏହା ଫେବୃଆରୀ ୨ରୁ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଲୋକସଭାର ବୈଠକ ଫେବୃଆରୀ ୧ ତାରିଖ ସକାଳ ୧୧ଟାରୁ ଆରମ୍ଭ ହେବ। ସେହି ଦିନ ବଜେଟ୍ ଉପସ୍ଥାପନ ହେବ। ଫେବୃଆରୀ ୨୧ରୁ ଲୋକସଭାର ଗୃହକାର୍ଯ୍ୟ ଅପରାହ୍ନ ଚାରିଟାରୁ ରାତି ନଅଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଫେବୃଆରୀ ୨ ରୁ ୪ ଦିନ ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଏବଂ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ ଏବଂ ଏହା ପରଦିନ ଅର୍ଥାତ ମଙ୍ଗଳବାର ୨୦୨୨-୨୩ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଅଧିବେଶନ କାଳରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ଦଳଗୁଡିକ ସଜବାଜ ହେଉଥିବାରୁ ବଜେଟ ଅଧିବେଶନ ଗତ ମୌସୁମୀ ଅଧିବେଶନ ଭଳି ସରଗରମ ରହିବ ବୋଲି କୁହାଯାଉଛି। ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇସାରିଛି। ପେଗାସସ୍‌ ପ୍ରସଙ୍ଗ ଠାରୁ ଆରମ୍ଭ କରି ପୂର୍ବ ଲଦାଖରେ ଚୀନର ଅନୁପ୍ରବେଶ ଏବଂ ଚାଷୀ ସମସ୍ୟାକୁ ନେଇ କଂଗ୍ରେସ ସମଭାବାପନ୍ନ ଦଳଗୁଡିକ ସହ ଏକାଠି ହୋଇ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଥିବା ଜଣାପଡ଼ିଛି। ଏହାବ୍ୟତୀତ କରୋନା ପ୍ରଭାବିତ ପରିବାରଙ୍କ ପାଇଁ ରିଲିଫ ପ୍ୟାକେଜ୍, ମହଙ୍ଗା ମାଡ଼ ଏବଂ ବେରୋଜଗାର ଆଦି ପ୍ରସଙ୍ଗକୁ ନେଇ ମଧ୍ୟ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

31 Jan 2022 By The Sakala

ଆଜିଠୁ ଅଧିବେଶନ, ୧ରେ ବଜେଟ

ନୂଆଦିଲ୍ଲୀ: ଆଜି ଠାରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ଏହି ଅଧିବେଶନ ଆରମ୍ଭ ହେବ। ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବଜେଟ ଆବଣ୍ଟନ ସମ୍ପର୍କରେ ତର୍ଜମା ପାଇଁ ଅବକାଶ ରହିବ। ପରେ ମାର୍ଚ୍ଚ ୧୪ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ। କୋଭିଡ୍ ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋକସଭା ଏବଂ ରାଜ୍ୟସଭାର ଅଧିବେଶନ ପୃଥକ ସମୟରେ ଆୟୋଜିତ ହେବ। ବଜେଟ୍‌ ଅଧିବେଶନର ପ୍ରଥମ ଦୁଇ ଦିନରେ ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ରହିବ ନାହିଁ। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବୁଧବାରଠୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭ରେ ଗୃହରେ ଆଲୋଚନାର ଜବାବ ରଖିପାରନ୍ତି। ଲୋକସଭା ସଚିବାଳୟର ଅଧିକାରୀଙ୍କ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଚାରି ଦିନ ରଖାଯାଇଛି। ଏହା ଫେବୃଆରୀ ୨ରୁ ଆରମ୍ଭ ହେବ।

ଲୋକସଭାର ବୈଠକ ଫେବୃଆରୀ ୧ ତାରିଖ ସକାଳ ୧୧ଟାରୁ ଆରମ୍ଭ ହେବ। ସେହି ଦିନ ବଜେଟ୍ ଉପସ୍ଥାପନ ହେବ। ଫେବୃଆରୀ ୨୧ରୁ ଲୋକସଭାର ଗୃହକାର୍ଯ୍ୟ ଅପରାହ୍ନ ଚାରିଟାରୁ ରାତି ନଅଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଫେବୃଆରୀ ୨ ରୁ ୪ ଦିନ ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଏବଂ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ ଏବଂ ଏହା ପରଦିନ ଅର୍ଥାତ ମଙ୍ଗଳବାର ୨୦୨୨-୨୩ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଅଧିବେଶନ କାଳରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ଦଳଗୁଡିକ ସଜବାଜ ହେଉଥିବାରୁ ବଜେଟ ଅଧିବେଶନ ଗତ ମୌସୁମୀ ଅଧିବେଶନ ଭଳି ସରଗରମ ରହିବ ବୋଲି କୁହାଯାଉଛି। ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇସାରିଛି। ପେଗାସସ୍‌ ପ୍ରସଙ୍ଗ ଠାରୁ ଆରମ୍ଭ କରି ପୂର୍ବ ଲଦାଖରେ ଚୀନର ଅନୁପ୍ରବେଶ ଏବଂ ଚାଷୀ ସମସ୍ୟାକୁ ନେଇ କଂଗ୍ରେସ ସମଭାବାପନ୍ନ ଦଳଗୁଡିକ ସହ ଏକାଠି ହୋଇ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଥିବା ଜଣାପଡ଼ିଛି। ଏହାବ୍ୟତୀତ କରୋନା ପ୍ରଭାବିତ ପରିବାରଙ୍କ ପାଇଁ ରିଲିଫ ପ୍ୟାକେଜ୍, ମହଙ୍ଗା ମାଡ଼ ଏବଂ ବେରୋଜଗାର ଆଦି ପ୍ରସଙ୍ଗକୁ ନେଇ ମଧ୍ୟ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର