ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଦିଲ୍ଲୀ କୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ ଆଶ୍ବସ୍ତି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପିର ହେଭିୱେଟ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବ୍ରିଜଭୂଷଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ […]

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ ଆଶ୍ବସ୍ତି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପିର ହେଭିୱେଟ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବ୍ରିଜଭୂଷଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି କି କୋର୍ଟଙ୍କ ବିନା ଦିର୍ଦ୍ଦେଶରେ ବ୍ରିଜଭୂଷଣ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହାସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ବ୍ରିଜଭୂଷଣଙ୍କୁ କୋର୍ଟ ସତର୍କ କରାଇଛନ୍ତି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ସୂଚନାଯୋଗ୍ୟ, ବ୍ରିଜ ଭୂଷଣଙ୍କ ବିରୋଧରେ ଭାରତର ୬ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ ଅନେକ କୁସ୍ତିଯୋଦ୍ଧା ୨ମାସ ଧରି ଦିଲ୍ଲୀରେ ଧାରଣା ଦେବା ପରେ ସରକାରଙ୍କ ଆଶ୍ୱାସନା ପାଇଁ ଧାରଣା ଭଙ୍ଗ କରିଥିଲେ । ଦିଲ୍ଲୀ ପୋଲିସ୍ ଏହି ମାମଲାରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ଜୁନ୍ ୧୫ରେ ବ୍ରିଜ ଭୂଷଣ ଓ ତେମରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର