ମନୋରଞ୍ଜନ
ପାକିସ୍ତାନରେ ଭୁଲ୍ବଶତଃ ବ୍ରହ୍ମୋସ କ୍ଷେପଣାସ୍ତ୍ର ପଡ଼ିବା ମାମଲା : ବାୟୁସେନାର ୩ ଅଧିକାରୀ ବରଖାସ୍ତ
ନୂଆଦିଲ୍ଲୀ : ପାକିସ୍ତାନରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପଡ଼ିବା ମାମଲାରେ ଭାରତୀୟ ବାୟୁସେନା (ଆଇଏଏଫ୍) ପକ୍ଷରୁ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଉଚ୍ଚସ୍ତରୀୟ ଯାଞ୍ଚ ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ମାନକ ସଞ୍ଚାଳନ ପ୍ରକ୍ରିୟା (ଏସ୍ଓପି)ର ଉଲ୍ଲଙ୍ଘନ ଯୋଗୁଁ ଭୁଲ୍ବଶତଃ କ୍ଷେପଣାସ୍ତ୍ରଟି ପାକିସ୍ତାନ ସୀମାର ୧୨୪ କିମି ଭିତରେ ଯାଇ ପଡିଥିଲା ବୋଲି ତଦନ୍ତରୁ ଜଣାପଡିଛି। ଏଥିପାଇଁ ୩ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଗ୍ରୁପ କ୍ୟାପ୍ଟେନ, ୱିଙ୍ଗ […]
ନୂଆଦିଲ୍ଲୀ : ପାକିସ୍ତାନରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପଡ଼ିବା ମାମଲାରେ ଭାରତୀୟ ବାୟୁସେନା (ଆଇଏଏଫ୍) ପକ୍ଷରୁ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଉଚ୍ଚସ୍ତରୀୟ ଯାଞ୍ଚ ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ମାନକ ସଞ୍ଚାଳନ ପ୍ରକ୍ରିୟା (ଏସ୍ଓପି)ର ଉଲ୍ଲଙ୍ଘନ ଯୋଗୁଁ ଭୁଲ୍ବଶତଃ କ୍ଷେପଣାସ୍ତ୍ରଟି ପାକିସ୍ତାନ ସୀମାର ୧୨୪ କିମି ଭିତରେ ଯାଇ ପଡିଥିଲା ବୋଲି ତଦନ୍ତରୁ ଜଣାପଡିଛି। ଏଥିପାଇଁ ୩ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଗ୍ରୁପ କ୍ୟାପ୍ଟେନ, ୱିଙ୍ଗ କମାଣ୍ଡର ଏବଂ ସ୍କ୍ବାର୍ଡନ ଲିଡର ସାମିଲ ଅଛନ୍ତି। ଏମାନଙ୍କୁ ସେବାରୁ ବାହାର କରିଦିଆଯାଇଛି। ତତ୍କାଳ ପ୍ରଭାବରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇଛି। ଆଇଏଏଫ୍ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬ଟ୪୩ ମିନିଟ୍ରେ ଭାରତର ଏକ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭୁଲ୍ବଶତଃ ଫାୟାର ହୋଇ ପାକିସ୍ତାନରେ ମାଡ଼ ହୋଇଥିଲା। ଏହା ମାତ୍ର ୭ ମିନିଟ୍ରେ ୨୬୧ କିମି ଅତିକ୍ରମ କରି ହରିୟାଣା ସିରସାରୁ ପାକିସ୍ତାନର ମିଆଁ ଚନ୍ନୁ ଅଞ୍ଚଳରେ ପଡିଥିଲା। ତେବେ କ୍ଷେପଣାସ୍ତ୍ରରେ ବିସ୍ପୋରକ ତଥା ବାରୁଦ ଲାଗି ନ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିଲା। ପରମାଣୁ ଶକ୍ତି ସମ୍ପନ୍ନ ୨ ରାଷ୍ଟ୍ର ମଧ୍ୟରେ ଏହି ମାମଲାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଥିଲେ। ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଥିଲା ଏବଂ ମାମଲାର ତଦନ୍ତ କରିବାକୁ ଭରସା ଦେଇଥିଲା।






