ଭର୍ତ୍ତୃହରି ମହତାବ ପ୍ରୋଟେମ୍‌ ସ୍ପିକର ନିଯୁକ୍ତ

The Sakala Picture
Published On

ନୂଆଦିଲ୍ଲୀ: ଅଠର ତମ ଲୋକସଭା ଅଧିବେଶନ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ବାଚସ୍ପତି ଏବଂ ଉପ-ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଧାରା ୯୫(୧) ଅନୁଯାୟୀ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର ନିଯୁକ୍ତ କରିଛନ୍ତି। ସେ ସଂସଦର ନବ ନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ। ଭର୍ତ୍ତୃହରି ମହତାବ କଟକରୁ ସାତ ଥର ସାଂସଦ ହୋଇଛନ୍ତି। ସେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ […]

ନୂଆଦିଲ୍ଲୀ: ଅଠର ତମ ଲୋକସଭା ଅଧିବେଶନ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ବାଚସ୍ପତି ଏବଂ ଉପ-ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଧାରା ୯୫(୧) ଅନୁଯାୟୀ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର ନିଯୁକ୍ତ କରିଛନ୍ତି। ସେ ସଂସଦର ନବ ନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ। ଭର୍ତ୍ତୃହରି ମହତାବ କଟକରୁ ସାତ ଥର ସାଂସଦ ହୋଇଛନ୍ତି। ସେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ୨୦୧୭ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଆଉଟଷ୍ଟାଣ୍ଡି ପାଲ୍ୟାମେଣ୍ଟାରିଆନ ଆୱାର୍ଡ ମିଳିଥିଲା। ଏହା ବ୍ୟତୀତ ରାଷ୍ଟ୍ରପତି ସମ୍ବିଧାନର ଧାରା ୯୯ ଅନୁଯାୟୀ ବାଚସ୍ପତିଙ୍କୁ ସହାୟତା କରିବା ନିମନ୍ତେ ସୁରେଶ କୋଡିକୁନ୍ନିଲ, ଥିକୋଟଇ ରାଜୁଥେବର ବାଲୁ, ରାଧା ମୋହନ ସିଂହ, ଫଗନ ସିଂହ କୁଲସ୍ତେ ଏବଂ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ନିଯୁକ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର