ବିହାର ବିଧାନସଭାରେ ତୁମୁଳକାଣ୍ଡ; ବିଧାୟକଙ୍କୁ ଘୋଷାଡ଼ିନେଲା ପୁଲିସ, ଜୋତାରେ ଗୋଇଠା ମାଡ଼

The Sakala Picture
Published On

ପାଟନା: ବିହାର ବିଧାନସଭା ବଜେଟ ଅଧିବେଶନର ୨୦ ତମ ଦିନରେ ମଙ୍ଗଳବାର ବିହାର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବିଲ୍, ୨୦୨୧କୁ ନେଇ ତୁମୁଳକାଣ୍ଡ ହୋଇଛି। ବିଧାନସଭାରେ ଯାହାସବୁ ଘଟିଲା ତାହା ଗଣତନ୍ତ୍ରକୁ ନିନ୍ଦିତ କରିଛି। ସଦନ ବାହାରେ ପୁଲିସ ବିଧାୟକଙ୍କୁ ଟଣାଓଟରା କରୁଥିଲେ, ଜୋତାରେ ଗୋଇଠା ମାରୁଥିଲେ। ଏହା ଦ୍ବାରା ଜଣେ ବିଧାୟକଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯିବାରୁ ଆମ୍ବୁଲାନ୍ସକୁ ଡାକିବାକୁ ପଡିଥିଲା। ଏଥିଯୋଗୁଁ ବିଧାନସଭାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସଦନରେ ବିରୋଧୀ ବିଧାୟକଙ୍କ ହାଇ ଭୋଲଟେଜ ଡ୍ରାମା ଅନେକ […]

ପାଟନା: ବିହାର ବିଧାନସଭା ବଜେଟ ଅଧିବେଶନର ୨୦ ତମ ଦିନରେ ମଙ୍ଗଳବାର ବିହାର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବିଲ୍, ୨୦୨୧କୁ ନେଇ ତୁମୁଳକାଣ୍ଡ ହୋଇଛି। ବିଧାନସଭାରେ ଯାହାସବୁ ଘଟିଲା ତାହା ଗଣତନ୍ତ୍ରକୁ ନିନ୍ଦିତ କରିଛି। ସଦନ ବାହାରେ ପୁଲିସ ବିଧାୟକଙ୍କୁ ଟଣାଓଟରା କରୁଥିଲେ, ଜୋତାରେ ଗୋଇଠା ମାରୁଥିଲେ। ଏହା ଦ୍ବାରା ଜଣେ ବିଧାୟକଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯିବାରୁ ଆମ୍ବୁଲାନ୍ସକୁ ଡାକିବାକୁ ପଡିଥିଲା। ଏଥିଯୋଗୁଁ ବିଧାନସଭାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଲା ଘାତକ 'ବି-୧ ଲାନ୍ସର' ବମ୍ବର

ସଦନରେ ବିରୋଧୀ ବିଧାୟକଙ୍କ ହାଇ ଭୋଲଟେଜ ଡ୍ରାମା ଅନେକ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା। ସେମାନେ ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ତାଙ୍କ ଚ୍ୟାମ୍ବରରେ ବନ୍ଧକ ରଖି ଦେଇଥିଲେ। ବିରୋଧୀମାନେ ବାଚସ୍ପତିଙ୍କୁ ବାହାରକୁ ବାହାରିବାକୁ ଦେଇ ନ ଥିଲେ। ତେବେ ପରିସ୍ଥିତି ବିଗିଡିବାରୁ ଡିଏମ ଏବଂ ଏସପିଙ୍କୁ ଡାକିବାକୁ ପଡିଥିଲା। ଏହା ପରେ ବିରୋଧି ବିଧାୟକଙ୍କୁ ଜୋର ଜବରଦସ୍ତ ଟାଣାଟାଣି ଗୃହରୁ ବାହାର କରାଯାଇଥିଲା। ସୂଚନା ଅନୁଯାୟୀ ପୁଲିସ ବିଲକୁ ବିରୋଧ କରି ବିରୋଧୀ ହଙ୍ଗାମା କରିଥିଲେ। ପରେ ସେମାନେ ବିଧାନସଭା ମାର୍ଶାଲଙ୍କୁ ବାହାର କରିଦେଇଥିଲେ। ଏହି ଘଟଣା ପରେ ବିରୋଧୀ ବିଧାୟକ ବାଚସ୍ପତିଙ୍କ ଚ୍ୟାମ୍ବର ବାହାରେ ଧାରଣା ଦେଇଥିଲେ। ୪.୩୦ ସମୟରେ ବିଧାନସଭାର କାର୍ଯ୍ୟ ଆରମ୍ଭ ହେବାର ଥିଲା। କିନ୍ତୁ ବାଚସ୍ପତିଙ୍କୁ ବନ୍ଧକ ରଖିଥିବା ଯୋଗୁଁ ସେ ସଦନରେ ପହଞ୍ଚି ପାରିନଥିଲେ। ପରେ ଦଳବଳ ସହ ପହଞ୍ଚିଥିବା ଡିଏମ ଏବଂ ଏସପି ବିଧାନସଭାରେ ପୁଲିସ ଛାଉଣୀରେ ପରିବର୍ତ୍ତନ କରିଦେଇଥିଲେ। ଅନେକ ଥାନାର ପୁଲିସଙ୍କୁ ସହିତ ରାପିଡ ଆକ୍ସନ ଫୋର୍ସକୁ ଗୃହକୁ ଡକାଯାଇଥିଲା। ପରେ ଧାରଣା ଦେଉଥିବା ବିଧାୟକଙ୍କୁ ଘୋଷାଡି ଘୋଷାଡି ବାହାର କରାଯାଇଥିଲା। ତେବେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଲିସ ବିଲ୍‌ଟି ବିଧାନସଭାରେ ପାରିତ ହୋଇଯାଇଥିଲା। ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କୁ ଦୋଷ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

24 Mar 2021 By The Sakala

ବିହାର ବିଧାନସଭାରେ ତୁମୁଳକାଣ୍ଡ; ବିଧାୟକଙ୍କୁ ଘୋଷାଡ଼ିନେଲା ପୁଲିସ, ଜୋତାରେ ଗୋଇଠା ମାଡ଼

ପାଟନା: ବିହାର ବିଧାନସଭା ବଜେଟ ଅଧିବେଶନର ୨୦ ତମ ଦିନରେ ମଙ୍ଗଳବାର ବିହାର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବିଲ୍, ୨୦୨୧କୁ ନେଇ ତୁମୁଳକାଣ୍ଡ ହୋଇଛି। ବିଧାନସଭାରେ ଯାହାସବୁ ଘଟିଲା ତାହା ଗଣତନ୍ତ୍ରକୁ ନିନ୍ଦିତ କରିଛି। ସଦନ ବାହାରେ ପୁଲିସ ବିଧାୟକଙ୍କୁ ଟଣାଓଟରା କରୁଥିଲେ, ଜୋତାରେ ଗୋଇଠା ମାରୁଥିଲେ। ଏହା ଦ୍ବାରା ଜଣେ ବିଧାୟକଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯିବାରୁ ଆମ୍ବୁଲାନ୍ସକୁ ଡାକିବାକୁ ପଡିଥିଲା। ଏଥିଯୋଗୁଁ ବିଧାନସଭାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ସଦନରେ ବିରୋଧୀ ବିଧାୟକଙ୍କ ହାଇ ଭୋଲଟେଜ ଡ୍ରାମା ଅନେକ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା। ସେମାନେ ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ତାଙ୍କ ଚ୍ୟାମ୍ବରରେ ବନ୍ଧକ ରଖି ଦେଇଥିଲେ। ବିରୋଧୀମାନେ ବାଚସ୍ପତିଙ୍କୁ ବାହାରକୁ ବାହାରିବାକୁ ଦେଇ ନ ଥିଲେ। ତେବେ ପରିସ୍ଥିତି ବିଗିଡିବାରୁ ଡିଏମ ଏବଂ ଏସପିଙ୍କୁ ଡାକିବାକୁ ପଡିଥିଲା। ଏହା ପରେ ବିରୋଧି ବିଧାୟକଙ୍କୁ ଜୋର ଜବରଦସ୍ତ ଟାଣାଟାଣି ଗୃହରୁ ବାହାର କରାଯାଇଥିଲା। ସୂଚନା ଅନୁଯାୟୀ ପୁଲିସ ବିଲକୁ ବିରୋଧ କରି ବିରୋଧୀ ହଙ୍ଗାମା କରିଥିଲେ। ପରେ ସେମାନେ ବିଧାନସଭା ମାର୍ଶାଲଙ୍କୁ ବାହାର କରିଦେଇଥିଲେ। ଏହି ଘଟଣା ପରେ ବିରୋଧୀ ବିଧାୟକ ବାଚସ୍ପତିଙ୍କ ଚ୍ୟାମ୍ବର ବାହାରେ ଧାରଣା ଦେଇଥିଲେ। ୪.୩୦ ସମୟରେ ବିଧାନସଭାର କାର୍ଯ୍ୟ ଆରମ୍ଭ ହେବାର ଥିଲା। କିନ୍ତୁ ବାଚସ୍ପତିଙ୍କୁ ବନ୍ଧକ ରଖିଥିବା ଯୋଗୁଁ ସେ ସଦନରେ ପହଞ୍ଚି ପାରିନଥିଲେ। ପରେ ଦଳବଳ ସହ ପହଞ୍ଚିଥିବା ଡିଏମ ଏବଂ ଏସପି ବିଧାନସଭାରେ ପୁଲିସ ଛାଉଣୀରେ ପରିବର୍ତ୍ତନ କରିଦେଇଥିଲେ। ଅନେକ ଥାନାର ପୁଲିସଙ୍କୁ ସହିତ ରାପିଡ ଆକ୍ସନ ଫୋର୍ସକୁ ଗୃହକୁ ଡକାଯାଇଥିଲା। ପରେ ଧାରଣା ଦେଉଥିବା ବିଧାୟକଙ୍କୁ ଘୋଷାଡି ଘୋଷାଡି ବାହାର କରାଯାଇଥିଲା। ତେବେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଲିସ ବିଲ୍‌ଟି ବିଧାନସଭାରେ ପାରିତ ହୋଇଯାଇଥିଲା। ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କୁ ଦୋଷ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର