ଭୟଙ୍କର ସଡକ ଦୁର୍ଘଟଣା: ବସ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

The Sakala Picture
Published On

ରାଞ୍ଚି: ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।  ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିବା ଜଣାପଡ଼ିଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ବାଳକ ଥିବା ସୂଚନା ମିଳିଛି। ପୁଲିସ ସୂଚନା ମୁତାବକ, ଆଜି ସାକଳେ ଝାଡଖଣ୍ଡର ରାମଗଡ ବୋକାରୋ ଏନ୍‌ଏଚ୍‌-୨୩ରେ ଏକ କାର୍‌ […]

ରାଞ୍ଚି: ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।  ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିବା ଜଣାପଡ଼ିଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ବାଳକ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ପୁଲିସ ସୂଚନା ମୁତାବକ, ଆଜି ସାକଳେ ଝାଡଖଣ୍ଡର ରାମଗଡ ବୋକାରୋ ଏନ୍‌ଏଚ୍‌-୨୩ରେ ଏକ କାର୍‌ ଏବଂ ବସ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଏହାପରେ ବସ୍‌ଟି କାର୍‌ ଉପରେ ଚଢ଼ିଯାଇଥିଲା। ପରେ ବସ୍‌ରେ ନିଆଁ ଲାଗିଥିଲା। ଏହି ନିଆଁ  କାର୍‌ ଯାଏଁ ବ୍ୟାପି ଯାଇଥିଲା। ଫଳରେ କାର୍‌ରେ ବସିଥିବା ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ପୂରାପୁରି ଜଳି ଯାଇଥିବା ଯୋଗୁଁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସେପଟେ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଜା ନାମକ ଏକ ଯାତ୍ରୀବାହୀ ବସ୍‌ ରାମଗଡରୁ ଧନବାଦ ଯାଉଥିଲା। ଏହି ସିମୟରେ ଏକ ୱାଗନ କାର୍‌ ସହ ଧକ୍କା ହୋଇଥିଲା। ଅନେକ ଲୋକ ଏବେବି ବସ୍‌ ଭିତରେ ଫଶି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର